ବିଚରା ସୁଲୋଚନା (Sulochana Das) ଏବେ କରିବେ କ’ଣ ? ଦେଖନ୍ତୁ ଏହି Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଭୁବନେଶ୍ବରରେ ପାଣି ଜମିବା ନେଇ ଚିନ୍ତାରେ ଭୁବନେଶ୍ବର ମେୟର ସୁଲୋଚନା ଦାସ । ସେ ଭୁବନେଶ୍ବରରେ ପାଣି ଜମିଥିବା ବିଭିନ୍ନ ସ୍ଥାନ ବୁଲି ଦେଖିଛନ୍ତି । ମେୟର ସୁଲୋଚନା କହିଛନ୍ତି ଯେ, ଏହା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ଯେ ରାସ୍ତାଘାଟରେ କିଭଳି ଭାବରେ ପାଣି ଜମୁଛି, ସେହି କ୍ରମରେ ହିଁ ଏସବୁ ଭିଜିଟ କରାଯାଉଅଛି କିଭଳି ଭାବରେ ଡ୍ରେନ ଉପରେ ଅନଅର୍ଥରାଇଟ କଂଷ୍ଟ୍ରକସନ ହୋଇଛି । ଅନେକ ଜାଗାରେ ବ୍ଲକ କରିଦେଉଛନ୍ତି ।

ଯେଉଁଥିପାଇଁ ଡ୍ରେନ ଗୁଡିକ ସଫା ହୋଇପାରୁନାହିଁ । ରୋଡରେ ବଢାଇ ଲୋକମାନେ ଦୋକାନ କରିଦେଇଛନ୍ତି । ଡ୍ରେନ ସଫା ହେଇପାରୁନାହିଁ ତଥା ଯାହା ହେବାଯଥା ହୋଇପାରୁନାହିଁ ଫଳରେ ଏହିଭଳି ଓଭରପ୍ଲୋ ହୋଇ ପାଣି ବାହାରକୁ ଆସୁଛି । ୧୦ ନମ୍ବର ଡ୍ରେନର ପାଣି ଯାହା ଯାଇ ଗାଙ୍ଗୁଆରେ ପଡୁଛି, ଯେହେତୁ ଗାଙ୍ଗୁଆ ସଫା ହୋଇ ପାରୁନାହିଁ, ତେଣୁ ଗାଙ୍ଗୁଆର କାପାସିଟି ନଥିବାରୁ ସେହି ପାଣି ମଧ୍ୟ ଓଲଟା ଫେରୁଛି ।

ଡ୍ରେନ ଭିତରେ ଟିଣ, ଆଜବେଷ୍ଟ, ମଲାକୁକୁର, ସପ ଏସବୁ ମିଳୁଛି । ତେବେ ଏହାକୁ ନିଶ୍ଚିତ ଭାବରେ ସଜାଡିବାକୁ ପଡିବ । ୧୦ ନମ୍ବର ଡ୍ରେନକୁ ବାଗେଇବାକୁ ପଡିବ । ଏହିସବୁ ହୋଇଗଲେ ଧୀରେ ଧୀରେ ଏହି ସମସ୍ୟାର ସମାଧାନ ହେବ କିନ୍ତୁ ଟିକିଏ ସମୟ ଲାଗିବ । ମେୟର କହିଛନ୍ତି ଯେ ନିଶ୍ଚିତ ଭାବରେ ଏହିସବୁ ସମସ୍ୟା ଆଗରୁ ଥିଲା ଏବଂ ଏହାକୁ ଧୀରେ ଧୀରେ ସମାଧାନ କରୁଅଛୁ ।

ଡ୍ରେନ ଭିତରେ ଇଲେକ୍ଟ୍ରିପୋଲ ରହିଛି ଏବଂ ତାହାର ମୂଳ ଖୋଲିଗଲାଣି । ଯଦି ତାହା ପଡିବ ତେବେ କାହା ଉପରେ ପଡି କ’ଣ ଅଘଟଣ ଘଟିବ, ତାହା ଚିନ୍ତାର ବିଷୟ । ମେୟର ଇଲେକ୍ଟ୍ରି ଡିପାର୍ଟମେଣ୍ଟ ସହିତ କଥାବାର୍ତ୍ତା କରୁଥିଲେ ସେମାନଙ୍କୁ ମଧ୍ୟ ଡାକିଛନ୍ତି ଯେ ଡ୍ରେନ ଭିତରେ ଯେଉଁଠି ଯେଉଁଠି ଇଲେକ୍ଟ୍ରିପୋଲ ରହିଛି ତାହାକୁ ମଧ୍ୟ ଉଠାଇବା ଏବଂ ଡ୍ରେନ ଉପରୁ ଅନଅର୍ଥରାଇଜ କଂଷ୍ଟ୍ରସନ ଉଠାଇବା ପ୍ରତି ଧ୍ୟାନ ଦିଆଯିବ ।

ମାତ୍ର ଛୋଟ ଛୋଟ ସ୍ଲାପ ହେଲେ ତାହାକୁ କାଢିସଫା କରିବା ନିମନ୍ତେ ଉଦ୍ୟମ କରାଯାଇପାରିବ ଅଥବା ସଫା ହୋଇପାରିବ କିନ୍ତୁ ଯଦି ଆଟଏ ଷ୍ଟ୍ରେଚ ତାହାକୁ ସଂପୂର୍ଣ୍ଣ କରିଦେବେ ତେବେ ତାହା ସଫା ହୋଇ ପାରିବ ନାହିଁ । ଯାହାର ପ୍ରତିଫଳନ ଘଟୁଛି ଏହିସବୁ ପାଣି ହେବା । ଏହିଭଳି ମେୟର ସୁଲୋଚନା ଦାସ କହିଛନ୍ତି । ତେବେ ମୋଟ ଉପରେ କହିବାକୁ ଗଲେ ଏଥିପାଇଁ ଦାୟୀ କିଏ ? ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *