ମା’ଙ୍କ ସଫଳତାର ଖୁସିରେ ନାଚିଲେ Draupadi Murmu ଙ୍କ ଝିଅ, କହିଲେ ନିଜ ମା’ଙ୍କ ଜୀବନର ସଂଘର୍ଷମୟ କାହାଣୀ…ଦେଖନ୍ତୁ Video

ବନ୍ଧୁଗଣ, ଆମ୍ଭ ଦେଶର ରାଷ୍ଟ୍ରପତି ପଦରେ ବସିବାକୁ ଯାଉଥିବା ଦ୍ରୌପଦୀ ମୁର୍ମୁ ଙ୍କ ଏକମାତ୍ର କନ୍ୟା ଇତିଶ୍ରୀ ମୁର୍ମୁ କିଛି ଏଭଳି କହିଛନ୍ତି ଯାହା ଆପଣ ଶୁଣିଲେ ମର୍ମାହତ ହୋଇଯିବେ । ତେବେ ଆସନ୍ତୁ ତାଙ୍କ ବିଷୟରେ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା । ଇତିଶ୍ରୀ କହିଛନ୍ତି ଯେ ଆମ୍ଭେ କାଲି ମି-ଡି-ଆ ମଧ୍ୟମରୁ ଜାଣିବାକୁ ପାଇଲୁ । ଏବଂ ଯେତେବେଳେ ଜେପି ନୋଡା ଙ୍କ ଫର୍ମାଲ ଆନାଉସମେଣ୍ଟ ହେଲା,ସେଥିରୁ ଆମ୍ଭେ ଜାଣିଲୁ ।

ସେ କହିଛନ୍ତି ମାଟି ରାସ୍ତାରୁ ଯାଇ ରାଜରାସ୍ତା ରେ ପହଞ୍ଚିବା ହିଁ ଆମ୍ଭ ପାଇଁ ଏହା ଗୋଟିଏ ସ୍ଵପ୍ନ ର କଥା । ଆଉ ଝିଅ ଇତି କହିଛନ୍ତି ଯେ ମା’ ତାଙ୍କ ନିଜର ହାର୍ଡୱର୍କ ତଥା ଡେଡିକେସନ ଦେଇଥିଲେ ନିଜ କର୍ମ କୁ ହିଁ ଜୀବନ କରିଥିଲେ । ମାତ୍ର ତାହାର ଫଳ ସେ ପାଇବେ ଏହି ରୂପରେ ତାହା ଆମ୍ଭେ ଭାବିନଥିଲୁ ।

ତେବେ ୨୦ ତାରିଖ ଦ୍ରୌପଦୀ ମୁର୍ମୁ ଙ୍କ ଜନ୍ମଦିନ ଥିଲା ଏବଂ ୨୧ ତାରିଖ ଏହି ଖୁସି ଖବର ଉଭୟ ମା’ ଝିଅ ଶୁଣି ବହୁତ ଉଲ୍ଲସିତ ହୋଇଗଲେ । ଇତି କହିଛନ୍ତି ଯେ ତାଙ୍କ ମା’ ଯେତେବେଳେ ତାଙ୍କ ପାଖକୁ ଗଲେ ସେତେବେଳେ ସେ ଗୋଟିଏ କ୍ଲାରିକାଲ ପୋଷ୍ଟ ରେ ଥିଲେ ଏବଂ ସେହି ସମୟରେ ସେ ପ୍ରୋମୋଶନ ପାଇଲେ । ବର୍ତ୍ତମାନ ସେ ଛୁଟିରେ ଅଛନ୍ତି । ମା’ ବହୁତ ଷ୍ଟ୍ରୋଙ୍ଗ ଅଛନ୍ତି ।

ଦ୍ରୌପଦୀ କହିଥିଲେ ଯେ ମୋର ଦୁଇଟି ପୁଅ ଚାଲିଯାଇଛନ୍ତି କିନ୍ତୁ ବର୍ତ୍ତମାନ ମୋ ପାଖରେ ମୋ ଝିଅ ଅଛି ।  ଏହାପରେ ଉଭୟ ମା’ ଝିଅ ପରସ୍ପରର ଚେହେରାକୁ ଦେଖି ଦିନ କାଟୁଥିଲେ । ମାତ୍ର ମଣିଷ ମାତ୍ରେ ହିଁ ଦୁଃଖ ବର୍ତ୍ତମାନ ଯେତେବେଳେ ଆମ୍ଭ ପାଖରେ ବାପା ଏବଂ ଦୁଇ ଭାଇ ନାହାନ୍ତି ଏହି ଖୁସିର ଅବସରରେ ଆମ୍ଭେ ତାଙ୍କୁ ମନେ ପକାଇ ଦୁଃଖୀ ହେଉଛୁ ଯେ ସେ ଥିଲେ ଖୁସି ଦୁଇଗୁଣ ହୋଇଥାନ୍ତା ।

ମାତ୍ର ମା’ ନିଜ ଜୀବନରେ ବହୁତ କିଛି ହରାଇ ସାରିଛନ୍ତି ତେବେ ବର୍ତ୍ତମାନ ଅଭିମାନ ର ମାନ କୁ ରଖିବାକୁ ତାଙ୍କ ପାଖରେ କିଛି ନାହିଁ । ଝିଅ ଇତି କହିଛନ୍ତି ଯେ ମା’ ଯେତେବେଳେ ଗଭର୍ନର ଥିଲେ ସେତେବେଳେ ମଧ୍ୟ ମୁଁ ଚାକିରି କରିଥିଲି ଏବଂ ମୋ ମା’ ପାଠ ପଢାଇ ଏଥିପାଇଁ ମଣିଷ କରିଛନ୍ତି ଯେ ମୁଁ ନିଜ ଗୋଡରେ ନିଜେ ଛିଡା ହୋଇପାରେ । ତେବେ ଏହିଭଳି ପ୍ରତିକ୍ରିୟା ରଖିଛନ୍ତି ଝିଅ ଇତିଶ୍ରୀ ମୁର୍ମୁ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *