Tapaswini-Sumit ବିବାହ ବିବାଦ ! କେଉଁ ମୋଡ ନେବ ଏହି ବିବାହ ବିବାଦ ? କଣ ଏଥର ପଡିବ ପୂର୍ଣ୍ଣଛେଦ ? ଦେଖନ୍ତୁ ଏହି Special Report

ନମସ୍କାର ବନ୍ଧୁଗଣ ତେବେ ସୁମିତ ସାହୁ ଓ ତପସ୍ୱିନୀଙ୍କ ମାମଲା ବର୍ତ୍ତମାନ ସୁଦ୍ଧା ସମାଧାନ ହୋଇପାରିନାହିଁ । ଗତ ୬ ତାରିଖ ଦିନ ତପସ୍ୱିନୀ ନିଜ ଓକିଲ, ପ୍ରୋଟେକ୍ସନ ଅଧିକାରୀ, ତହସିଲଦାରଙ୍କ ଉପସ୍ଥିତିରେ ନିଜ ଶ୍ୱଶୁର ଘରକୁ ପ୍ରବେଶ କରିଥିଲେ । ତେବେ ସେଦିନ ରାତିରେ ତପସ୍ୱିନୀଙ୍କ ଶ୍ୱଶୁର ପ୍ରମୋଦ ନିଜ ଘର ଛାଡ଼ି ଚାଲିଯାଇଥିଲେ । ଏନେଇ ସେ ଏକ ଭିଡିଓ ଶେୟାର କରି ତପସ୍ୱିନୀଙ୍କ ପାଇଁ ନିଜେ ଅସୁରକ୍ଷିତ ଥିବାରୁ ଏପରି କରିଥିବା କହିଥିଲେ ।

ତେବେ ଅସୁସ୍ଥ ଥିବା ସୁମିତ ଛୁଟିରେ ଥିବା ବେଳେ ସେ ଏବେ କେଉଁଠି ଅଛନ୍ତି ତାଙ୍କର କୌଣସି ଖବର ନାହିଁ । ପୁଣି ଶ୍ୱଶୁର ପ୍ରମୋଦ ଘର ଛାଡ଼ିବା ପରେ ତପସ୍ୱିନୀଙ୍କ ଶ୍ୱଶୁର ଘର ଏକପ୍ରକାର ପୁରୁଷଶୂନ୍ୟ ହୋଇଯାଇଛି । ତେବେ ତପସ୍ୱିନୀ ତାଙ୍କର ସ୍ୱାମୀଙ୍କ ଘରେ ରହିବା ସହ ପ୍ରତ୍ୟେକ ମାସରେ ୧୭ ହଜାର ଟଙ୍କା ତାଙ୍କ ସ୍ୱାମୀ ଦେବେ ବୋଲି ନେଇ କୋର୍ଟଙ୍କ ଅର୍ଡରରେ ଉଲ୍ଲେଖ ଥିଲା ।

ତେଣୁ ସେ ନ୍ୟାୟ ପାଇଲେ ବୋଲି ତାଙ୍କ ପକ୍ଷ ଖୁସି ମନାଇଥିଲେ । ଅପରପେକ୍ଷ ସୁମିତଙ୍କ ଓକିଲ ଏକ ଭିନ୍ନ ବୟାନ ଦେଇଥିଲେ । କୋର୍ଟଙ୍କ ରାୟରେ ତପସ୍ୱିନୀ ଶ୍ୱଶୁର ଘରେ ରହିବେ ବୋଲି କୌଣସି ଜାଗାରେ ଉଲ୍ଲେଖ ନାହିଁ ବୋଲି ସେ କହିଥିଲେ । ତେଣୁ କୋର୍ଟଙ୍କ ରାୟକୁ ନେଇ ଦୁଇପକ୍ଷଙ୍କ ମଧ୍ୟରେ ଏକପ୍ରକାର କନଫ୍ୟୁଜନ୍ ସୃଷ୍ଟି ହୋଇଥିଲା । କନଫ୍ୟୁଜନକୁ ଦୂର ନକରି ତାଙ୍କୁ ବୋହୂଙ୍କୁ ତାଙ୍କ ଘରେ ପ୍ରବେଶ କରାଇ ଦିଆଗଲା ବୋଲି ଘର ଛାଡ଼ିବା ପୂର୍ବରୁ ଭିଡିଓରେ ପ୍ରମୋଦ କହିଥିଲେ ।

ତେଣୁ କୋର୍ଟ ଏହି ମାମଲା ଉପରୁ ପରବର୍ତ୍ତୀ ଶୁଣାଣିରେ ପରଦା ହଟାଇବେ ବୋଲି ସମସ୍ତଙ୍କର ବିଶ୍ୱାସ । ତେବେ ଏହି ଘଟଣାକୁ ତର୍ଜମା କଲେ ୫ଟି ଦିଗ ସାମ୍ନାକୁ ଆସୁଛି । ପ୍ରଥମ ରେ ପ୍ରମୋଦ ସାହୁଙ୍କ ପରେ ପୂରା ପରିବାର ବ୍ରହ୍ମାନଗର ଘର ଛାଡ଼ିଦେବେ । କିମ୍ବା ପ୍ରମୋଦ ସାହୁ ନିଜ ପୁଅ ସୁମିତଙ୍କୁ ନେଇ ଫେରିବେ ଓ ଉଚ୍ଚ ନ୍ୟାୟାଳୟରେ ତପସ୍ୱିନୀଙ୍କ ବିରୋଧରେ କେସ୍ ଲଢ଼ିବେ । ତପସ୍ୱିନୀ ସମସ୍ତ କେସ୍ ପ୍ରତ୍ୟାହାର କରି ସୁମିତଙ୍କ ସହ ସମ୍ପର୍କ ସଜାଡ଼ିବେ ।

କିମ୍ବା ସୁମିତ ଆଉ ତପସ୍ୱିନୀଙ୍କୁ ଘରେ ଛାଡ଼ି ପ୍ରମୋଦ ନିଜ ପରିବାର ସହ ଅନ୍ୟତ୍ର ରହିବେ । ଅଥବା କୌଣସି ନିଷ୍କର୍ସ ବିନା ବର୍ଷ ବର୍ଷ ଧରି କୋର୍ଟରେ ପରସ୍ପର ବିରୋଧରେ କେସ୍ ଲଢ଼ିବେ । ତେବେ ହୁଏତ ଏଥର ଯବନିକା ପଡିପାରେ । ତେବେ ଦେଖିବାର ଅଛି ପରବର୍ତୀ କୋର୍ଟ ଏବଂ ଏସଡ଼ିଜିଏମ ର ନିର୍ଦ୍ଦେଶ କଣ ରହିବ ।

Leave a Reply

Your email address will not be published. Required fields are marked *