କାନ ଧରିଲେ କ୍ଷମା ମାଗିଲେ ! ଏକ୍ସଟ୍ରା ମାରିଟାଲା ଅଫେୟାର ପାଇଁ ସମୟ କାହିଁ, ମୋର ଆଉ ବୟସ ଅଛି ଡାରେ ନାରେ ହେବାକୁ: Human Sagar

ବନ୍ଧୁଗଣ ଏବେ ଓଡିଶାର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର ନିଜ ପାରିବାରିକ ବିବାଦକୁ ନେଇ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ତାଙ୍କ ଧର୍ମ ପତ୍ନୀ ଶ୍ରୀୟା ମିଶ୍ର ତାଙ୍କ ନାଁରେ ଶାରୀରିକ ଏବଂ ମାନସିକ ନି-ଇର୍ଯା-ତ-ଅନାର ଅଭିଯୋଗ କରିବା ପରେ ଏବେ ଏହି ମାମଲାଟି ଥାନାରେ ଚାଲିଛି । ଆଉ ଗତ କାଲି ଶ୍ରୀୟା ଏକ ପ୍ରେସମିଟରେ କହିଥିଲେ, ହ୍ୟୁମାନଙ୍କ ଜୀବନରେ ଥାର୍ଡ ପର୍ଶନ ଅଛି ।

ହେଲେ ମୁଁ ହ୍ୟୁମାନଙ୍କ ସହ ମିଶି ରହିବାକୁ ଚାହୁଁଛି । ଶ୍ରୀୟାଙ୍କ ଏଭଳି ବୟାନକୁ ନେଇ ଏବେ ଅନେକ ବିବାଦ ସୃଷ୍ଟି ହୋଇଛି । ଆଉ ଏହାରି ମଧ୍ୟରେ ହ୍ୟୁମାନ ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦେଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ହ୍ୟୁମାନ ଗଣମାଧ୍ୟମ ଆଗରେ କହିଛନ୍ତି-‘ଥାର୍ଡ ପର୍ଶନ କେହି ବି ନାହାନ୍ତି । ମୁଁ ହଜାର ଲୋକଙ୍କ ସହ କଥା ହେବି ସେ ବି ହଜାର ଲୋକଙ୍କ ସହ କଥା ହେଉଛନ୍ତି ମୁଁ ଯଦି କହିବି ତାଙ୍କ ଜୀବନରେ କେହି ଜଣେ ଅଛନ୍ତି ସେଇଟା କଣ ଠିକ ହେବ । ଥାର୍ଡ ପର୍ଶନ କଣ ମୋ ସହ ତ ହଜାର ଲୋକ କଥା ହୁଅନ୍ତି ତା ମାନେ ନୁହେଁ ପରିବାର ଭାଙ୍ଗିବା କଥା । ଆଉ ବୁଝାବଣା ସ୍ତ୍ରୀ-ସ୍ଵାମୀ ଭିତରେ ରହିବା ନିହାତି ଦରକାର ।

ମୋ ନିଜ ଲୋକ ମୋ ପରିବାର ଠିକ ଅଛି ହେଲେ ଆପଣଙ୍କ ପାଖକୁ କଥା ଆସିବା କଥା ନୁହଁ । ଏବେ ବି କହୁଛି ବୁଝାବଣା ହେଇ ଯାଉ ହେଲେ ସେ ଯାହା ଯାହା ଆଲିଗେସନ ଆଣିଛନ୍ତି ମୋ ମା ନାଁରେ ମା ତ ମିଛ କହିବେନି । ପ୍ରଥମେ ମୋ ଶଶୁର କହିବାରୁ ତା ପରେ ମୋ ମା କହିଲେ । ମୋ ମାଆ ମୋ ଶାଶୁ ବିଷୟରେ ଯାହା ବି କହିଛନ୍ତି ସେ ବୋଧ ହୁଏ ଦେଖି ଥିବେ ଆଉ ତାଙ୍କ ବୟସ ସମାନ ସେଥିପାଇଁ କହିଲେ ।

ହେଲେ ମୁଁ ମୋ ଶାଶୁ ବିଷୟରେ କିଛି ବି କହିପାରିବିନି ସେ ମୋ ମାଆ ପରିକା ହେବେ । ମୁଁ କାନ ଧରି କ୍ଷମା ମାଗୁଛି ମୁଁ ମୋ ଶାଶୁଙ୍କ ବିଷୟରେ କିଛି ବି କହିପାରିବି ନାହିଁ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *