ଏମିତି କାରନାମା କ୍ୟାମେରାରେ କଏଦ ହେଇଗଲା ନହେଲେ ଆପଣ ବିଶ୍ଵାସ ବି କରି ନଥାନ୍ତେ, ଗୋଟିଏ ପୁରୁଣା ଘରେ ଏତେ ସାରା ନାଗ, Video ଦେଖିଲେ ଆପଣ ଚମକି ପଡିବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ସାପ ନିଶ୍ଚୟ ଦେଖିଥିବେ । ସାଧାରଣତଃ ସାପ ମାନେ ଜଙ୍ଗଲରେ ରୁହନ୍ତି ହେଲେ ବେଳେବେଳେ ବର୍ଷା ଓ ରାତିରେ ସାପ ମାନେ ଗାଁରେ ରହୁଥିବା ଲୋକ ମାନଙ୍କ ଘର ଭିତରେ ପଶି ଯାନ୍ତି । ଯେହେତୁ ଗାଁ ସହ ଜଙ୍ଗଲ ଯୋଡି ହୋଇ ରହିଥାଏ ସେଥିପାଇଁ ସାପ ମାନେ ଅତି ସହଜରେ ଲୋକ ମାନଙ୍କ ଘରେ ଭୋଜନ ନଚେତ ଲୁଚିବା ପାଇଁ ପଶି ଥାନ୍ତି ଯାହାଫଳରେ ସେହି ଘରେ ରହୁଥିବା ଲୋକ ମାନଙ୍କ ଜୀବନ ବିପଦରେ ଘେରି ହୋଇ ରହିଥାଏ ।

ଗୋଟେ ଘର ଭିତରୁ ଗୋଟେ ବା ଦୁଇଟି ସାପ ବାହାରିବା ସ୍ଵାଭାବିକ କଥା ହେଲେ ବନ୍ଧୁଗଣ ଥରେ ଭାବନ୍ତୁ ଯଦି ଗୋଟିଏ ଘରୁ ସାପର ଏକ ପରିବାର ବାହାରିବ ତା ହେଲେ କଣ ହେବ । ଏଭଳି ଏକ ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଘଟଣା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ହେଲେ ଏହା ସତ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ଏହି ଘଟଣାଟି ଜୋନପୁର ସହର ପାଖରେ ଥିବା ଏକ ଗାଁରେ ଘଟିଛି । ଗାଁରେ ଥିବା ଏକ ପକ୍କା ଘର ତଳୁ ପ୍ରଥମେ ଏକ ନାଗ ସାପ ଛୁଆ ବାହାରିଥିଲା । ସାପ ଛୁଆ ଦେଖି ପରିବାର ଲୋକଙ୍କ ହୋସ ଉଡିଗଲା ଯାହାଫଳରେ ସେମାନେ ଏହାର ସୂଚନା ବନ ବିଭାଗକୁ ଦେଇଥିବା ।

https://www.youtube.com/watch?v=PAo4S3fbXkY

ବନ ବିଭାଗକୁ ଏହାର ସୂଚନା ଦେବା ପରେ ଜଣେ ସାପ ଧରାଳି ସେହି ସ୍ଥାନରେ ପହଞ୍ଚି ଥିଲେ । ପ୍ରଥମେ ମାଟି ଉପରୁ ଥିବା କିଛି ନାଗ ଛୁଆଙ୍କୁ ସାପ ଧରାଳି ଜଣକ ବାହାର କରିଥିଲେ ଓ ପରେ ମାଟି ଖୋଳି କିଛି ନାଗ ଛୁଆଙ୍କୁ ବାହାର କରା ଯାଇଥିଲା । ଏହା ପରେ ମାଟି ଭିତରେ କଣା ହୋଇଥିବା ସ୍ଥାନର୍ତେ ପାଣି ପୁରା ଯାଇଥିଲା ଯାହାଫଳରେ ଗୋଟେ ପରେ ଗୋଟେ ନାଗ ଛୁଆ ବାହାରି ଥିଲେ ।

ବନ୍ଧୁଗଣ ପାଖାପାଖି ୧୨ ରୁ ୧୩ଟି ନାଗ ଛୁଆ ସେହି ଘରୁ ବାହାରିଲେ ହେଲେ ନାଗୁଣୀ ସେହି ସ୍ଥାନରେ ନଥିଲା । ଏହି ଦୃଶ୍ୟ ଦେଖି ଗାଁ ଲୋକ ମାନଙ୍କର ହୋସ ଉଡିଯାଇଥିଲା । ତା ହେଲେ ବନ୍ଧୁଗଣ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *