Ollywood ରୁ ଆସିଲା ପୁଣି ଏକ ଦୁଃଖ ଖବର, ଜୀବନ ଯୁଦ୍ଧରେ ହାରିଗଲେ ଉଆଁସୀ କନ୍ୟାର ଅଳକା (Rajeswari Ray), ଦେଖନ୍ତୁ ହଠାତ କିପରି ହେଲା ତାଙ୍କର ମୃତ୍ୟୁ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଜୀବନ ଯୁଦ୍ଧରେ ହାରିଗଲେ କ୍ୟାନ୍ସର ପୀଡ଼ିତା ଟେଲି ଅଭିନେତ୍ରୀ ରାଜେଶ୍ଵରୀ ରାୟ । ତେବେ ଗତକାଲୀ ବିଳମ୍ବିତ ରାତିରେ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ତେବେ ଚିକିତ୍ସ୍ୟାଧୀନ ଅବସ୍ଥାରେ ରାତି ୨.୨୫ ମିନିଟରେ ବିୟୋଗ ହୋଇଥିବା ସୂଚନା ମିଳିଛି । ବ୍ରେନ ଏବଂ ଫୁସଫୁସ କ୍ୟାନ୍ସରରେ ପୀଡିତ ଥିଲେ ରାଜେଶ୍ଵରୀ । ସେ କ୍ୟାନ୍ସରରୁ ଭଲ ମଧ୍ୟ ହୋଇଯାଇଥିଲେ । ମାତ୍ର ହଠାତ ଅସୁସ୍ଥ ହୋଇଯାଇଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଏହାପରେ ଚିକିତ୍ସ୍ୟାଧୀନ ଅବସ୍ଥାରେ ନିଜର ଜୀବନ ହରାଇଛନ୍ତି ରାଜେଶ୍ଵରୀ । ସେ ଟେଲି ଧାରାବାହିକରେ ଖଳନାୟକ ଭୂମିକାରେ ଅଭିନୟ କରି ସେ ବହୁତ ପରିଚିତ ଥିଲେ । ଏବଂ ଦର୍ଶକେ ମଧ୍ୟ ତାଙ୍କୁ ବହୁତ ପସନ୍ଦ କରି ଆସିଥିଲେ । ପରଦାରେ ଖରନାୟକ ଭୂମିକା ତାଙ୍କୁ ବେସ ମନୁଛି ବୋଲି ଅନେକ ଦର୍ଶକ ପ୍ରଶଂସା ମଧ୍ୟ କରିଥିଲେ । ତେବେ ଓଡିଆ ଧାରାବାହିକ ଉଆଁସୀ କନ୍ୟାରେ ଅଭିନୟ କରି ସେ ପ୍ରଶଂସାର ପାତ୍ର ହୋଇପାରିଥିଲେ ।

ତେବେ ଉଆଁସୀ କନ୍ୟାରେ ସେ ଖଳନାୟିକା ରାଜେଶ୍ଵରୀ ଭୂମିକାରେ ଅଭିନୟ କରିଥିଲେ । ଏବଂ ଏହି ସିରିୟଲ ଦେଇଥିଲା ତାଙ୍କୁ ଏକ ନୂଆ ପରିଚୟ । ବାଲେଶ୍ବରରେ ଜନ୍ମ ନେଇଥିବା ରାଜେଶ୍ଵରୀ ପ୍ରଥମେ ଆଙ୍କଋଂ ଜରିଆରେ ଗ୍ଲାମର ଦୁନିଆରେ ପ୍ରବେଶ କରିଥିଲେ ।

କିନ୍ତୁ ଲେଡି ଭିଲିଆନ ଭାବରେ ସେ ଧାରାବାହିକରେ ବିଶେଷ ଲୋକପ୍ରିୟତା ହାସଲ କରିଛନ୍ତି । ରାଜେଶ୍ଵରୀ କେତୋଟି ଚଳଚିତ୍ରରେ ମଧ୍ୟ ଅଭିନୟ କରିଥିବାର ଦେଖିବାକୁ ମିଳିଥିଲା । ତେବେ ତାଙ୍କର ପ୍ରଥମ ଚଳଚିତ୍ର ହେଉଛି, ସତ୍ୟମେବ ଜୟତେ । ଏହାପରେ ସେ ଆ’ ରେ ସାଥୀୟା, ବ୍ଲାକମେଲ ଭଳି ଚଳଚିତ୍ରରେ ମଧ୍ୟ ନଜର ଆସିଛନ୍ତି ।

ତାଙ୍କର ଉଲ୍ଲେଖନୀୟ ଧାରାବାହିକ ଭିତରେ ରହିଛି ବସୁନ୍ଧରା, ସଂସକାର, ସ୍ଵାଭିମାନ, ଦେବୀ, କୁମକୁମ । ବାର୍ତ୍ତମାନ ତାଙ୍କ ପରଲୋକରେ ଟେଲି ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି । ବହୁ ଅଭିନେତା ତଥା ଅଭିନେତ୍ରୀ ତାଙ୍କୁ ନେଇ ବହୁ ଶୋକ ପ୍ରକାଶ କରିଛନ୍ତି । ଏହା ସହିତ ରାଜେଶ୍ଵରୀ ଙ୍କ ଫ୍ୟାନ୍ସ ମାନେ ମଧ୍ୟ ସୋ-ସି-ଆ-ଲ ମି-ଡି-ଆ ମାଧ୍ୟମରେ ବହୁତ ଦୁଖଃ ପ୍ରକାଶ କରିଛନ୍ତି ।

ଏହା ସିରିୟଲ ଜଗତ ନିମନ୍ତେ ବହୁତ ବଡ କ୍ଷତି ବୋଲି କହିଛନ୍ତି କିଛି ଅଭିନେତା ତଥା ଅଭିନେତ୍ରୀ । ତାଙ୍କ ସ୍ଥାନ ଆଉ କେହି ଗ୍ରହଣ କରିପାରିବେନି କହି ଦୁଖଃ ପ୍ରକାଶ କରିଛନ୍ତି ଉଆଁସୀ କନ୍ୟାର ପ୍ରଯୋଜକ । ବନ୍ଧୁଗଣ ଏହି ଦୁଖଃଦପୂର୍ଣ୍ଣ ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *