ଅଫେରା ରାଇଜକୁ ଚାଲିଗଲେ Rajeswari, କାନ୍ଦୁଛନ୍ତି ସ୍ଵାମୀ ଆଉ କହୁଛନ୍ତି ‘ହସ୍ପିଟଲ ଆଣିବାରେ ବିଳମ୍ବ ହେଇଗଲା ନହେଲେ ସେ ଆଜି ମତେ ଏମିତି…’ ଦେଖନ୍ତୁ ଭିଡିଓ

ବନ୍ଧୁଗଣ, ସୂଚନା ଅନୁଯାୟୀ ରାଜେଶ୍ଵରୀଙ୍କ ସ୍ଵାମୀ କହିଛନ୍ତିଯେ ରାଜେଶ୍ଵରୀ ମଝିରେ ମଝିରେ ଅସୁସ୍ଥ ହେଉଥିଲେ, ପୁଣି ହସ୍ପିଟାଲାଇଜ ହେଉଥିଲେ ଏବଂ ପୁଣି ସୁସ୍ଥ ହେଉଥିଲେ । ସମ ହସ୍ପିଟାଲରେ ନିୟମିତ ଚିକିତ୍ସିତ ହେଉଥିଲେ ରାଜେଶ୍ଵରୀ । ଡାକ୍ତର ସୌମ୍ୟ ସୁରତ ପଣ୍ଡାଙ୍କ ପାଖରେ ଚିକିତ୍ସିତ ହୋଇ ରାଜେଶ୍ଵରୀ ସୁସ୍ଥ ହୋଇ ଘରକୁ ଯାଉଥିଲେ । ସେ ବହୁତ ଭଲ ଟ୍ରିଟମେଣ୍ଟ କରନ୍ତି । ଯେତେଥର ଏହିଭଳି ସିଚୁଏସନ ହୁଏ ସବୁବେଳେ ସେ ଠିକସେ ଟ୍ରିଟମେଣ୍ଟ ହୋଇ ଜାଆନ୍ତି ବୋଲି କହିଛନ୍ତି ତାଙ୍କ ସ୍ଵାମୀ ।

ମାତ୍ର ଏ ଥର ତାଙ୍କ ପାଖକୁ ଆସିବାରେ ବିଳମ୍ବ ହୋଇଗଲା । କାରଣ ରାଜେଶ୍ଵରୀ ବାଲେଶ୍ବରରେ ଥିଲେ । ତେଣୁ ସେଠାକାର ଡାକ୍ତରଙ୍କ ପାଖକୁ ପ୍ରଥମେ ଯିବାକୁ ପଡିଲା । ସେ ଟିକିଏ ଷ୍ଟେବଲ ହେଲେ ତ ସମ ହସ୍ପିଟାଲକୁ ଆସିଥାନ୍ତେ । ଏଣୁ ସେଠାରେ କିଛି ଚିକିତ୍ସ୍ୟା କରାଯାଇଥିଲା । ଏହାପରେ ସ୍ଵାମୀ କହିଛନ୍ତି ଯେ, କାଲି ହଠାତ ମୁଣ୍ଡବିନ୍ଧା ଆରମ୍ଭ ହୋଇଥିଲା ରାଜେଶ୍ଵରୀର । ଏହାପରେ ସେ ହସ୍ପିଟାଲରେ ଯାଇ ଆଡମିଟ ହେଲେ ।

ଏହାପରେ ଏନଏସ ଦିଆ ହୋଇଥିଲା ପେନ କିଲର ଦେଲେ ସେ ନିଶ୍ଚିତ ଶୋଇବା କଥା ୨ ରୁ ୪ ଘଣ୍ଟା । ଏହାପରେ ରାଜେଶ୍ଵରୀ ଉଠି ଜାଆନ୍ତି । ମାତ୍ର କାଲି ମେଡ଼ିସିନ ପରେ ଆଉ ରାଜେଶ୍ଵରୀ ଉଠି ନଥିଲେ । ଡାକ୍ତରଙ୍କ ପାଖରେ ଯେତେବେଳେ ଡିଟେକ୍ଟ ହୋଇଥିଲା, ସେତେବେଳେ ଜାଣିବାକୁ ପାଇଥିଲୁ ଯେ ତାହା ଫାଷ୍ଟସ୍ଟେଜ କ୍ୟାନ୍ସର ଅଟେ । ଏବଂ ସେହି କେସରେ ଡାକ୍ତର କହିଥିଲେ ୬ ମାସ ।

କିନ୍ତୁ ରାଜେଶ୍ଵରୀ ଯେହେତୁ ଫାଇଟର ଅଟନ୍ତି, ଭଗବାନଙ୍କ କୃପା ଏବଂ ତାଙ୍କ ଫ୍ୟାନ୍ସ ମାନଙ୍କ ଆଶୀର୍ବାଦ ତଥା ଭଲପାଇବା ଟିକେ ତାଙ୍କ ସାଥ ଦେଇଥିଲେ । ଏବଂ ରାଜେଶ୍ଵରୀ ମଧ୍ୟ ବହୁତ ସାହସୀ, ବହୁତ ଦମ୍ଭ । କେମୋଥେରାପୀରେବହୁତ ସାହସ ଦରକାର ।ଏବଂ ବହୁତ ସାହସିକତାର ସହିତ ନେବାକୁ ହେବ । ଏବଂ ସେ ଯେହେତୁ ସାହାସୀ ଥିଲେ ଏଣୁ ବହୁତ ସାହସର ସହିତ ସେ ସବୁକୁ ଅତିକ୍ରମ କରି ଆସିଥିଲେ ।

ତାହା ଦ୍ଵାରା ମଧ୍ୟ କମିଥିଲା ମାତ୍ର ମଝିରେ ମଝିରେ ଯାହା ବାହାରୁଥିଲା ଜଗିବାକୁ ହେଉଥିଲା । ତେବେ ଆଜି ରାଜେଶ୍ଵରୀ ସବୁଦିନ ପାଇଁ ଆମ୍ଭ ମାନଙ୍କ ଗହଣରୁ ଚାଲିଯାଇଛନ୍ତି । କିନ୍ତୁ ତାଙ୍କ ସ୍ମୃତି ସବୁଦିନ ନିମନ୍ତେ ଟେଲିଭିଜନ ଦୁନିଆ ତଥା ତାଙ୍କ ପରିବାର ଏବଂ ଫ୍ୟାନ୍ସ ମାନେ ମନେ ରଖିବେ । ତେବେ ବନ୍ଧୁଗଣ ଏହି ମର୍ମହାତ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *