ରାଜରାସ୍ତାରେ ତାତିଲେ କିନ୍ନର ଗୋଷ୍ଠୀ କହିଲେ “Meera Parida ଗୋଟେ ପୁରୁଷ ସେ କ’ଣ ପାଇଁ ଆସି କିନ୍ନରଙ୍କ ସହ ରହି ପଇସା ନେଉଛି…’ ଦେଖନ୍ତୁ Video 

ବନ୍ଧୁଗଣ, ସୂଚନା ଅନୁଯାୟୀ ରାଜରାସ୍ତାରେ କିନ୍ନର ମାନେ ହଲାବୋଲ କରିଛନ୍ତି । କିଛି ଅଭିଯୋଗ ନେଇ ଆଜି ବିଧନସଭା ଘେରାଉ କରିଥିଲେ । ଆଜି ବର୍ଷାରେ ସହ ସହ କିନ୍ନର ରାଜରାସ୍ତାରେ ବସିଛନ୍ତି ତଥା ବିଭିନ୍ନ ଦାବି ନେଇ ଆସିଥିଲେ । କିନ୍ନର ମାନେ କହିଛନ୍ତି ଯେ ଆମ୍ଭେ ସକାଳୁ କିଛି ଖାଇନାହୁଁ, ବର୍ଷାରେ ଓଦା ହେଇ ଧାଡିରେ ଲାଇନ ଧରି ବସି ଏତେ କଷ୍ଟ କରୁଛୁ ତ କାହା ପାଇଁ କଷ୍ଟ କରୁଛୁ ? ଏବଂ ଏହି କଷ୍ଟ କରିବାର କାରଣ କ’ଣ କେହି ଜାଣିଛନ୍ତି ?

ସୋସିଆଲ ମିଡିଆରେ କେତେକ ଲୋକେ କହୁଛନ୍ତି ଯେ କିନ୍ନର ମାନେ ଏହି ତାମସା କରୁଛନ୍ତି, ସେ ତାମସା କରୁଛନ୍ତି, କିନ୍ତୁ ଆମ୍ଭେ କାହିଁକି କରୁଛୁ ସେ ଜାଣୁନାହାଁନ୍ତି । ଆମ୍ଭକୁ ଲୋକମାନେ ୧୦ ଟଙ୍କା ଦେଲେ ମଧ୍ୟ ଆମ୍ଭେ ତାଙ୍କ ମୁଣ୍ଡ ଉପରେ ହାତ ଦେଇ ଆଶୀର୍ବାଦ କରୁଛୁ ଏହାପରେ ପଇସା ଆଣୂଛୁ । ଏମିତି ସାରଥିକୁ ମଧ୍ୟ ଲୋକମାନେ ପୂଜା କରି ମୁଣ୍ଡ ଉପରେ ବସାଇଥିଲେ ମାତ୍ରା ତାହା ପଛରେ କେତେ ରହସ୍ୟ ଥିଲା କେହି ଜାଣିଥିଲେ ?

ମିଡିଆ ସାମନା କୁ ଆସିଲା ବୋଲି ସମସ୍ତେ ଜାଣିଲେ । ସେମିତି ସମସ୍ତଙ୍କ ଉପରେ ବିଶ୍ଵାସ କରିବା ଦରକାର । ମାତ୍ର ଆମ୍ଭକୁ ବହୁତ କଷ୍ଟ ହେଉଛି ତଥା ଆମ୍ଭେ ବହୁତ କଷ୍ଟ କଲୁଣି, ସକାଳୁ କେହି ଆମ୍ଭେ ଖାଇନାହୁଁ ସମସ୍ତେ ଉପବାସ ରହିଅଛୁ । ଆମ୍ଭର ଦାବୀ ରହିଛି ଯେ ଆମ୍ଭେ ଯେତେବେଳେ କିନ୍ନର ସଂପ୍ରଦାୟରେ ଥିଲୁ ମୀରା ଆମ୍ଭକୁ ଶିଖାଇଥିଲା ଯେ ଏହା କର ତାହା କର, ଏହାପରେ ଆମ୍ଭଠାରୁ କିଛି ପଇସା ମୀରା ନିଅନ୍ତି ଏବଂ କିଛି ପଇସାରେ ଆମ୍ଭେ ଘର ଚଳାଇଥାଉ ।

ମାତ୍ର ଆମ୍ଭେ ଏହା କ’ଣ ପାଇଁ କରୁ ? ଆମ୍ଭ ପେଟପାଟଣା ପାଇଁ କରୁ । ମୀରା ସମସ୍ତ କିନ୍ନର ମାନଙ୍କୁ ନେଇ ସମସ୍ତ ଟଙ୍କା ପଇସା ଖାଉଥିଲେ । ସୂଚନା ଅନୁଯାୟୀ ସେ ଆଗରୁ ପୁଅଥିଲେ ବୋଲି କିଛି କିନ୍ନର କହିଛନ୍ତି । ଏହା ସହିତ ମୀରା ଜଣେ ବିବାହିତା ବ୍ୟକ୍ତି ଅଟନ୍ତି ସେ ଏକ ଝିଅକୁ ବିବାହ ମଧ୍ୟ କରିଥିଲେ ।

ମୀରା ପରିଡା ବିଜେଡି ନେତା କହି ମାର ପିଟ ମଧ୍ୟ କରନ୍ତି ବୋଲି କହିଛନ୍ତି କିନ୍ନର ସମ୍ପ୍ରଦାୟ । ମାତ୍ର ସେ ଗୋଟିଏ ପୁରୁଷ ତାଙ୍କୁ କେଉଁ କାରଣ ବଶତ ଗୋଟିଏ ପଦବୀ ସରକାର ଦେଉଛନ୍ତି ? ଏହାକୁ ନେଇ ସ୍ଵର ଉଆଠାଇଛନ୍ତି କିନ୍ନର ସମ୍ପ୍ରଦାୟ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *