ଭୋ-ଭୋ ହେଇ କାନ୍ଦୁଛି ଭାଇ, ‘ଟଙ୍କା ପାଇଁ ମୋ ଭଉଣୀକୁ ମାରିଦେଲେ ତା’ ଶାଶୂଘରେ ଲୋକ, ମୋ ଭଉଣୀ ଘରେ କିଛି କୁହେନି, ଓଭର ଡିଉଟି କରିଟଙ୍କା ଦିଏ ହେଲେ…’

ବନ୍ଧୁଗଣ, ସୂଚନା ଅନୁଯାୟୀ ରାଜଧାନୀରେ ନବବଧୂ ର ହ-ତ୍ୟା ଅଭିଯୋଗ ତେବେ ଏହି ଅଭିଯୋଗ ଆଣିଛନ୍ତି ନବବୋଧୂଙ୍କ ପରିବାର ଲୋକେ । ନିଆଳି ଅଞ୍ଚଳର ସୁଶ୍ରୀ ସଂଗୀତା ବସ୍ତିଆ ଗତ ଦେଢବର୍ଷ ତଳେ ଭଗବାନ ପୁର ଅଞ୍ଚଳର ଜଣେ ଯୁବକଙ୍କୁ ବିବାହ କରିଥିଲେ କିନ୍ତୁ ଗତକାଲି ରାତିରେ ଯୁବତୀ ଙ୍କ ଦେହ ଖରାବ ଥିବା ପରିବାର ଲୋକଙ୍କୁ ଜଣାଇଥିଲେ । ପରବର୍ତ୍ତୀ ସମୟରେ ଯେତେବେଳେ ଝିଅ ଙ୍କ ପରିବାର ଲୋକେ ଆସି ଦେଖିଥିଲେ ଏମ୍ସ ହସ୍ପିଟାଲ ରେ ଝିଅ ର ମୃତଦେହ ରହିଅଛି ।

ମାତ୍ର ତାଙ୍କର ସନ୍ଦେହ କେଉଁଠି ନା କେଉଁଠି ହେଉଛି ଯେ ଯୌତୁକ ପାଇଁ ତାଙ୍କୁ ହ-ତ୍ୟା କରାଯାଇଅଛି । ତେବେ ଏହାକୁ ନେଇ ତମାଣ୍ଡ ଥାନା ପୋଲିସ ଅଧିକାରୀ ଆସି ଉଭୟ ଙ୍କ ପରିବାର ଲୋକ ଙ୍କ ସହିତ ଆଲୋଚନା କରିଛନ୍ତି । ନବବୋଧୁ ଙ୍କ ପରିବାର ଲୋକଙ୍କ ଅଭିଯୋଗ ଯେ ଅନେକ ଦିନ ଧରି ବିବାହ ପରେ ଝିଅ କୁ ଯୌତୁକ ପାଇଁ ମାନସିକ ନିର୍ଯାତନା ଦେଉଥିଲେ ପୁଅର ପରିବାର ଲୋକେ ।

ଏହାକୁ ସହ୍ୟ କରି ପାରୁ ନଥିଲେ ସଂଗୀତା । ଏଥି ନିମନ୍ତେ ତାଙ୍କ ମଧ୍ୟରେ ପାଟି ତୁଣ୍ଡ ମଧ୍ୟ ହେଉଥିଲା । ମାତ୍ର ଏଭଳି କି ପାଟି ହେଲା ଯେ ଝିଅ ଜଣଙ୍କ ମୃ-ତଦେହ ଠାବ କରାଯାଇଥିଲା । ଶାଶୁଘର ଲୋକେ ଫୋନ କରି କହିଥିଲେ ଯେ ତାଙ୍କ ଝିଅ କବାଟ ଦେଇ ଦେଇଛି ଏବଂ ରୁମ ଭିତରେ ତାଙ୍କର ସେନ୍ସ ଆସୁନାହିଁ ।

ଶାଶୁଘର ଲୋକେ କହିଲେ ଯେ ଆମେ ତାକୁ ଏମ୍ସ ନେଇ ଯାଉଛୁ ଆଉ ତୁମେ ଆସ । ଏହାପରେ ଭାଇ ଜଣକ ହସ୍ପିଟାଲ ରେ ଯାଇ ଦେଖିଲା ବେଳକୁ ଝିଅ ଆଉ ନାହିଁ । ତେବେ ଭାଇ ଜଣକ ଦୁଃଖ ରେ କାନ୍ଦି କାନ୍ଦି କହୁଛନ୍ତି ଯେ ତାଙ୍କ ଶାଶୁଘର ଲୋକେ ଭଉଣୀ ଙ୍କୁ ମାରି ଦେଇଛନ୍ତି । କାରଣ ପଇସା ପାଇଁ ତାଙ୍କର ସବୁବେଳେ ପାଟିତୁଣ୍ଡ ହୋଇଥାଏ ।

ଝିଅ ଜଣକ ଚାକିରି କରିଥିଲେ ସେ ଓଭର ଡିଉଟି କରି ପଇସା ଆଣି ନିଜ ଶାଶୁଘରେ ଦିଅନ୍ତି ପଛେ ନିଜ ବାପଘର ଲୋକଙ୍କୁ କିଛି ଏ ସମ୍ବନ୍ଧରେ ଜଣାନ୍ତି ନାହିଁ ବୋଲି କହିଛନ୍ତି ମୃ-ତ ନବବୋଧୁ ଙ୍କ ଭାଇ । ବୋହୂ ଙ୍କ ଶାଶୁ କହିଛନ୍ତି ଯେ ସେ ବହୁତ ଜିଦିଆ ପିଲା ଥିଲା ଏଣୁ ଏପରି ପଦକ୍ଷପ ନେଲା ।

କିନ୍ତୁ ଏହାକୁ ଝିଅର ପରିବାର ଲୋକେ ଖଣ୍ଡନ କରି କହିଛନ୍ତି ଯେ ତାଙ୍କ ଶାଶୁଘର ଲୋକେ ହିଁ ଟଙ୍କା ପାଇଁ ମାରିଦେଇଛନ୍ତି ଆମ ଝିଅ କୁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣକ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *