ତାଜମହଲ ଆଉ ତାର କିଛି ଏମିତି କିହକି ଗୁପ୍ତ କଥା ଯାହା ସାରା ଦୁନିଆ ଠାରୁ ଲୁଚା ଯାଇଛି, ଜାଣିଲେ ଆପଣଙ୍କ ହୋସ ଉଡିଯିବ !

ନମସ୍କାର ବନ୍ଧୁଗଣ ତେବେ ତାଜମହଲ କୁ ପ୍ରେମ ର ସୁନ୍ଦର ପ୍ରତିମା ବୋଲି କୁହାଯାଏ କାହିଁକିନା ମୁଗଲ ବାଦଶାହ ଶାହଜାହାଁ ଏହା ନିଜ ବେଗମ ମୁମ୍ତାଜ କୁ ମନେ ପକାଇବା ପାଇଁ ବନେଇଥିଲେ । ଯାହା ତା ପରେ କେତେ ପିଢୀ କୁ ଭଲ ପାଇବା ଶିଖେଇଥିଲା, କୁହାଯାଏ ଯେ ମୁମ୍ତାଜ ମଲା ବେଳେ ମକବରା ବନେଇବା ପାଇଁ ଅନ୍ତିମ ଇଛା କରିଥିଲେ ଏବଂ ତା ପରେ ତାଙ୍କ ସ୍ମୃତି ପାଇଁ ଶାହଜାହାଁ ଏହି ମକବରା ବନେଇ ଥିଲେ ।

ତେବେ କିଛି ଲୋକ ଙ୍କ ମାନ୍ୟତା ରହିଛି କି ତାଜମହଲ ର ତଳେ ମହାଦେବ ଙ୍କ ମୂର୍ତ୍ତି ମଧ୍ୟ ରହିଛି । ତେବେ ଆପଣ ଜାଣିଛନ୍ତି ଏହି ତାଜ ମହଲ କୁ କୌଣସି ସିମେଣ୍ଟ ରେ ବନା ଯାଇ ନାହିଁ ତଥାପି ଏତେ ବର୍ଷ ଧରି ସେ ଠିଆ ହୋଇ ରହିଛି କିପରି ତେବେ ଆସନ୍ତୁ ଜାଣିନେବା ତାଜମହଲ ର କିଛି ଅଦ୍ଭୁତ ରହସ୍ୟ ବିଷୟରେ । ତେବେ ତାଜମହଲ ଧଳା ସଂଗମରମର ନାମକ ପଥର ରେ ବନା ହୋଇଛି ଯାହା ବହୁତ ସୁନ୍ଦର ଓ ଦାମୀ ଅଟେ, ଏହାର ଚାରୋଟି ମିନାର ଅଛି ।

ତେବେ ତାଜମହଲ ମୂଲ୍ୟବାନ ପଥରର କରୁକାଯ୍ୟ ଦେଖିବାକୁ ମିଳେ ଏବଂ ସବୁ ପଥର ଭୀର୍ଣ୍ଣ ଭୀର୍ଣ୍ଣ ଦେଶ ରୁ ସଂଗ୍ରହ କରାଯାଇଛି ଯେପରିକି ଚୀନ,ଉତ୍ତରପ୍ରଦେଶ, ସାଉଥିଆରବ । ସେତେବେଳ ସମୟରେ ଏସବୁକୁ ସଂଗ୍ରହ କରିବା ଅତ୍ୟାନ୍ତ କଷ୍ଟକର ବିଷୟ । ତେବେ ତାଜମହଲ ପାଇଁ  ୧୬୩୦ରେ କାମ ଆରମ୍ଭ ହେଲା ଏବଂ ଏହାକୁ ପୂର୍ଣ ହବା ପାଇଁ ୨୨ବର୍ଷ ଲାଗିଲା । ଏହାର ତିଆରି ପାଇଁ ୨୦ହଜାର ମଜଦୁର ଯୋଗଦାନ କରିଥିଲେ ।

ସେମାନେ ଏକ ପ୍ରକାର ପେଷ୍ଟ କିମ୍ବା ମିଶ୍ରଣ ପ୍ରସ୍ତୁତ କରିଥିଲେ ଯାହା ଦ୍ୱାରା ଆଜିବି ତାଜମହଲ ମଜବୁତ ରହିଛି । ତାଜମହଲ ଗମ୍ବୁଜ ରେ ଏକ କଣା ଅଛି ଯାହା ଦ୍ଵାରା ସବୁବେଳେ ପାଣି ଗଳୁ ଥାଏ । ତୃତୀୟ ତାଜମହଲ ର ଚାରୋଟି ମିନାର କୁ ଧ୍ୟାନରେ ଦେଖିଲେ ଆପଣ ଜାଣିବାକୁ ପାଇବେ ଯେ ସେ ସିଧା ନୁହେଁ ତାଜମହଲ ଆଡୁକୁ ଡେରି କି ବା ନଇଁକି ଅଛନ୍ତି । ତାଜମହଲ ର ଏହି ଗଢଣି ତାକୁ ଭୂକମ୍ପ ଏବଂ ବିଜୁଳି ରୁ ବଞ୍ଚେଇବା ପାଇଁ କରା ଯାଇଥିଲା ।

ତେବେ ତାଜ ମହଲ କୁ ମଜବୁତ ର ସହିତ ଛିଡା କରେଇବା ପାଇଁ ଏକ ପ୍ରକାର କାଠ ର ବ୍ୟବହାର କରାଯାଇ ଥିଲା ଯାହା ଯମୁନା ନଦୀ ର ପାଣି ଯେତେ ବାଜିବ ସେତେ ଦୃଢ଼ ହେବ ଏବଂ ସେଥିପାଇଁ ତାଜମହଲ ଆଜି ପର୍ଯ୍ୟନ୍ତ ଛିଡା ହୋଇ ରହିଛି । ତେବେ ଏହି ତାଜମହଲ କୁ ବନେଇବା ପାଇଁ ସେହି ସମୟରେ ଚାରି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ଯାହା ବର୍ତ୍ତମାନ ସମୟରେ ସାତ ହଜାର କୋଟି ଟଙ୍କା ଅଟେ ।

ତେବେ ତାଜମହଲ ରେ କେବେବି ଲାଇଟ ଲଗାଯାଏ ନାହିଁ କାରଣ ତାଜମହଲ ହେଉଛି ଧଳା ରଙ୍ଗ ଏବଂ ଯଦି ସେଥିରେ ଲାଇଟ ଲଗାଯିବ ତେବେ ସେ ଆହୁରି ଝଲସିବ ଏବଂ ପୋକ ମାନେ ଆକର୍ଷିତ ହୋଇ ସେଠାରେ ବସିବେ ଏବଂ ତାର ସୌନ୍ଦର୍ଯ୍ୟ କୁ ନଷ୍ଟ କରିବେ । ତେଣୁ ଏହି ଥରେ ଲାଇଟ ଲଗାଯାଇ ନାହିଁ ।

ତେବେ ତାଜମହଲ ଗୋଟିଏ ଦିନରେ ତିନି ପ୍ରକାର ରଙ୍ଗ ଧାରଣ କରେ,ପ୍ରେମର ପ୍ରତୀକ ଏହି ତାଜମହଲ ନାରୀର ମନକୁ ଛୁଇଁ ଯାଏ । ସକାଳେ ଗୋଲାପି ଦିନରେ ଧଳା ଆଉ ଜନ୍ହ ଆଲୁଅରେ ଏହାର ରଙ୍ଗ ସୁନେଲି କଲର ଦେଖାଯାଏ । ଏହାର ଗୋଟେ କାନ୍ଥରେ ଆଲ୍ଲାଙ୍କ ୯୯ ନାମ ଲେଖା ଅଛି ।

Leave a Reply

Your email address will not be published. Required fields are marked *