ସାମ୍ନାକୁ ଆସିଲେ ଅଭିନେତା ଜୁନିୟର ବାବୁଶାନ, କହିଲେ ‘ଓଡିଆ ଦର୍ଶକ ହେଲେ ମେଣ୍ଡା, ସିଏ ଯାତ୍ରା ନୁହେଁ ଯାତରାରେ ବରବୁଲିଙ୍କୁ…’

ଦର୍ଶକ ବନ୍ଧୁ ଗତ କିଛି ଦିନ ହେବ ରାଣୀ ପ୍ରିୟଦର୍ଶନୀଙ୍କୁ ନେଇ ସାରା ଓଡିଶାରେ ଚର୍ଚ୍ଚା । ରାଣୀ ଭଦ୍ରକରେ ଏକ ଆଇଟମ ଡ୍ୟାନ୍ସ କରୁଥିବା ବେଳେ ତାଙ୍କୁ ଜଣେ ମହିଳା ବିରୋଧ କରି ତାଙ୍କ ଉପରେ ଚପଲ ଫିଙ୍ଗି ଥିଲେ । ଏହା ପରେ ରାଣୀ ସମସ୍ତଙ୍କ ସାମ୍ନାରେ ଲଜ୍ଜିତ ହୋଇଥିଲେ । ସେବେ ଠାରୁ ରାଣୀଙ୍କୁ ଅନେକ ଲୋକ ଠିକ ଏବଂ ଅନେକ ଲୋକ ଭୁଲ ବୋଲି କହୁଛନ୍ତି ।ତେବେ ଏହାରି ମଧ୍ୟରେ ଜୁନିୟର ବାବୁସାନ ଗଣମାଧ୍ୟମ ସାମ୍ନାକୁ ଆସି ନିଜର ବୟାନ ଦେଇଛନ୍ତି ।

ଆଉ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଜୁନିୟର ବାବୁସନଙ୍କ କହିବା ମୁତାବକ-‘ମୁଁ ବ୍ୟକ୍ତିଗତ କଥା କହିବି ଯାତ୍ରା ମଞ୍ଚ ବର୍ତ୍ତମାନ ବହୁତ ଶସ୍ତା ହେଇଯାଇଛି । ଆଗରୁ କିଛି କଳାକାରଙ୍କ ସୁନ୍ଦର ପଦର୍ଶନ ପାଇଁ ଲୋକ ମାନେ ଚାରି ଘଣ୍ଟା ଯାତ୍ରା ମଞ୍ଚରେ ବସଥିଲେ ।

ହେଲେ ଏବେ ଯିଏ ନାହିଁ ସିଏ ଯାତ୍ରା ମଞ୍ଚରେ ଚଢି ଯାଉଛି । ଯଦି ସେମିତି ନଥାନ୍ତା ତେବେ ଏମିତି ଗୋଟେ ଜୋତାମାଡ ଭଳି ଗୋଟେ ନିନ୍ଦନୀୟ ଘଟଣା ହେଇ ନଥାନ୍ତା । ଆଜି ଏମିତି କିଛି କଳାକାର ଆବିର୍ଭାବ ହେଇଛନ୍ତି ଯେଉଁ ମାନେ ଯାତ୍ରା ମଞ୍ଚରେ ସୁଯୋଗ ପାଉଛନ୍ତି ଯେଉଁ ମାନଙ୍କ ପାଇଁ ଆଜି ଯାତ୍ରା ଧ୍ଵଂସ ହେବାକୁ ଯାଉଛି । ଆଉ ଯେଉଁ ମାନେ ପ୍ରଫେସନାଲ କଳାକାର ସେମାନଙ୍କର ଜୀବନ-ଜୀବିକା ଆଜି ବାଧା ପାଇଛି ।

ସେହି ଭିଡିଓ ମୁଁ ଭଲ ଭାବରେ ଦେଖିଛି ଆଉ ମୁଁ ଯେତିକି ଦେଖିଛି ରାଣୀ ପ୍ରିୟଦର୍ଶନୀ ଯାହାବି କିଛି ଇଙ୍ଗିତ ଦେଇଛନ୍ତି ତାହା ସଂପୂର୍ଣ୍ଣ ରୂପେ ଭୁଲ । କିଏ କେତେ ଦେଖେଇ ପାରିବ, କିଏ କେତେ ନଚେଇ ପାରିବ, କିଏ କେତେ ଲୋକଙ୍କୁ ବାନ୍ଧି ରଖି ପାରିବ ଆଉ କିଏ କେତେ ଲୋକଙ୍କୁ ଆବୃତ କରିପାରିବ ସେଇଟା ହେଉଛି ନିଜର ଗୋଟେ ପବ୍ଲିସିଟି କରିବାର ମାଧ୍ୟମ । ଯଦି ତମ ପାଖରେ ଟ୍ୟାଲେନ୍ଟ ଅଛି ଆସ ପଦର୍ଶନ କର ଲୋକଙ୍କୁ ଦେଖାଅ ଲୋକକ ମନ ଜିତ ।

ଏମିତି ବାରବୁଲୀ ରକମ ଦେଖେଇକି ସେସବୁ କରନି । ଏବେ ବି ସମୟ ଅଛି ସୁଧୁରି ଯାଅ ନହଲେ ଯାତ୍ରା ଇଣ୍ଡଷ୍ଟ୍ରି ଧୀରେ ଧୀରେ ତଳକୁ ଯାଉଛି । ଯେଉଁ ଦିନ ଯାତ୍ରା ଇଣ୍ଡଷ୍ଟ୍ରି ବନ୍ଦ ହେଇଯିବ ସେଦିନ ତମ ବେପାର ବନ୍ଦ ହେଇଯିବ’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *