ସେକ୍ସଟର୍ସନ କଣ ଓ ଏଥିରୁ ଆପଣ କିପରି ସତର୍କ ରହିବେ ? ଦେଖନ୍ତୁ ଏ ନେଇ କଣ କୁହନ୍ତି ସାଇବର ଏକ୍ସପର୍ଟ Prashant Sahu…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଆଜିକାଲି ସାଇବର ଠାକାମୀ କେତେ ଅଧିକ ବଢି ଯାଇଛି । ତେବେ ଆଗରୁ ଠକ ମାନେ ଲୋକମାନଙ୍କ ନମ୍ବର ନେଇ ସେମାନଙ୍କ ବ୍ୟାଙ୍କ ଡିଟେଲସ କିମ୍ବା ଡାଟା କୁ ସେମାନେ ଚୋରି କରି ନେଇଥାନ୍ତି ତେବେ ଏବେ କିନ୍ତୁ ଏକ ନୂଆ ପ୍ରକାରର ଠାକାମୀ ହେଉଛି । କିଛି ଠକ ମାନେ ସୋସିଆଲ ମିଡ଼ିଆ ରୁ ପୁଅ ଝିଅ ମାନଙ୍କ ତଥ୍ୟ ଏବଂ ତାଙ୍କ ନମ୍ବର ଖୋଜି ସେମାନଙ୍କୁ ଫୋନ କଲ କରି ସେମାନଙ୍କୁ ଡ଼ରାଉଛନ୍ତି ଏବଂ ତାଙ୍କ ଠାରୁ ପଇସା ହଡ଼ପ କରୁଛନ୍ତି ।


ତେବେ ସେକ୍ସଟର୍ସନ କହିଲେ ପ୍ରଥମେ ସେ ନିଜର ଏକ ପ୍ରୋଫାଇଲ ବନେଇବେ ଏବଂ ଏକ ସୁନ୍ଦରୀ ଝିଅ ର ଫଟୋ ଏବଂ ଏକ କମନ ନାଁ ମଧ୍ୟ ଦେବେ ତେବେ ପରେ ଆପଣ ଙ୍କୁ ହ୍ଵାଟ୍ସଆପ ଏବଂ ଫେସବୁକ ରେ ମେସେଜ କରିବେ ହାୟ ହ୍ୟାଣ୍ଡସମ କିମ୍ବା ହାୟ ଡିୟର ଏଭଳି । ତେବେ ଯଦି ଆପଣ ରିପ୍ଲାଇ ଦେବେ ତେବେ ସେମାନେ ଆପଣଙ୍କ ସହ ଆଗକୁ କଥା ବଢ଼େଇବେ କିପରି ଅଛ କଣ କରୁଛ ।

ଏହା ପରେ ସେମାନେ ଭିଡିଓ କଲ ରେ କଥା ହେବା ପାଇଁ କହିବେ । ତେବେ ଏହା ପରେ ଅଶ୍ଳୀଳ ଭିଡିଓ କଲ୍ କରିବେ । ଭିଡିଓ କଲ୍ ଉଠାଇବା ମାତ୍ରେ ଏକ ପର୍ଣ୍ଣ ଭିଡିଓ ଚାଲିଥିବ । ଆଉ ସେହି କିଛି ସମୟ ମଧ୍ୟରେ ଆପଣଙ୍କ ମୁହଁ ରେକଡିଂ ହୋଇଯିବ ।

ଏହା ପରେ ଫୋନ୍ ପେ’ ଯୋଗେ ଟଙ୍କା ନଦେଲେ ଏହି ଭିଡିଓ କଲ୍‌କୁ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରିବା ସହିତ କରିବା ସହିତ ଯୁବକଙ୍କ ପରିବାର ଲୋକ ବନ୍ଧୁମାନଙ୍କ ପାଖକୁ ପଠାଇବ ବୋଲି ଧମକ ଦେବ ସାଇବର ଠକ । ତେଣୁ ଏହି ସବୁ ମେସେଜ ରୁ ବଞ୍ଚନ୍ତୁ ।


ତେବେ ଯଦି ବି ଆପଣ ଏହି ସବୁ କ୍ଷେତ୍ରରେ ଫସି ଯାଉଛନ୍ତି ତେବେ ସେହି ସମୟରେ ଆପଣ ନ ଡରି ସାଇବର ର ଟୋଲ ଫ୍ରି ନମ୍ବର ୧୯୩୦ ରେ କଲ କରି ତାଙ୍କୁ ଏହାର ସୂଚନା ଦିଅନ୍ତୁ । ତେବେ ଏହା ଉପରେ ନିଶ୍ଚିତ କାର୍ଯ୍ୟ ଗ୍ରହଣ କରିବେ । ତେବେ ଏହା ଛଡା ଏହି ସବୁ ପ୍ରୋଫାଇଲ ଏବଂ ମେସେଜ ଠାରୁ ଦୂରେଇ ରୁହନ୍ତୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *