କଣ ପାଇଁ କାନ୍ଦିଲେ Virat Kohali ଓ ନାଚିଲେ Gavaskar…ଦେଖନ୍ତୁ

ବନ୍ଧୁଗଣ, ସୂଚନା ଅନୁଯାୟୀ ୨୦୨୨ ଟି-20 ବିଶ୍ଵକପରେ ଭାରତ ଏବଂ ପାକିସ୍ଥାନର ଲଢେଇ ଯେତିକି ସାଂଘାତିକ ଥିଲା ତାହାଠାରୁ ଅଧିକ ଭାବନାତ୍ମକ ଥିଲା । ଏହି ମ୍ୟାଚ କହିଦେଉଥିଲା ଯେ କ୍ରିକେଟ ପ୍ରତି କିଭଳି କୋଟି କୋଟି ଲୋକଙ୍କ ଭାବପ୍ରବଣତା ଭରି ରହିଛି । ସହଜରେ ଭାରତ-ପାକ ମୁକାବିଲା ରେ ଟକ୍କର ବହୁତ ହୋଇଥାଏ । କିନ୍ତୁ ଏହାଥିଲା ବିଶ୍ଵକପର ମହାସମାରୋହ । ତେଣୁ ଏହାର ମହତ୍ଵ ଅନ୍ୟ ମ୍ୟାଚ ଅପେକ୍ଷା ବାହୁତ ଅଧିକ ଥିଲା ।

ସେପଟେ ଏସିଆ କପ ସହିତ ପୂର୍ବ ୱାର୍ଲ୍ଡକପରେ ହାରି ପ୍ରତିଶୋଧର ନିଆଁରେ ପ୍ରାୟ ଜଳୁଥାଏ ଟିମ ଇଣ୍ଡିଆ । ଏହା ସହିତ କୋଟି କୋଟି ଭାରତୀୟ ଙ୍କ ଆଶା ଯେମିତି ହେଲେ ପାକିସ୍ଥାନ ବିପକ୍ଷରେ ମ୍ୟାଚ ଜିତିବାକୁ ପଡିବ । କିନ୍ତୁ ମ୍ୟାଚ ଯାଉଥିଲା ପାକିସ୍ଥାନ ସପକ୍ଷରେ । ଏଣୁ ସବୁ ଖେଳାଳୀ ଙ୍କ ମୁଣ୍ଡରେ ଥାଏ ଅପରିଯାପ୍ତ ପ୍ରେସର । ଗୋଟିଏ ପରେ ଗୋଟିଏ ୱିକେଟ ଯାଉଥିଲେ ମଧ୍ୟ ଭିରାଟ କୋହଲୀ ଧର୍ଯ୍ୟର ସହିତ ଖେଳୁଥାନ୍ତି ।

ତେବେ ମ୍ୟାଚ ସରିବାର କେତୋଟି ବଲ ଆଗରୁ ଲାଗୁଥିଲା ଯେ ଭାରତ ଜିତିବା ଅସମ୍ଭବ । ଏହିଭଳି କ୍ରିକେଟପ୍ରେମୀ ଙ୍କ ମନ ମଧ୍ୟରେ ନାନା ପ୍ରକାରର ପ୍ରଶ୍ନ ଉଙ୍କି ମାରିଥିଲା । ଏବଂ ସେମାନେ ମନେ ମନେ ଭଗବାନ ଙ୍କୁ ପ୍ରାର୍ଥନା କରୁଥିଲେ ଯେ ଇଣ୍ଡିଆ ସପକ୍ଷରେ ମ୍ୟାଚ ଟି ଯାଉ । ବିରାଟ କୋହଲୀ ଙ୍କ ଧର୍ଯ୍ୟ ପ୍ରଶଂସନୀୟ ଥିଲା ।

ଦୀପାବଳି ଉପଲକ୍ଷେ କୋହଲୀ ଙ୍କର ବିରାଟ ବିଜୟ ଉପହାର ସାଦୃଶ୍ୟ ଥିଲା ଏହା । କ୍ରିକେଟ ଫ୍ୟାନ ଯେତେ ଉତ୍ସାହିତ ହୋଇଥିଲେ ତାହାଠାରୁ ଅଧିକ ଭାବୁକ କରିଦେଇଥିଲା ଟିମ ଇଣ୍ଡିଆ ଙ୍କ ଟିମକୁ । ଅଶ୍ଵିନୀ ବିଜୟ ସୂଚକ ସଟ ମାରିବା ପରେ ଗ୍ରାଉଣ୍ଡ ପାଖରେ ଛିଡା ହୋଇଥିବା ସୁନୀଲ ଗାଭାସ୍କର, ନିଜ ଭାବପ୍ରବଣତା କୁ ଅଟକାଇ ପାରି ନଥିଲେ । ସେ ଖୁସିରେ ନାଚି ଉଠିଥିଲେ ।

ପାଖରେ ଥିବା ଅନ୍ୟ ପୂର୍ବତନ କ୍ରିକେଟ ଖେଳାଳୀ ମଧ୍ୟ ଖୁସିରେ ଆତ୍ମହରା ହୋଇପଡିଥିଲେ । ମ୍ୟାଚ ଜିତି କିଂଙ୍ଗ କୋହଲୀ ମଧ୍ୟ ସଂପୂର୍ଣ୍ଣ ଭାବବିହୋଳ ହୋଇଯାଇଥିଲେ । ସେ ଖୁସିରେ ନାଚିବା ସହିତ ମାଟି କୁ ପଞ୍ଛ ମାରିଥିଲେ । ଆଉ ଏହାର କିଛି ସମୟ ପରେ କୋହଲୀ ଙ୍କ ଆଖିରୁ ଝରି ଆସିଥିଲା ଲୁହ । ଏହି ଅବିଶ୍ଵସନୀୟ ବିଜୟ ପରେ ଏହି ବିରାଳ ସଫଳତାର ଅନ୍ୟତମ ସୂତ୍ରଧର ହାର୍ଦ୍ଧିକ ପାଣ୍ଡିଆ ମଧ୍ୟ ନିଜ ଲୁହ କୁ ଅଟକାଇ ପାରି ନଥିଲେ ।

ଧାର ଧାର ହୋଇ ବୋହି ଆସିଥିଲା ତାଙ୍କ ଆଖିରୁ ଆନନ୍ଦର ଅଶ୍ରୁ । କ୍ୟାପଟେନ ରୋହିତ ମଧ୍ୟ ଫିଲ୍ଡ ଭିତରକୁ ଆସି ଖୁସିରେ ଟେକି ପକାଇଥିଲେ କୋହଲୀ ଙ୍କୁ । କ୍ରିକେଟ ପ୍ରଶଂସକ ମଧ୍ୟ ଖୁସିରେ କାନ୍ଦି ପକାଇଥିଲେ । ଏହି ବିଜେତା ପରେ ସମସ୍ତେ କହିଛନ୍ତି ଯେ କିଂଙ୍ଗ କୋହଲୀ always କିଂଙ୍ଗ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *