ବେଲ୍ଟ ଭିତରେ କୋଟିଏ ଟଙ୍କାର ସୁନା ଲୁଚେଇ ବ୍ୟକ୍ତି ଜଣକ କରୁଥିଲେ ଗୋଲ୍ଡ ସ୍ମଗଲିଙ୍ଗ, ଆଉ ତା’ ପରେ ହଠାତ ହେଲା କିଛି ଏମିତି କି…ଦେଖନ୍ତୁ ଭାଇରାଲ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଲୋକମାନେ ଅନେକ ପ୍ରକାର ଠକେଇ ର ଶିକାର ହେଉଛନ୍ତି । ଏହା ସହିତ ଅନେକ ବ୍ୟକ୍ତି ଭିନ୍ନ ଭିନ୍ନ ଉପାୟ ରେ ଚୋରି ମଧ୍ୟ କରୁଛନ୍ତି । ଏହିପରି ବ୍ୟକ୍ତି ଏଭଳି ଅନ୍ଦାଜ ରେ କାମ କରୁଛନ୍ତି ଯାହା ଦେଖିଲେ ଅନ୍ୟ ଙ୍କୁ ସନ୍ଦେହ ମଧ୍ୟ ହୋଇ ନଥାଏ ଏବଂ ସେମାନେ ସହଜ ରେ ନିଜ କାମ କରି ଦିଅନ୍ତି । ଏହି ସମ୍ବନ୍ଧୀୟ ଅନେକ ଖବର ମଧ୍ୟ ସାମ୍ନା କୁ ଆସୁଛି । ସେହିପରି ଏକ ଖବର ପୁଣିଥରେ ସାମ୍ନା କୁ ଆସିଛି ।


ଯାହା ସ୍ଥାନୀୟ ଲୋକଙ୍କୁ ଆଚମ୍ବିତ କରିଛି ଏବଂ ଆପଣ ମଧ୍ୟ ଏହି ଖବର ସମ୍ବନ୍ଧରେ ଶୁଣିଲେ ଆଶ୍ଚର୍ଯ୍ୟଚକିତ ହୋଇଯିବେ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ତେବେ ସୂଚନାଯୋଗ୍ୟ, ଜଣେ ବ୍ୟକ୍ତି ପିନ୍ଧିଥିବା ବେଲ୍ଟ ଭିତରେ ରହିଛି ପ୍ରାୟ ଏକ କୋଟି ର ସୁନା । ସୁନା ଲୁଚାଇ ରଖିବାର ଏହା ହେଉଛି ନୂତନ ଉପାୟ । ଆପଣ ଏଭଳି ତରିକା ପୂର୍ବରୁ ବୋଧହୁଏ କେବେବି ଦେଖି ନଥିବେ ।

ଏହି ସୁନା ପୁଣି ଆଉ କେଉଁଠି ନୁହେଁ ବରଂ ଡ଼ାଇରେକ୍ଟ ଆସିଛି ଦୁବାଇ ରୁ । ଭରିଏ କିମ୍ବା ଦୁଇ ଭରିଏ ନୁହେଁ ଦୁଇ କିଲୋ ତିନି ଶହ ତିରିଶ ଗ୍ରାମ ର ସୁନା ଅଛି ବେଲ୍ଟ ରେ । ଆପଣ ମାନେ ଦେଖି ପାରୁଥିବେ ଯେ, କିଭଳି ଭାବରେ ବ୍ୟକ୍ତି ଜଣକ ଏହି ସୁନା ଗୁଡ଼ିକୁ ଚାଲାଣ କରୁଥିଲେ । ଯାହାକୁ ଜବତ କରିଛି କଷ୍ଟମ ଡିପାର୍ଟମେଂଟ ।

ବେଲ୍ଟ ଭିତରେ ମୋଟା ସୁନା ଚେନ ଆକାର ରେ ଗୁଡ଼ାଇ ଦେଇ ବ୍ୟକ୍ତି ଜଣକ ନେଇ ଯାଉଥିବା ବେଳେ ଏୟାରପୋର୍ଟ ରେ ଧରା ପଡ଼ି ଯାଇଥିଲେ । ବ୍ୟକ୍ତି ଜଣକ ଦୁବାଇ ରୁ ଆସିଥିବା ବେଳେ ଏହି ସବୁ ସୁନା ଗୁଡ଼ିକୁ ଜବତ କରିଥିଲା କଷ୍ଟମ ଡିପାର୍ଟମେଂଟ । ଉକ୍ତ ବ୍ୟକ୍ତି ଜଣକୁ ପଚରାଉଚରା କରିବା ପରେ ସେ ଦୁବାଇ ରୁ ଆସିଛନ୍ତି ବୋଲି ଜଣା ପଡିଥିଲା ।

ଏହି ଖବର ବର୍ତ୍ତମାନ ସୋସିଆଲ ମିଡିଆ ରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ଲୋକମାନେ ନିଜର ଭିନ୍ନ ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରୁଛନ୍ତି । ତେବେ ଏହି ସମ୍ବନ୍ଧରେ ଆପଣ ମାନଙ୍କ ମତାମତ କଣ ରହିଛି ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *