ମୃତ୍ୟୁ ପୂର୍ବରୁ ଅଭିନେତ୍ରୀ Rajeswari ଙ୍କ ଶେଷ ସାକ୍ଷାତକାର…ସ୍ଵାମୀଙ୍କ ବିଷୟରେ କହୁ କହୁ କାନ୍ଦି ପକେଇଥିଲେ ଅଭିନେତ୍ରୀ, ସେ କଣ କହିଥିଲେ ଦେଖନ୍ତୁ ଏହି Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଟେଲି ଅଭିନେତ୍ରୀ ରାଜେଶ୍ଵରୀଙ୍କ ପରଲୋକ ପୂର୍ବରୁ ତାଙ୍କର କିଛି ଅଭୂଲା ସ୍ମୃତି ରହିଅଛି ଯାହା ସେ ନିଜ ପ୍ରିୟ ସ୍ଵାମୀଙ୍କ ସମ୍ବନ୍ଧରେ ଏକ ସାକ୍ଷାତକାର ସୋ ରେ କହିଥିଲେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ରାଜେଶ୍ଵରୀ କହିଥିଲେ ଯେ ତାଙ୍କର ପ୍ରଥମେ ମାଟ୍ରିମୋନିରେ ପ୍ରୋପୋଜାଲ ଆସିଥିଲା । ପରସ୍ପର ସହିତ କଥା ମଧ୍ୟ ହୋଇଥିଲେ । କଥା ହେବାପରେ ପରସ୍ପରଙ୍କୁ ଭଲ ଲାଗିଥିଲା ।

ମାତ୍ର ଗୋଟିଏ ଥର ଭୁବନେଶ୍ବରରେ ଆସି ଦେଖା ହୋଇଥିଲେ । ଭୁବନେଶ୍ବରରେ ଦେଖା ହେବା ପରେ ଲାଗିଥିଲା ଯେ ଉଭୟ ଉଭୟଙ୍କ ପାଇଁ ଭଲ ଅଛନ୍ତି । ରାଜେଶ୍ଵରୀ ଙ୍କ ଶାଶୁଘର ଲୋକମଧ୍ୟ ରାଜେଶ୍ଵରୀଙ୍କୁ ଗ୍ରହଣ କରିଥିଲେ । ସେ ଜଣେ ଅଭିନେତ୍ରୀ ଜାଣି ମଧ୍ୟ ସମସ୍ତେ ତାଙ୍କୁ ଭଲପାଆନ୍ତି ଏବଂ ସନ୍ନମାନର ସହିତ ଘରକୁ ବୋହୁ କରି ଆଣିଥିଲେ ବୋଲି ସେ କହିଛନ୍ତି ।

ସେ କହିଥିଲେ ଯେ ମୋ ସ୍ଵାମୀ ମୋ ନିମନ୍ତେ ଓସ୍କାର ପୁରସ୍କାର । ସେ କେବେ ମଧ୍ୟ ମୋ ବିଷୟରେ ନେଗେଟିଭ ଚିନ୍ତା କରିନାହାଁନ୍ତି । ଏବଂ ଜଣେ ସ୍ଵାମୀ ହିସାବରେ ସେ ବହୁତ ଷପୋର୍ଟ କରନ୍ତି ସବୁ କ୍ଷେତ୍ରରେ । ସ୍ଵାମୀ ଙ୍କ ସହିତ ବିତାଇଥିବା ପ୍ରତ୍ୟକ ମୂହୁର୍ତ୍ତ ତାଙ୍କ ପାଇଁ ଖାସ ବୋଲି ରାଜେଶ୍ଵରୀ କହିଥିଲେ ।

ରାଜେଶ୍ଵରୀଙ୍କୁ କ୍ୟାନ୍ସର ହୋଇଛି ବୋଲି ଜାଣିବା ପରେ ତାଙ୍କ ସ୍ଵାମୀଙ୍କର ସେତେ ଧାର୍ଯ୍ୟ ନଥିଲା ଯେ ଏଭଳି ଏକ ନ୍ୟୁଜ ଶୁଣି ତାହାକୁ ସହଜାରେ ଗ୍ରହଣ କରିନେବେ । କାରଣ ରାଜେଶ୍ଵରୀଙ୍କ ସ୍ଵାମୀ ଏ ସବୁ ଜିନିଷ ବହୁତ କମ ଦେଖିଛନ୍ତି ବୋଲି ସେ କହିଥିଲେ । ଏବଂ ରାଜେଶ୍ଵରୀଙ୍କୁ ବହୁତ ଭଲ ପାଆନ୍ତି ।

ଜଗନ୍ନାଥଙ୍କ ଆଶୀର୍ବାଦରୁ ରାଜେଶ୍ଵରୀ ଉତ୍ତମ ଜୀବନସାଥିଟିଏ ପାଇଛନ୍ତି ବୋଲି କହିଥିଲେ । ଏହା ସହିତ ନିଜ ପରିବାର ଭଳି ଶାଶୁଘର ମଧ୍ୟ ପାଇଥିଲେ । ଶାଶୁଘରେ ସମସ୍ତେ ତାଙ୍କୁ ବହୁତ ଭଲ ପାଉଥିଲେ । ରାଜେଶ୍ଵରୀ ବର୍ତ୍ତମାନ ସବୁଦିନ ଲାଗି ଆରପାରିକୁ ଚାଲିଯାଇଛନ୍ତି । ମାତ୍ର ତାଙ୍କର କିଛି ଏଭଳି ସ୍ମୃତି ରହିଅଛି ଯାହା ଓଡିଶାବାସୀଙ୍କୁ ମର୍ମାହତ କରିଦଉଛି ।

ତାଙ୍କ ଫ୍ୟାନ୍ସ ମାନଙ୍କ ଆଖିରେ ବର୍ତ୍ତମାନ ଲୁହାର ଧାର ଅଟକିବାର ନାମ ନେଉନାହିଁ । କିନ୍ତୁ ‘ବିଧିର ବିଧାନ କିଏ କରିବା ଆନ’ । ଦଇବ ଯେତେବବେଳେ ଯାହାକୁ ନିଜ ପାଖକୁ ଟାଣିବାର ଥିବ ନିଶ୍ଚିତ ଟାଣିବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *