ଅଡ଼ୁଆରେ କଂଗ୍ରେସ ବିଧାୟକ ଓ ସାଂସଦ, ଏବେ କରିବେ କଣ ? ପଡିଛି ଭାଳେଣି…ହେଇଯିବେ କି ରାଷ୍ଟ୍ର ବିରୋଧୀ ?

ବନ୍ଧୁଗଣ, ସୂଚନା ଅନୁଯାୟୀ ରାଜ୍ୟ କଂଗ୍ରେସ ଉପରେ ବର୍ତ୍ତମାନ ସମସ୍ତଙ୍କ ନଜର । ବିଜେପି ଦ୍ରୌପଦୀ ମୁର୍ମୁ ଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ପରେ, ରାଜ୍ୟ କଂଗ୍ରେସ ବର୍ତ୍ତମାନ ଅଡୁଆରେ ପଡି ଯାଇଅଛି । ଦଳର ୯ ବିଧାୟକ ଏବଂ ଜଣେ ସାଂସଦ କେଉଁ ଆଡକୁ ଢଳିବେ ଏ ନେଇ ସେମାନେ ନିଜେ ଦ୍ଵନ୍ଦ ରେ ପଡିଥିବା ଆଲୋଚନା ହେଉଛି । ଦ୍ରୌପଦୀ NDA ର ପ୍ରାର୍ଥୀ ହୋଇଥିଲେ ମଧ୍ୟ ସେ ହେଉଛନ୍ତି ଓଡିଶା ର ମହିଳା ।

ପ୍ରଥମ ଥର ପାଇଁ ବିଜେପି ଜଣେ ଆଦିବାସୀ ନେତ୍ରୀ ଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛି । ଦୌପଦୀ ତାଙ୍କ ରାଜନୈତିକ ଜୀବନ ଲମ୍ବା ସମୟ ଓଡିଶା ରେ କାଟିଛନ୍ତି । ବର୍ତ୍ତମାନ ସେ ରାୟରଙ୍ଗପୁର ରେ ରହୁଛନ୍ତି । ତାଙ୍କ ପ୍ରାର୍ଥୀତକୁ ନେଇ ସାରା ରାଜ୍ୟ ଉତ୍ସାହିତ ହୋଇଛି । ତେବେ ଦଳମତ ନିର୍ବି ଶେଷରେ ତାଙ୍କୁ ସମସ୍ତ ବିଧାୟକ ଏବଂ ସାଂସଦ ସମର୍ଥନ କରିବା ପାଇଁ ଦାବି ହୋଇଛି ।

ସିଧାସଳଖ ଭାବରେ କହିଲେ ଦ୍ରୌପଦୀ ଙ୍କର ପ୍ରାର୍ଥିତ୍ଵ ଓଡିଶା ପାଇଁ ଏକ ସ୍ବାଭିମାନ ର ପ୍ରସଙ୍ଗ ପାଲଟିଛି । ଏଭଳି ପରିସ୍ଥିତି ରେ ରାଜ୍ୟ କଂଗ୍ରେସ ର ବିଧାୟକ ମାନେ ଦ୍ଵନ୍ଦ ରେ ପଡିଛନ୍ତି ।ରାଷ୍ଟ୍ରପତି ନିର୍ବାଚନ ଲାଗି ମିଳିତ ବିରୋଧୀ ଦଳର ପ୍ରାର୍ଥୀ ହୋଇଛନ୍ତି ଜସବନ୍ତ ସିହ୍ନା । ତେବେ କଂଗ୍ରେସ ତାଙ୍କୁ ସମର୍ଥନ କରୁଛି । ସେହି ଦୃଷ୍ଟିରୁ ଓଡିଶା କଂଗ୍ରେସ ବିଧାୟକ ଏଆଇସିସି ନିର୍ଦ୍ଧେଶ ଅନୁସାରେ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

ମହମ୍ମଦ ମୁକିମ ଏ ନେଇ କହିଛନ୍ତି ଯେ ରାଜନୀତି ଏବଂ ଏପରି ଏକ ମୁଖ୍ୟ ପଦବୀ, ଏବଂ ଆମ୍ଭେ ଜଣେ ଶୃଙ୍ଖଳିତ ସଭ୍ୟ ହିସାବରେ ଜାତୀୟ କଂଗ୍ରେସ ଦଳରେ ଅଛୁ । ଏବଂ ଦଳର ନିଷ୍ପତ୍ତି ଯାହା ତାକୁ ସମସ୍ତେ ଗ୍ରହଣ କରିବୁ । ଏବଂ ଦଳ ଯେଉଁ ନିଷ୍ପତ୍ତି ନେଇଛି କଂଗ୍ରେସ ର ସଦସ୍ୟ ଭାବରେ ଆମ୍ଭେ କାର୍ଯ୍ୟ କରିବୁ ।

ସେ କହିଛନ୍ତି ଯେ ଯେତେବେଳେ ରାଷ୍ଟ୍ରପତି ନିର୍ବାଚନ ହୁଏ, କିଏ ନା କିଏ କେଉଁ ନା କେଉଁ ରାଜ୍ୟ ରୁ ଛିଡା ହୋଇଥାନ୍ତି । ଏହା ପୂର୍ବ ରୁ ମଧ୍ୟ କୋବିନ୍ଦ ରାଷ୍ଟ୍ରପତି ହୋଇଥିଲେ ଏବଂ ସେତେବେଳେ ସେ ଯେଉଁ ରାଜ୍ୟ ରୁ ଥିଲେ, ସେହି ରାଜ୍ୟ ର ଲୋକ ମାନେ ମଧ୍ୟ ପାର୍ଟି ରାଏ ଅନୁଯାୟୀ କାର୍ଯ୍ୟକ୍ରମ କରୁଥିଲେ । ତେବେ ଦଳର ଶୃଙ୍ଖଳିତ ସଭ୍ୟ ହିସାବରେ ଦଳ ଯାହା ନିଷ୍ପତ୍ତି ନେବ ତାକୁ କରିବେ ବୋଲି କହିଛନ୍ତି ମୁକିମ । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ ନିଶ୍ଚିତ କମେଣ୍ଟ କରିଜଣାନ୍ତୁ ।

Leave a Reply

Your email address will not be published. Required fields are marked *