ହେ ପାପୀ ମଣିଷ ,ଆଜି ତୁ ଜଗତର ନାଥ ଜଗନ୍ନାଥଙ୍କ ଏ କି ଅବସ୍ଥା କଲୁ ..ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଏଭଳି ଏକ ଦୟନିୟ ଅବସ୍ଥା ଦେଖିବାକୁ ମିଳିଛି ଯାହାକୁ ଆପଣ ମାନେ ଦେଖିଲେ ମର୍ମାହତ ହୋଇଯିବେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ଘଟଣା ସମ୍ବନ୍ଧରେ । ବର୍ତ୍ତମାନ ଆମ ମାନସିକତା ଏତେ ତଳକୁ ଖସି ଯାଇଛି ଯେ ଯାହା ମଣିଷତ୍ଵ କୁ ତୁଛ କରି ଦେଇଛି । ମନୁଷ୍ୟର ବିବେକ ଜ୍ଞାନ ସବୁ କେଉଁଠାରେ ହଜିଗଲା ଭଳି ଦୃଶ୍ୟ ହେଉଛି । ମନୁଷ୍ୟ ମନୁଷ୍ୟ ସହିତ ଯାହା କରୁଛି ଶେଷରେ ଭଗବାନ ଙ୍କୁ ମଧ୍ୟ ଛାଡୁ ନାହାନ୍ତି ।

ନିଜ ଇଷ୍ଟ ଦେବତାଙ୍କୁ ଅପମାନ କରିବାକୁ ମଧ୍ୟ ପଛାଉ ନାହାଁନ୍ତି । ଜଗତର ନାଥ ଜଗନ୍ନାଥ ଙ୍କର ଏଭଳି ଅବସ୍ଥା ତୁଚ୍ଛ ମନୁଷ୍ୟ କରିଛି ଯେ ଯାହାକୁ ଦେଖି ଆଖିରେ ଲୁହ ଝର ଝର ବୋହି ଯାଉଅଛି । ତେବେ ଆମ୍ଭ ଧର୍ମ କୁ ଆମ୍ଭେ ହିଁ ସନ୍ନମାନ ଦେଇ ପାରୁନାହୁଁ । ଅନ୍ୟଠାରୁ କ’ଣ ବା ଆଶା କରିବା ? କୋଟି ଓଡିଆର ମଉଡମଣୀ କାଳିଆ ସାଆନ୍ତଙ୍କର ଏଭଳି ଅବସ୍ଥା ଆପଣ ନିଜ ଆଖିରେ ଦେଖିଲେ ଏହା ଜାଣିପାରିବେ ।

ତେବେ ଏହିଭଳି ଏକ ହୃଦୟବିଦାରକ ଦୃଶ୍ୟ ୬୦ ନମ୍ବର ଜାତୀୟ ରାଜପଥରେ ଗୋଟିଏ ଟେଣ୍ଡ ହାଉସ ଗାଡି ବାଲେଶ୍ବରରୁ ପଶ୍ଚିମବଙ୍ଗ ଯାଉଛି ଏବଂ ଏହି ଗାଡିରେ ଲଦା ହୋଇଅଛି ବାଉଁଶ । କେଉଁଠାରେ ଗୋଟିଏ ବଡ କାର୍ଯ୍ୟ ନିମନ୍ତେ ଏହି ଟେଣ୍ଡ ହାଉସ ଗାଡି ଯାଉଛି । ମାତ୍ର ଗାଡି ପଛରେ ଅତି ନିର୍ମମ ଭାବରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କର ପ୍ରତିମା କୁ ବାନ୍ଧି ଦିଆଯାଇଅଛି । ଖରା, ବର୍ଷା, ପବନ ଖାଇ ଠାକୁରେ ସ୍ଟେଜ ଉପରେ କୌଣସି ଗୋଟିଏ ସାଜସଜାର ସାମଗ୍ରୀ ହେବାକୁ ଯାଉଛନ୍ତି ।

ଏହି କଥା ଦେଖିଲେ ଭାରି କଷ୍ଟ ଅନୁଭବ ହେଉଛି । ନିଜ ମାଟିରେ ମହାପ୍ରଭୁ ଙ୍କର ଏହିଭଳି ଅବସ୍ଥା ଆଦୌ ଗ୍ରହଣୀୟ ନୁହେଁ । ଏହି ଦୃଶ୍ୟ ଦେଖି ପ୍ରତି ଓଡିଆ ବ୍ୟଥିତ ହେବା ସହିତ ଦାବୀ କରିଛନ୍ତି ଯେ ଏହି ଗାଡିର ଚାଳକ ସମେତ ଏହି କାମ ନିମନ୍ତେ ଯିଏ ମଧ୍ୟ ଦାୟୀ ତାଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦିଆଯାଉ ।

କାରଣ ଜଗନ୍ନାଥ ହେଉଛନ୍ତି ସମଗ୍ର ଜଗତର ନାଥ । ଏବଂ ତାଙ୍କୁ ନେଇ ଅନେକ ଜଗନ୍ନାଥ ପ୍ରେମୀ ଭାବୁକ ଅଟନ୍ତି । ତେଣୁ ଏହି ଦୃଶ୍ୟ ସୋ-ସି-ଆ-ଲ ମି-ଡି-ଆରେ ଦେଖିବା ପରେ ସେମାନେ ଏହିଭଳି ଦାବି କରିବା ସ୍ଵଭାବିକ । ତେବେ ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣଙ୍କ ମତାମତ ଆପଣ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *