‘କଣ ଏଠି ମଜାକ ଲାଗିଛି, ସେମାନେ ମୋ ସହ ଯାହା କରୁଛନ୍ତି ନା…’ ଗର୍ଜିଲେ ଦୀପିକା, ଦେଖନ୍ତୁ କଣ କହିଲେ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଦୀପିକା ପୋଲିସ ଙ୍କୁ କହିଛନ୍ତି ଯେ ଦୁଇ ମାସ ୫ ଦିନ ହେବ ସେ ବସିଛନ୍ତି ବାହାରେ କଣ ଏହା ମଜାକ ଲାଗିଛି କି ? ଯିବାର ଥିଲେ ସେ କେବେଠାରୁ ଯାଇଥାନ୍ତେ ବୋଲି କହିଛନ୍ତି । ପୋଲିସ ବାବୁ କହୁଛନ୍ତି ଯେ ଆପଣ ମାନେ ଶାନ୍ତି ଶୃଙ୍ଖଳା ଅବଲମ୍ବନ କରିବାକୁ ବାଧ୍ୟ । ଦୀପିକା କହିଲେ ଯେ ସାର ଏମାନେ ମୋ ଶାଢୀ ଝିକି ମୋ ବେକ କୁ ଚିପିଛନ୍ତି, ମାତ୍ର ଏହା କଣ ଥିଲା ?

ସେ ଏହା ମଧ୍ୟ କହିଛନ୍ତି ଯେ ଏହିଭଳି ୩ ଥର କରିଲେଣି ମୁଁ ତୁନି ପଡିକି ଅଛି । ଦୀପିକା ଙ୍କ ଶାଶୁ କହିଛନ୍ତି ଯେ ସାର ଏ ଆମ ଘର ମାଡିକି ଅଛି ଆମକୁ ବାହାରକୁ ଛାଡୁନୀ । ଏହାପରେ ପୋଲିସ ବାବୁ କହିଲେ ଯେ ତୁମେ କାଲି ବାହାରକୁ ଯାଇଥିଲା କିଭଳି ତେବେ ? ପୋଲିସ ବାବୁ କହିଲେ ଯେ ଆମ୍ଭେ ମାନେ ହେଉଛେ ମଣିଷ ତେଣୁ ମଣିଷ ଭଳି ବ୍ୟବହାର କରିଲେ ତାହା ସଠିକ ହେବ ।

ଏହା ପରେ ପୋଲିସ ଦିନେଶ ଙ୍କ ବାପା ମା’ ଙ୍କୁ ଥାନା କୁ ଯିବାକୁ କହିଲେ । ମାତ୍ର ସେମାନେ ବାରମ୍ବାର ଯୁକ୍ତି କରିବାରେ ବ୍ୟସ୍ତ ଯେ ସାର ଏ ଆମକୁ ରାସ୍ତା ଛାଡୁନାହିଁ । ଏହାପରେ ଦୀପିକା କୁହନ୍ତି ଯେ ସାର ଏମାନେ କିଛି ନ କହି ମୋ ଉପରକୁ ପାଣି ପକାଇ ଦିଅନ୍ତି । ବହୁତ ହଇରାଣ କରିଛନ୍ତି ତଥାପି ମୁଁ ଏଠାରେ ଏତେ ଦିନ ହେବ ରହିଛି କାହାକୁ ଦୟା ଲାଗୁ ନାହିଁ ।

ଏହା ପରେ ପୋଲିସ ବାବୁ ଦୀପିକା ଙ୍କ ଶାଶୁ ଶଶୁର ଙ୍କୁ କହିଲେ ଉଭୟ ଥାନା କୁ ଚାଲ ବର୍ତ୍ତମାନ । ଏହାପରେ ଶାଶୁ ବୁଢୀ ବାହାରିଲା ବେଳକୁ ଗେଟ ପାଖରେ କହୁଛନ୍ତି ଯେ ସାର ଆମେ ଏ ପଟରେ ଯିବୁ ସେ କହିବ ମୋ ଦେହରେ ବାଜିଲା ବୋଲି । ତେଣୁ ଆପଣ ତାକୁ କୁହନ୍ତୁ ସାଇଡ ହେବା ନିମନ୍ତେ । ଏହାପରେ ଦୀପିକା ଙ୍କୁ କହିଲେ ପୋଲିସ ଯେ ତୁମେ ଟିକିଏ ସାଇଡ ହେଇଜାଅ ।

ତା’ ପରେ ଦୀପିକା କୁହନ୍ତି ସାର ଏମାନେ କିଛି ନ କହି ମୋ ଉପରେ ପାଣି ଫିଙ୍ଗି ଦିଅନ୍ତି । ଏହାପରେ ଦୀପିକା ସାଇଡ ହେଲେ ଏବଂ ଶାଶୁ ଶଶୁର ଥାନା କୁ ଗଲେ । ଏହି ପାରିବାରିକ କଳି କେବେ ଶେଷ ହେବ ତାହା ବର୍ତ୍ତମାନ ମୁଣ୍ଡ ବ୍ୟଥା ର କାରଣ ପାଲଟିଛି । ସବୁଠାରୁ ବଡ କଥା ହେଉଛି ଦିନେଶ ଏତେ ସବୁ ପରେ ମଧ୍ୟ ପଦାକୁ ବାହାରୁ ନାହାଁନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *