‘ପୋଲିସ ସାମ୍ନାରେ ଆମକୁ ଶୋଧିଲେ ..ଆମ ଗେଟ ଠେଲି ଘରେ ପଶିଗଲେ ..ଆମେ ସବୁ ଥରୁଛୁ’ ରାଜଧାନୀରେ ମହିଳାଙ୍କ ସହ ଏମିତି କାଣ୍ଡ କଲେ ଦୁର୍ବୁତ୍ତ, ଦେଖନ୍ତୁ Video

ଘର ବାହାରେ ମଦ ପିଉଥିଲେ ଦୁଇ ଗୋଷ୍ଠୀ ଏବଂ କୌଣସି ଘଟଣାକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା  । ଆଉ ଏହାକୁ ବିରୋଧ କରିଥିଲେ ପାଖର ଜଣେ ପଡୋଶୀ କିନ୍ତୁ ତା ପରେ ଏଭଳି କିଛି ଘଟଣା ଘଟିଥିଲା ଯାହା ବିଷୟରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଏହି ଘଟଣାଟି ମଞ୍ଚେଶ୍ଵର ଥାନା ସମୟଗାଡିଆରେ ଘଟିଛି । ପରିବାର ଲୋକ ବିରୋଧ କରିବା ପରେ ଦୁର୍ବୁତ୍ତ ମାନେ ଘରର ସବୁ କାଚ ଢେଲା ମାରି ଭାଙ୍ଗି ଦେଇଛନ୍ତି ।

ତେବେ ବନ୍ଧୁଗଣ ଏହାକୁ ନେଇ ପରିବାର ଲୋକ ଘଟଣା ସମ୍ପର୍କରେ ଗଣମାଧ୍ୟମକୁ କହିଛନ୍ତି । ବନ୍ଧୁଗଣ ପରିବାରରେ ଥିବା ଜଣେ ମହିଳା କହିଛନ୍ତି-‘ଦୁଇଟି ଗୋଷ୍ଠୀ ଆମ ଘର ସାମ୍ନାରେ ମଦ୍ୟପାନ କରୁଥିଲେ । ମଦ ପିଇବା ପରେ ଘର ସାମ୍ନାରେ ଗାଲୁଗୁଲଜ କରିଲେ । ଏହା ପରେ ମୁଁ ମୋ ସ୍ଵାମୀଙ୍କୁ କହିଲି ପିସିଆରକୁ ଡକେଇବା ପାଇଁ । ପିସିଆର ଆସିବା ପରେ ଆମକୁ ପୋଲିସ ଘର ଭିତରକୁ ପଶିବା ପାଇଁ କହିଲେ ।

ହେଲେ ସେମାନେ ଜୋର ଜବରଦସ୍ତି ଘର ଭିତରେ ପଶିଗଲେ । ଘରେ ପଶିବା ପରେ ମୁଁ ତଳେ ପଡି ଗଲି ଆଉ ତା ପରେ ସେମାନେ ଜୋର ଜବରଦସ୍ତି ମୋ ଚେନ୍ ଛିଡାଇ ନେଇଗଲେ’ । ଘରର ଆଉ ଜଣେ ମହିଳା କହିଛନ୍ତି-‘ଆମେ ସମସ୍ତେ ଥରୁଛୁ କାଲି ଠାରୁ ଏ ପର୍ଯ୍ୟନ୍ତ ଆମେ କିଛି ଖାଇନୁ ।

ଆମେ ସମସ୍ତେ ଥରୁଛୁ ଆମ ଛୁଆ ପିଲା ବି ସବୁ ଥରୁ ଛନ୍ତି । ଆପଣ ତ ଦେଖୁଛନ୍ତି କାଚ କେମିତି ଭାଙ୍ଗିକି ପଡିଛି କଣ ହେଇଛି ସବୁ ଆପଣ ଦେଖୁଛନ୍ତି । ଘରର ପରିସ୍ଥିତି ଦେଖୁଛନ୍ତି ମୋ ଚେନ୍ ଆଉ ମୋ ମାର ଚେନ୍ ଛିଡାଇ ନେଇଛନ୍ତି । ଧକ୍କା ମାରି ସେ ପୋଲିସ ସାମ୍ନାରେ ଯଦି ଏତେ ସବୁ କରିଛନ୍ତି ଆମେ କେମିତି ନିଜକୁ ସୁରକ୍ଷିତ ଭାବିବୁ । ସେମାନେ ଘର ସାମ୍ନାରେ ବସି ମଦ ପିଉଥିଲେ ।

ପିଇବା ପରେ ସେମାନେ ଗାଳିଗୁଲଜ କରି ନଙ୍ଗଳା ହେଇ ନାଚିଲେ । ଆମେ ବାପାଙ୍କୁ ଫୋନ କରି କହିଲୁ ବାପା ଘରେ ନଥିଲେ । ସେମାନେ ପ୍ୟାଣ୍ଟ ଖୋଲି ନାଚିଲେ ଆଉ ଗେଟ ସାମ୍ନାରେ ପରିସ୍ରା କରିଲେ । ପିସିଆର ଆସି ପହଞ୍ଚିବା ପରେ ସେମାନେ ଆମ ଘର ଭିତରକୁ ପଶି ଏମିତି କାଣ୍ଡ କରିଲେ’ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *