ବର୍ଷାଙ୍କ ସଂପୂର୍ଣ୍ଣ FIR, ବନ୍ଧନୀ ଭିତରେ ଦିଲ୍ଲୀ ବାନ୍ଧବୀ, ଦେଖନ୍ତୁ FIR ରେ ଏମିତି କଣ ଲାଖିଲେ Varsha Priyadarshini…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଅଭିନେତା ତଥା ସାଂସଦ ଅନୁଭବ ଓ ତାଙ୍କ ପତ୍ନୀଙ୍କ ଭିତରେ ବିବାଦ ଥମିବାର ନାଁ ନେଉନି । ଗତ ଦୁଇ ଦିନ ଧରି ଅନୁଭବ ତାଙ୍କ ପତ୍ନୀଙ୍କୁ ନେଇ ଅନେକ କିଛି କହିବା ସହିତ ଦୁଇଟି ଭିଡିଓ ସେୟାର କରିଥିଲେ । ଆଉ ଏହାର ଗୋଟିଏ ଦିନ ପରେ ଅନୁଭବଙ୍କ ନାଁରେ ଏତଲା ଦେଇଛନ୍ତି ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ପୁରୀ ଘାଟ ଥାନାରେ ଅନୁଭବଙ୍କ ବିରୋଧରେ ଏହି ଏତଲା ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ ।

ଆଉ ବାରମ୍ବାର ଭିଡିଓ ଅପଲୋଡ କରି ଅଯଥାରେ ଅନୁଭବ ବିବାଦ ସୃଷ୍ଟି କରୁଥିବା କଥା କହିଛନ୍ତି ବର୍ଷା । ତେବେ ଏତଲା ରେ ବର୍ଷା ଲେଖିଛନ୍ତି କି ମୋ ସ୍ୱାମୀଙ୍କ ସହିତ କୋର୍ଟରେ ଡିଭୋର୍ସ କେସ ଚାଲୁଥିବା ସମୟରେ ୧୯ ତାରିଖ ଦିନ ସକାଳ ସମୟରେ ସୋସିଆଲ୍ ମିଡିଆ ମାଧ୍ୟମରେ ମୋ ସ୍ୱାମୀଙ୍କର ଏକ ଭିଡିଓ ଭାଇରାଲ ହେବା କଥା ମୁଁ ଜାଣିବାକୁ ପାଇଥିଲି । ଯେଉଁ ଭିଡିଓଟି ସେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ୍ କରିଥିଲେ ।

ଏହି ଭିଡିଓରେ ସେ ମୋତେ ଭଲପାଇବା ସମ୍ପର୍କରେ ମନଗଢା କାହାଣୀ କହିଥିଲେ । ମୋତେ ଆକ୍ଷେପ କରି ଅନେକ ମିଛ କଥାମାନ କହିଥିଲେ । ତେବେ ଖାଲି ସେତିକି ନୁହେଁ ବର୍ଷା ଆହୁରି ମଧ୍ୟ ଏତଲାରେ ଲେଖିଛନ୍ତି ଯେ, ଗତକାଲି ଅର୍ଥାତ ୨୧ ତାରିଖ ଦିନ ସନ୍ଧ୍ୟାରେ ତାଙ୍କ ସ୍ୱାମୀ ଆଉ ଏକ ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ତାଙ୍କ ବିରୋଧରେ ସମ୍ପୂର୍ଣ୍ଣ ମିଥ୍ୟା ଆରୋପ ଲଗାଇ, ମୋର ନାରୀତ୍ୱକୁ ଅପମାନ କରିଥିଲେ ।

ଆମ ଦୁହିଁଙ୍କ ଭିତରେ ଥିବା ଶାରିରୀକ ସମ୍ପର୍କର କଥାମାନ ସମ୍ପୂର୍ଣ୍ଣ ମିଥ୍ୟା ଅଭିଯୋଗ, ଆରୋପ ଲଗାଇ ସୋସିଆଲ୍ ମିଡିଆ ମାଧ୍ୟମରେ ମୋର ଚରିତ୍ର ସଂହାର କରିବାର ଷଡଯନ୍ତ୍ର କରିଛନ୍ତି ବୋଲି ବର୍ଷା ଏତଲାରେ ଲେଖିଛନ୍ତି । ତା ସହିତ ବିନା ଦୋଷରେ ମୋତେ ଦୋଷୀ ସଜାଇ, ମୋ ନାରୀତ୍ୱକୁ ଆଘାତ ଓ ଅପମାନ ଦେଇ ମୋ ବଞ୍ଚିବାର ଅଧିକାର ଅନୁଭବ ଛଡାଇ ନେଉଛନ୍ତି ବୋଲି ବର୍ଷା କହିଛନ୍ତି ।

ତେବେ ଅନୁଭବ ନିଜର ସୋସିଆଲ୍ ଇମେଜକୁ ସଜାଡିବାକୁ ହୀନ ଷଡଯନ୍ତ୍ର କରୁଛନ୍ତି । ଏମିତିକି ତାଙ୍କ ସମର୍ଥକଙ୍କୁ ଏକାଠି କରି ତାଙ୍କ ବିରୋଧରେ ମିଥ୍ୟା ଓ ନିମ୍ନ କଥା କହି ଉସୁକାଇ ଭ୍ରାନ୍ତ ଧାରଣା ସୃଷ୍ଟି କରୁଛନ୍ତି । ଏତଲାରେ ବର୍ଷା କହିଛନ୍ତି, ୨୦୨୦ ମସିହାରେ ଅନୁଭବ ଯେତେବେଳେ ତାଙ୍କୁ ଡିଭୋର୍ସ ଦେବାକୁ ବାଧ୍ୟ କରିଥିଲେ, ସେତବେଳେ ସେ ରାଜି ନହେବାରୁ ସେ ତାଙ୍କୁ ଡରାଇଥିଲେ । ଯଦି ବର୍ଷା ତାଙ୍କୁ ଭଲରେ ଭଲରେ ୩ ଦିନ ଭିତରେ ଡିଭୋର୍ସ ନଦିଅନ୍ତି, ତେବେ ସେ ତାଙ୍କୁ ସମାଜରେ ବାଟ ଚଲେଇ ଦେବେନି ବୋଲି କହିଥିଲେ ।

ବର୍ଷା ତାଙ୍କ ଗୋଡ ହାତ ଧରିକି କାନ୍ଦିବା ସହିତ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ହେଲେ ବର୍ଷା ତାଙ୍କ ବୈବାହିକ ସମ୍ପର୍କକୁ ଭାଙ୍ଗିବାକୁ ଚାହୁଁନଥିଲେ ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି । ଆଉ ଶେଷରେ ଅନୁଭବଙ୍କର ଦୁଇଟି ଯାକ ଭିଡିଓକୁ ଅନୁଧ୍ୟାନ କରି ଆଇନ୍ ଅନୁସାରେ ଦୋଷୀକୁ ଉପଯୁକ୍ତ ଦଣ୍ଡବିଧାନ କରିବାକୁ ବର୍ଷା ଅନୁରୋଧ କରିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *