ପୋଷ୍ଟମର୍ଟମ ରିପୋର୍ଟରେ ହେଲା ଭୟଙ୍କର ଖୁଲାସା, ମୃତ୍ୟୁ ବେଳକୁ 3 ମାସର ଗର୍ଭବତୀ ଥିଲେ ଅଭିନେତ୍ରୀ Rashmirekha, କିନ୍ତୁ ସେ…

ବନ୍ଧୁଗଣ, ବର୍ତ୍ତମାନ ଆପଣ ମାନେ ଓଡିଆ ଇଣ୍ଡଷ୍ଟ୍ରୀ ର ଜଣେ ଅଭିନେତ୍ରୀ ରଶ୍ମିରେଖା ଙ୍କ ଆତ୍ମହତୟଆ ସମ୍ବନ୍ଧରେ ନିଶ୍ଚିତ ଭାବରେ ଜାଣିଥିବେ । ତେବେ ଏହା ହତୟଆ ନା ଆତ୍ମହତୟଆ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ବର୍ତ୍ତମାନ ଏଭଳି ଏକ ସତ୍ୟତା ସାମ୍ନା କୁ ଆସିଛି ଯାହାକୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବା ସହିତ ଚକିତ ମଧ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଦିନ ଯେତେ ଗଡୁଛି ଓଡିଆ ଧାରାବାହିକ ଅଭିନେତ୍ରୀ ରଶ୍ମିରେଖା ଓଝା ଙ୍କ ମୃତ୍ୟୁ ଘଟଣାରେ ସେତେ ନୂଆ ନୂଆ କଥା ସାମ୍ନା କୁ ଆସୁଛି ।

ଏକ ବିଶ୍ଵସ୍ଥ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରଶ୍ମିରେଖା 3 ମାସର ଗର୍ଭବତୀ ଥିବା କଥା ସାମ୍ନା କୁ ଆସିଛି । ଯାହାକି ଏହି ଘଟଣା କୁ ବର୍ତ୍ତମାନ ଭିନ୍ନ ମୋଡ ଦେଇଛି । ଆଉ ଏହି ଖବର ଜଣା ପଡିବା ପରେ ପୋଲିସ କୁ ସହଯୋଗ କରୁଥିବା ପୁରୁଷ ବନ୍ଧୁ ସନ୍ତୋଷ ଫେରାର ହୋଇଯାଇଅଛି । ଏବଂ ତାଙ୍କୁ ଧରିବା ପାଇଁ ନଯାପଲ୍ଲୀ ଥାନା ପୋଲିସ ଦୁଇଟି ଟିମ ଗଠନ କରି ସାରିଛି ।

ଗତ ରବିବାର ରଶ୍ମିରେଖା ଙ୍କର ମୃତ୍ୟୁ ହୋଇଥିବା ବେଳେ ସୋମବାର ଦିନ ଶବ ବ୍ୟବଛେଦ ହୋଇଥିଲା ଆଉ ଏହା ପରେ ଜଣାପଡିଥିଲା ଯେ ଅଭିନେତ୍ରୀ ରଶ୍ମିରେଖା ୧୨ ରୁ ୧୪ ସପ୍ତାହ ଗର୍ଭବତୀ ଥିଲେ । ଏହି ସମ୍ପର୍କରେ ସୂଚନା ଶବ ବ୍ୟବଛେଦ ରିପୋର୍ଟ ରେ ଉଲ୍ଲେଖ ରହିଛି । ଏହାକୁ ନେଇ ବର୍ତ୍ତମାନ ଉଠିଛି ବଡ ପ୍ରଶ୍ନ । ଯଦି ରଶ୍ମିରେଖା ଗର୍ଭବତୀ ଥିଲେ ତେବେ ସେ କାହିଁକି ନିଜ ଜୀବନ ହାରିଲେ ?

ବ୍ୟବଛେଦ ରିପୋର୍ଟ ରେ ରଶ୍ମିରେଖା ଗର୍ଭବତୀ କଥା ଉଲ୍ଲେଖ ଥିବାବେଳେ, ପୋଲିସ କହୁଛନ୍ତି ଯେ ୪୫ ଦିନ ହେବ ସନ୍ତୋଷ ଏବଂ ରଶ୍ମିରେଖା ଉଭୟ କୋର୍ଟମ୍ୟାରେଜ କରିଥିଲେ । ତେବେ ଏହି କଥାରୁ ଜଣାପଡୁଛି ଯେ ରଶ୍ମିରେଖା କୋର୍ଟମ୍ୟାରେଜ କରିବା ପୂର୍ବରୁ ହିଁ ଗର୍ଭବତୀ ଥିଲେ । ଏହି ଖବର ପାଇ ରଶ୍ମିରେଖା ବୋଧ ହୁଏ ଜିଦ୍ଦ ଧରିଥିଲେ ବିଧିମତେ ବିବାହ କରିବା ପାଇଁ ।

ସମସ୍ତଙ୍କ ସମ୍ମୁଖରେ ସନ୍ତୋଷ ରଶ୍ମିରେଖା ଙ୍କ ମଥାରେ ସିନ୍ଦୁର ଏବଂ ହାତରେ ଶଙ୍ଖା ଭରିଥାନ୍ତେ ବୋଧ ହୁଏ ଏହି ସବୁ କଥାରେ ସନ୍ତୋଷ ରାଜି ହୋଇ ନଥିଲେ, ପରବର୍ତ୍ତୀ ସମୟରେ କିଛି ଗଣ୍ଡୋଗୋଳ ମଧ୍ୟ ହୋଇଥିଲା ଆଉ ଏହିଭଳି ଘଟଣା ପାଇଁ ବୋଧହୁଏ ରଶ୍ମି ଜୀବନ ହାରିଥିବେ ବୋଲି ପୋଲିସ ସନ୍ଦେହ କରୁଛି ।

ତେବେ ଘଟଣା ର ସତ୍ୟତା ସନ୍ତୋଷ ହିଁ କହିପାରିବ । ପୋଲିସ ବର୍ତ୍ତମାନ ସନ୍ତୋଷ କୁ ଖୋଜିବାରେ ଲାଗିଛି । ଦେଖାଯାଉ ସତ୍ୟତା ର ପରଦାଫାର୍ଶ ହେବେ ହେଉଛି ? ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ ନିଶ୍ଚିତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *