କ୍ଷୀର ଉତୁରିଲେ ତଳେ ପଡ଼େ… ଦେଖନ୍ତୁ କଣ ଅଟେ ପୁରା ମାମଲା…

ନମସ୍କାର ବନ୍ଧୁଗଣ ତେବେ ଦିନ ଥିଲା ଆମୀର ଖାନ କହୁଥିଲେ ଶିବ ଲିଙ୍ଗ ରେ କ୍ଷୀର ଢାଳିବା ଅପେକ୍ଷା ଗରିବ କୁ ଦାନ କରିବା ଉଚିତ । ଦିନ ଥିଲା କରିନା କପୁର କହୁଥିଲେ କି ଆମେ କଣ ଆମ ସିନେମା ଦେଖିବାକୁ ବାଧ୍ୟ କରୁଛୁ । ତେବେ ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ୍‌ । ଦୀର୍ଘ ୪ ବର୍ଷ ପରେ ସେ ସିଲ୍‌ଭର ସ୍କ୍ରିନ୍‌କୁ ଫେରୁଛନ୍ତି । ଆସୁଛି ତାଙ୍କ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ । ଯେଉଁ ଆମୀର ଖାନ୍‌ଙ୍କ ଫିଲ୍ମକୁ ଲୋକେ ଅପେକ୍ଷା କରି ବସିଥିଲେ ଆଉ ସୋଶାଲ ମିଡିଆରେ ଜବରଦସ୍ତ ଚର୍ଚ୍ଚା ଲାଗି ରହିଥିଲା ।


ସେହି ଆମୀର ଖାନ୍‌ଙ୍କ ଫିଲ୍ମ ‘ଲାଲ ସିଂହ ଚଡ୍ଡା’କୁ ଏବେ ଫ୍ୟାନ୍‌ ବୟକଟ୍‌ ଦାବି କରିଛନ୍ତି । ଆସନ୍ତା ୧୧ ତାରିଖରେ ରିଲିଜ ହେବାକୁ ଯାଉଥିବା ଫିଲ୍ମ ଲାଲ ସିଂହ ଚଡ୍ଡାକୁ ନେଇ ନକରାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ ଏହି ଫିଲ୍ମ ରିଲିଜ ହେବା ପୂର୍ବରୁ ହିଁ ଫ୍ଲପ୍‌ ହେବା ସମ୍ଭାବନା ରହିଛି । ଟ୍ୱିଟର୍‌ରେ #ବୟକଟଲାଲସିଂହଚଡ୍ଡା ଟ୍ରେଣ୍ଡ କରୁଛି । ଆମୀର ଓ କରୀନାଙ୍କ ଏହି ଫିଲ୍ମକୁ ନ ଦେଖିବା ପାଇଁ କିଛି ଲୋକ ସୋଶାଲ ମିଡିଆରେ ପ୍ରଚାର ଆରମ୍ଭ କରିଛନ୍ତି ।

ଏହି ଫିଲ୍ମ ହିନ୍ଦୁ ମାନଙ୍କ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ଉଠିଛି । ତେବେ ସେପଟେ ଏହି ବୟକଟ୍‌ ନେଇ ଆମୀର ଖାନ୍‌ ମୁହଁ ଖୋଲିଛନ୍ତି । ସେ ଏକ ସାକ୍ଷାତକାରରେ ନିଜ ଯନ୍ତ୍ରଣା ବଖାଣିଛନ୍ତି । ଅମୀର କହିଛନ୍ତି, ଗୋଟିଏ ଫିଲ୍ମ ବନାଇବାକୁ ଅନେକ ଟଙ୍କା ଖର୍ଚ୍ଚ ହୁଏ । ଏଥିରେ ଜଣଙ୍କର ନୁହେଁ ଅନେକ ଲୋକଙ୍କର ପରିଶ୍ରମ ଓ ଆଶା ବାନ୍ଧି ହୋଇରହିଥାଏ ।

ଏପରି ସ୍ଥଳେ ଲାଲ ସିଂହ ଚଡ୍ଡା’ ଫିଲ୍ମକୁ ଏପରି ବିରୋଧ କରିବା ବାସ୍ତବରେ କଷ୍ଟଦାୟକ । କିଛି ଲୋକେ ଭାବୁଛନ୍ତି ମୁଁ ଯେମିତି ମୋ ଦେଶକୁ ଭଲ ପାଏନାହିଁ । ହେଲେ ମୁଁ ସେହି ଲେକାଙ୍କୁ କହିବାକୁ ଚାହୁଁଛି ଯେ, ମୁଁ ମୋ ଦେଶକୁ ସବୁଠୁ ଅଧିକ ଭଲପାଏ । ତେଣୁ ସେମାନଙ୍କୁ ମୋର ଅନୁରୋଧ ମୋର ଏହି ଫିଲ୍ମକୁ ବୟକଟ୍ କରନ୍ତୁ ନାହିଁ । ’ ୨୦୧୫ରେ ଆମୀର ଖାନ୍‌ ଅସହିଷ୍ଣୁତା ଉପରେ ଦେଇଥିବା ଏକ ପୁରୁଣା ବୟାନକୁ ତାଙ୍କୁ ଟାର୍ଗେଟ୍‌ କରିଛନ୍ତି ।

ଏହି ବୟାନରେ ଆମୀର କହିଥିଲେ, ‘ ଭାରତ ବେଶ୍‌ ସହିଷ୍ଣୁ ଦେଶ, କିନ୍ତୁ କିଛି ଲୋକ ଏଠାରେ ଅସହିଷ୍ଣୁତା ପ୍ରଚାର କରିବା କାମ କରୁଛନ୍ତି । ’ ଏହି ବୟାନକୁ ନେଇ ଏବେ ତାଙ୍କ ଫିଲ୍ମକୁ ବୟକଟ୍‌ କରିବାକୁ ଦାବି ଉଠିଛି । ସେହିପରି ଆମୀର ଏହି ଚଳଚ୍ଚିତ୍ରରେ ହିନ୍ଦୁ ସଂସ୍କୃତିର ଅପମାନ କରିଛନ୍ତି ବୋଲି ଅଭିଯୋଗ ହୋଇଛି । ଚଳଚ୍ଚିତ୍ରର ଏକ ପୋଷ୍ଟର୍‌ରେ ମାଆ ଲକ୍ଷ୍ମୀଙ୍କ ଫଟୋ ଲଗାଯାଇ ସେଥିରେ ‘ଲାପତା’ ଅର୍ଥାତ ନିଖୋଜ ବୋଲି ଲେଖାଯାଇଛି । ଯାହାକୁ ନେଇ ଏବେ ବିବାଦ ‌ଜୋର୍ ଧରିଛି ।


ତେବେ ଏହି ଫିଲ୍ମରେ ଆମୀରଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି କରୀନା କପୁର । ଆମୀର ନିକଟରେ କରୀନାଙ୍କୁ ତାଙ୍କ ଅପ୍‌କମିଂ ଫିଲ୍ମର ‌ନୂଆ ପୋ‌ଷ୍ଟର୍‌ ଜାରି କରି ଶୁଭେଚ୍ଛା ଜଣାଇଥିଲେ । ୧୧ ଅଗଷ୍ଟରେ ରିଲିଜ ହେବାକୁ ଥିବା ଏହି ଫିଲ୍ମ ଉପରେ ବିବାଦର ପ୍ରଭାବ କେତେ ପଡୁଛି ତାହା ଦେଖିବାକୁ ବାକି ରହିଲା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *