ଏହି ଘରେ ଆତ୍ମହତ୍ୟା କଲେ ଅଭିନେତା Raimohan Parida, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଓଡିଆ ଇଣ୍ଡଷ୍ଟ୍ରୀ ର ଜଣେ ବଶିଷ୍ଠ ଅଭିନେତା ରାଇମୋହନ ପରିଡା ଆଜି ଆ-ତ୍ମ-ହ-ତ୍ୟା କରି ଆରପାରି କୁ ଚାଲିଯାଇଛନ୍ତି । ତେବେ ସେ ଉଦୟପୁର ଘରେ ଆ-ତ୍ମ-ହ-ତ୍ୟା କରିଥିବାର ସୂଚନା ମିଳିଛି । ପୋଲିସ ସେଠାରୁ ତାଙ୍କ ମୃତଦେହ ଉଦ୍ଧାର କରିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମୃ-ତ୍ୟୁ ର କାରଣ ସ୍ପଷ୍ଟ ଭାବରେ ଜଣା ପଡିନାହିଁ । ବର୍ତ୍ତମାନ ଆଉ ଶୁଣିବାକୁ ମିଳିବନୀ ହେଇଟି ଅନାନୀ ଡାଇଲୋଗ ।

କାରଣ ପରଦା ଉପରେ ଲୋକ ଙ୍କୁ କନ୍ଦାଉଥିବା ସେହି ଖଳ ନାୟକଟି ସବୁ ଦିନ ଲାଗି ନିରବି ଯାଇଛନ୍ତି । ନିଜ ପ୍ରାଚୀ ବିହାର ସ୍ଥିତ ବାସଭବନ ଉଦୟପୁର ଘରେ ଆତ୍ମହତ୍ୟା କରିଛନ୍ତି ରାଇମୋହନ ପରିଡା । ତେବେ ରାଇମୋହନ ଙ୍କୁ ଜାଣିବାକୁ ହେଲେ କେବଳ ତାଙ୍କର ନାମ ହିଁ କାଫି । କେବଳ ଓଡିଆ ଚଳଚିତ୍ର କିମ୍ବା ଯାତ୍ରା ଜଗତ ନୁହେଁ ବରଂ ଯାତ୍ରା ଜଗତରେ ମଧ୍ୟ ସେ ସୁନାମ ଅର୍ଜନ କରିଛନ୍ତି ।

ତାଙ୍କ ଅଭିନୟ ଖୁବ ନିଆରା ଅଟେ । ଅଭିନୟ ହେଉ କି ସ୍ପିଚ ରେ ଡାଇଲୋଗ ସବୁ ଦୃଷ୍ଟିରେ ଭିନ୍ନ ହେଉଛନ୍ତି ରାଇମୋହନ । ମାତ୍ର ଏହାରୀ ଭିତରେ ତାଙ୍କର ଆତ୍ମହତ୍ୟା ଖବର ସମସ୍ତଙ୍କୁ ଚକିତ କରିଛି । ତେବେ କେହି ଏହାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ଯେ ସେ ଆଉ ଆମ୍ଭ ଗହଣରେ ନାହାଁନ୍ତି । ଓଲିଉଡ ଜଗତରେ ଶୋକ ର ଛାୟା ଖେଳିଯାଇଛି ।

ତେବେ କଣ ହୋଇପାରେ ତାଙ୍କ ଆ-ତ୍ମ-ହ-ତ୍ୟା ର କାରଣ ? କ’ଣ ଥିଲା ତାଙ୍କର ସମସ୍ୟା ? ଯେଉଁଥି ପାଇଁ ସେ ଏତେବଡ ପଦକ୍ଷପ ଉଠାଇ ବସିଲେ । ଏହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ହେବାରେ ଲାଗିଛି । କୁହାଯାଉଅଛି ଯେ ପାରିବାରିକ କଳହ ରୁ ସେ ଆ-ତ୍ମ-ହ-ତ୍ୟା ଭଳି ଚରମ ପଦକ୍ଷପ ଗ୍ରହଣ କରିଛନ୍ତି । ତେବେ ସେ ଯାହା ହେଉ ନା କାହିଁକି ପରବର୍ତ୍ତୀ ଦିନରେ ସତ ନିଶ୍ଚିତ ଭାବରେ ସାମ୍ନା କୁ ଆସିବ ।

କିନ୍ତୁ ଏହି କଳାକାର ଙ୍କ ଝଲକ ବୋଧ ହୁଏ ଆଉ କେବେ ମଧ୍ୟ ଦେଖିବାକୁ ମିଳିବ ନାହିଁ । ତେବେ ଏହି ମର୍ମାହତ ଘଟଣା ଙ୍କୁ ବର୍ତ୍ତମାନ ରାଇମୋହନ ଙ୍କ ଫ୍ୟାନ୍ସ ମାନେ ତଥା ତାଙ୍କ ପଡୋଶୀ କେହି ସହଜରେ ଗ୍ରହଣ କରି ପାରୁନାହାଁନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *