‘ମୋ ଝିଅ ପୁରୀ ଯାଉଛୁ କିଲୋ, ତାକୁ ମାସ୍କ ସାନିଟାଇଜର ଦିଅଲୋ…’ କାନ୍ଦି କାନ୍ଦି Rajeswari ଙ୍କ ଶାଶୁଙ୍କ ଅବସ୍ଥା ଖରାପ, ବୋହୂକୁ ବିଦାୟ ଦେଇ କଣ କହୁଛନ୍ତି ଦେଖନ୍ତୁ ଏହି Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଓଡିଆ ସିରିୟଲ ଜଗତର ଜଣାଶୁଣା ଚେହେରା ତଥା ଖଳନାୟିକା ରାଜେଶ୍ଵରୀ ରାୟ ମହାପାତ୍ରଙ୍କର ପରଲୋକ ହୋଇଛି । ସେ ସବୁଦିନ ଲାଗି ଆରପାରି କୁ ଚାଲିଯାଇଛନ୍ତି । ବ୍ରେନ କ୍ୟାନ୍ସର ଏବଂ ଲଙ୍ଗ୍ସ କ୍ୟାନ୍ସରରେ ପୀଡିତ ଥିବା ରାଜେଶ୍ଵରୀ ବର୍ତ୍ତମାନ ସଂସାରରୁ ବିଦାୟ ନେଇଛନ୍ତି । ସେ ଜଣେ ସାହାସୀ ଝିଅ ଥିଲେ । ସମସ୍ତ ପରିସ୍ଥିତିର ସମୁଖୀନ କରିଛନ୍ତି ରାଜେଶ୍ଵରୀ । ତେବେ ତାଙ୍କ ବିୟୋଗରେ ପରିବାର ଲୋକେ ସଂପୂର୍ଣ୍ଣ ଭାବରେ ଭାଙ୍ଗିପଡିଛନ୍ତି । ରାଜେଶ୍ଵରୀଙ୍କ ମା’ କାନ୍ଦି କାନ୍ଦି ଧର୍ଜ୍ୟହରା ହୋଇଛନ୍ତି ।

ତାଙ୍କ ମା’ ଝିଅ କୁ ସବୁଦିନ ଲାଗି ବିଦାୟ ଦେଲା ସମୟରେ କାନ୍ଦି କାନ୍ଦି କହୁଥାନ୍ତି, “ମୋ ଝିଅ ପୁରୀ ଯାଉଛୁ କିଲୋ ? ମାସ୍କ ନେଇନି, ସାନିଟାଇଜ ନେଇନି, ମୋ ଝିଅ କୁ ମାସ୍କ ଦିଅ ସେନିଟାଇଜ ଦିଅ । ମାସ୍କ ନ ନେଲେ କୁଆଡେ ବାହାରକୁ ବାହାରେନି ମୋ ଝିଅ । ଆଉ ଏବେ ତାକୁ ଦିଅ । ମତେ କିଏ ମା’ ବୋଲି ଡାକିବ” ? ତେବେ ଏହିଭଳି କାନ୍ଦି କାନ୍ଦି ନୟାନ୍ତ ହୋଇଛନ୍ତି ରାଜେଶ୍ଵରୀଙ୍କ ମା’ ।

ତେବେ ତାଙ୍କ ପରିବାର ଲୋକେ ମଧ୍ୟ କାନ୍ଦି କାନ୍ଦି କହିଛନ୍ତି ଯେ ଆଜି ସବୁ ସାରିଲା ଅତିକି ଦିନ ପାଇଁ ଆସିଥିଲା ସବୁ ଛାଡି ଅହିଅ ହେଇ ଯାଉଅଛି ଆଜି । ଏହା ଅତ୍ୟନ୍ତ ଦୁଖର ବିଷୟ । ଏହି ଦୃଶ୍ୟକୁ ଦେଖିବା ପରେ ଛାତି ଫାଟିଯାଉଅଛି ପ୍ରାୟ । ନିଜକୁ ବହୁତ ଦମ୍ଭ କରି ମୃତ୍ୟୁ ସହିତ ଲଢି ଆସୁଥିଲେ ରାଜେଶ୍ଵରୀ । ମାତ୍ର ଆଜି ଦଇବ ତାଙ୍କୁ ନିଜ ପାଖକୁ ଟାଣି ନେଲେ ।

ଅପର ପାର୍ଶ୍ଵରେ ଏହାକୁ ଯିଏ ଶୁଣୁଛନ୍ତି ସହଜରେ ବିଶ୍ଵାସ କରି ପାରୁନାହାଁନ୍ତି । କାରଣ ସେ ଧୀରେ ଧୀରେ ସୁସ୍ଥ ହୋଇ ଆସୁଥିଲେ । ବାଲେଶ୍ଵର ନିଜ ବାପ ଘରକୁ ଯାଇଥିବା ସମୟରେ ହଠାତ ସକାଳେ ମୁଣ୍ଡ ବିନ୍ଧା ଆରମ୍ଭ ହୋଇ ବାନ୍ତି ହୋଇଥିଲା । ଏହା ଏଭଳି ମାତ୍ରାରେ ବଢିବାକୁ ଲାଗିଲା ଯେ ଆୟତ କରିବା ବହୁତ କଷ୍ଟ ହୋଇଥିଲା । ତେବେ ବାଲେଶ୍ଵର ଡାକ୍ତର ଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ପେନକିଲର ସହିତ ଇଂଜେକସନ ଦେଇଥିଲେ ।

ଏହାପରେ ଭୁବନେଶ୍ଵର ସମ ହସ୍ପିଟାଲରେ ପହଞ୍ଚିଲା ବେଳକୁ ଡାକ୍ତର ଦେଖି କହିଲେ ସେ ଆଉ ନାହାଁନ୍ତି । ଏହା ଶୁଣିବା ମାତ୍ରେ ପରିବାର ଲୋକେ ତଥା ରାଜେଶ୍ଵରୀଙ୍କ ସ୍ଵାମୀ ଦୁଖଃରେ ଭାଙ୍ଗି ପଡିଛନ୍ତି । ତେବେ ବନ୍ଧୁଗଣ ଏହିଭଳି ମର୍ମାହତ ମୂହୁର୍ତ୍ତ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *