ଜନ୍ମ ତାରିଖରୁ ଜାଣନ୍ତୁ ଆପଣଙ୍କର ଲଭ ମ୍ୟାରେଜ ହେବା ନା ଆରେଞ୍ଜ ମ୍ୟାରେଜ

ବନ୍ଧୁଗଣ ବାହାଘର ଏକ ଏମିତି ପବିତ୍ର ସମ୍ପର୍କ ହୋଇଥାଏ ଯାହା ନା କେବଳ ଦୁଇଟି ମନକୁ ଗୋଟିଏ ପବିତ୍ର ସମ୍ପର୍କରେ ବାନ୍ଧିଥାଏ ବରଂ ଦୁଇଟି ପରିବାରକୁ ମଧ୍ୟ ମିଶାଇ ଥାଏ ଆପଣଙ୍କ ମନକୁ ବି ଏହି ପ୍ରଶ୍ନ ଆସୁଥିବ କି ଆପଣଙ୍କର ଲଭ ମ୍ୟାରେଜ ହେବ ନା ଆରେଞ୍ଜ ଆଉ ଆଜି କାଲିର ଯୁଗରେ ଏହି ପ୍ରଶ୍ନ ଆସିବା ତ ସାମାନ୍ଯ କଥା ଅଟେ । ବନ୍ଧୁଗଣ ଆଜି ଆମେ ଗ୍ରହ ଓ ଅଙ୍କକୁ ନେଇ ଜାଣିବା କି ଆପଣଙ୍କର ବିବାହ କିପରି ହେବ । ଜ୍ଯୋତିଷ ବିଦ୍ୟା ସାହାର୍ଯ୍ୟରେ ଆପାଣମାନେ ଜାଣି ପାରିବେ କି ଆପଣଙ୍କର ମ୍ୟାରେଜ ଲଭ ମ୍ୟାରେଜ ହେବ ନା ଆରେଞ୍ଜ । କିନ୍ତୁ ଆପଣଙ୍କୁ ପ୍ରଥମେ ମୂଲ୍ୟାଙ୍କ ବିଷୟରେ ଜାଣିବାକୁ ପଡିବ ।

ମୂଲ୍ୟାଙ୍କ ର ଅର୍ଥ ହୋଇଥାଏ ଆପଣଙ୍କ ଜନ୍ମ ତାରିଖର କୁଳ ଅଙ୍କ । ଆପଣ ନିଜର ଜନ୍ମ ତାରିଖର ପ୍ରତ୍ଯେକ ଅଙ୍କକୁ ଯୋଡି ନିଜର ମୂଲ୍ୟାଙ୍କ ବାହାର କରି ପାରିବେ । ଧ୍ୟାନ ରଖିବେ କି ମୂଲ୍ୟାଙ୍କ 1 ରୁ 9 ପର୍ଯ୍ୟନ୍ତ ହିଁ ଥାଏ । ଯେମିତି କି ଯଦି ଆପଣଙ୍କର ଜନ୍ମ 25 ତାରିଖରେ ହୋଇଛି ତେବେ ମୂଲ୍ୟାଙ୍କ ବାହାର କରିବା ପାଇଁ ଆମେ 2 ଓ 5 କୁ ମିଶାଇ ଦେବା । ତେବେ ମୂଲ୍ୟାଙ୍କ ଆସିବ ୭ ।

ଠିକ ସେହି ପ୍ରକାରରେ ଯଦି ଆପଣଙ୍କର ଜନ୍ମ ୨୯ ତାରିଖକୁ ହୋଇଛି ତେବେ ଆପଣଙ୍କର ମୂଲ୍ୟାଙ୍କ ହେବ ୨। ଆପଣ ଭାବୁଥିବେ ୨ କେମିତି ହେବ । ମୂଲ୍ୟାଙ୍କ ବାହାର କରିବା ପାଇଁ ଆପଣ ୨ ଓ ୯ କୁ ମିଶାଇ ଦେବେ । ତେବେ ଆସିବ ୧୧ କିନ୍ତୁ ମୁଁ ଆପଣଙ୍କୁ କହିଥିଲି କି ମୂଲ୍ୟାଙ୍କ ୧ ରୁ ୯ ପର୍ଯ୍ୟନ୍ତ ହିଁ ହେବ । ତେବେ ସେଥିପାଇଁ ୧୧ ର ୧ ଓ ୧ କୁ ମିଶାଇ ଦେବେ ଯାହା ଆସିବ ୨ । ଏବେ ଆସନ୍ତୁ ଜାଣିବା ଆପଣଙ୍କ ବିବାହ ଆରେଞ୍ଜ ହେବ ଓ ଲଭ ହେବ ।

ମୂଲ୍ୟାଙ୍କ ୧

ଏହି ଅଙ୍କ ସୂର୍ଯ୍ୟ ଦେବତାଙ୍କ ପ୍ରତୀକ ଅଟେ । ଯେଉଁମାନଙ୍କ ମୂଲ୍ୟାଙ୍କ ୧ ହୋଇଥାଏ ସେମାନେ ଟିକେ ଲାଜୁଆ ସ୍ଵଭାବର ହୋଇଥାନ୍ତି ଓ କେବେ ବି ନିଜେ ପ୍ରପୋଜ କରି ପାରନ୍ତି ନାହିଁ । ଏହି କାରଣରୁ ଏମାନଙ୍କର ଲଭ ମ୍ୟାରେଜ ହେବା ଟିକେ କଷ୍ଟକର ହୋଇଥାଏ । ଅଧିକାଂଶ ଏମାନଙ୍କର ଆରେଞ୍ଜ ମ୍ୟାରେଜ ହୋଇଥାଏ ।

ମୂଲ୍ୟାଙ୍କ ୨

 

ଏହି ଅଙ୍କ ଚନ୍ଦ୍ରମାଙ୍କ ପ୍ରତୀକ ଅଟେ । ଯେଉଁ ମାନଙ୍କର ମୂଲ୍ୟାଙ୍କ ୨ ହୋଇଥାଏ ସେମାନେ ବହୁତ ବୁଝି ସୁଝି ଲଭ ଉପରେ ବିଶ୍ଵାସ କରି ଥାଆନ୍ତି ଓ ଏମାନେ ଯାହାକୁ ଭଲ ପାଆନ୍ତି ତାକୁ ବାହା ହେବା ପାଇଁ ଯଥା ପ୍ରୟାସ କରିଥାନ୍ତି ।

ମୂଲ୍ୟାଙ୍କ ୩

ଏହି ଅଙ୍କ ଗୁରୁଙ୍କ ପ୍ରତୀକ ଅଟେ ଓ ଏହି ଅଙ୍କର ଲୋକମାନେ ଲଭ ମ୍ୟାରେଜ କରିଥାନ୍ତି ।

ମୂଲ୍ୟାଙ୍କ ୪

ଏହି ଅଙ୍କ ରାହୁର ପ୍ରତୀକ ଅଟେ । ଏହି ଅଙ୍କର ଲୋକମାନେ ଅଧିକ ପ୍ରେମ ସମ୍ବନ୍ଧ ବନେଇ ଥାଆନ୍ତି । ସେଥିପାଇଁ ଏମାନେ ଲଭ ମ୍ୟାରେଜ ପ୍ରତି ଏତେ ଗମ୍ଭୀର ନଥାନ୍ତି ।

ମୂଲ୍ୟାଙ୍କ ୫

ଏହି ଅଙ୍କ ବୁଧଙ୍କ ପ୍ରତୀକ ଅଟେ । ଏହି ଅଙ୍କର ଲୋକମାନେ ପାରମ୍ପରିକ ସମ୍ପର୍କରେ ବିଶ୍ଵାସ ରଖିଥାନ୍ତି । ଏଣୁ ଏମାନେ ନିଜ ପରିବାର ଲୋକଙ୍କ ସହମତିରେ ହିଁ ବିବାହ କରିଥାନ୍ତି । ସେଥିପାଇଁ ଅଧିକାଂଶ ଏମାନଙ୍କର ଆରେଞ୍ଜ ମ୍ୟାରେଜ ହିଁ ହୋଇଥାଏ ।

ମୂଲ୍ୟାଙ୍କ ୬

ଏହି ଅଙ୍କ ଶୁକ୍ରଙ୍କ ପ୍ରତୀକ ଅଟେ । ଏହି ଅଙ୍କର ଲୋକମାନଙ୍କର ଅଧିକାଂଶ ଲଭ ମ୍ୟାରେଜ ହିଁ ହୋଇଥାଏ । କିନ୍ତୁ ଏକ ରୁ ଅଧିକ ପ୍ରେମ ସମ୍ପର୍କ ଥିବା କାରଣରୁ ଏମାନେ ଭଲ ଲାଇଫ ପାର୍ଟନରଙ୍କୁ ଏମାନେ ଛାଡି ଦିଅନ୍ତି ।

ମୂଲ୍ୟାଙ୍କ ୭

ଏହି ଅଙ୍କ କେତୁଙ୍କ ପ୍ରତୀକ ଅଟେ । ଏହି ମୂଲ୍ୟାଙ୍କର ଲୋକମାନେ ଅଧିକ ସଙ୍କୋଚିତ ସ୍ଵଭାବର ହୋଇଥାନ୍ତି ସେଥିପାଇଁ ଲଭ ମ୍ୟାରେଜ ରେ ଇଣ୍ଟରେଷ୍ଟ ଥିଲେ ମଧ୍ୟ କିଛି କରି ପାରନ୍ତି ନାହିଁ ।

ମୂଲ୍ୟାଙ୍କ ୮

ଏହି ଅଙ୍କ ଶନିଙ୍କ ପ୍ରତୀକ ଅଟେ । ଏହି ଅଙ୍କର ଲୋକମାନେ ବହୁତ କମ ବୟସରେ ଲଭରେ ପଡିଥାନ୍ତି । କିନ୍ତୁ ଏମାନେ ଯଦି ଚେଷ୍ଟା କରିବେ ତେବେ ଏମାନଙ୍କ ଲଭ ମ୍ୟାରେଜରେ ସଫଳତା ନିଶ୍ଚିତ ମିଳିବ ।

ମୂଲ୍ୟାଙ୍କ ୯

ଏହି ଅଙ୍କ ମଙ୍ଗଳଙ୍କ ପ୍ରତୀକ ଅଟେ । ଏହି ଅଙ୍କର ଲୋକମାନେ ଲଭ ମ୍ୟାରେଜ କରିବାକୁ ବହୁତ ଡରିଥାନ୍ତି । ଆରେଞ୍ଜ ମ୍ୟାରେଜ କରିବାରେ ଏମାନେ ବହୁତ ବିଶ୍ଵାସ ରଖିଥାନ୍ତି ।

ତେବେ ବନ୍ଧୁଗଣ ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ପସନ୍ଦ ଆସିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ ଓ ଏମିତି ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *