କାମଦେବଙ୍କ ଭିତରେ କେତେ ବଳ, ରୋମାଣ୍ଟିକ କାହାଣୀରୁ ଜାଣିପାରିବେ

ଗୋଟିଏ ଗ୍ରାମରେ ଗୋଟିଏ ପଣ୍ଡିତ ପ୍ରବଚକ ଥିଲେ । କାମଦେବଙ୍କ ମଧ୍ୟରେ କେତେ ବଳ ଓ କଥା ସମାପ୍ତ ହେବା ପରେ ସେ କହୁଥିଲେ କି କାମଦବଙ୍କ ଶରୀରରେ ୧୦୦୦୦ ହାତୀମାନଙ୍କ ବଳ ଥାଏ । ଏହା ପରେ ଦିନେ ଗୋଟିଏ ସାଧୁ ଆସି ପଣ୍ଡିତଙ୍କୁ ଚ୍ୟାଲେଞ୍ଜ ଦେଲେ କି ସେ ନିଜର କଥନକୁ ପ୍ରମାଣିତ କରନ୍ତୁ ଅଥବା ଏହି ବଚନକୁ ବନ୍ଦ କରି ଦିଅନ୍ତୁ । ଏହା ପରେ ପଣ୍ଡିତ ଚିନ୍ତାରେ ପଡିଗଲା କାରଣ ସେ ଲୋକମାନଙ୍କ ଠାରୁ ଶୁଣିଥିବା କାହାଣୀ ଇତ୍ୟାଦି କଥାକୁ ଆଧାର କରି ଏହିଭଳି ବଚନ ଦେଉଥିଲା ।

ଦ୍ଵିତୀୟ ଦିନ ପଣ୍ଡିତର ଯୁବ ଝିଅ ଶଶୁରଘରୁ ନିଜ ପିତାଙ୍କଘରକୁ ଆସିଲା ଓ ମାତା ପିତାଙ୍କୁ ଚିନ୍ତାରେ ଦେଖି ସେ ଏହାର କାରଣ ପଚାରିଲା । ତେବେ ପଣ୍ଡିତ ଜଣକ ନିଜ ଝିଅକୁ ନିଜର ଚିନ୍ତା ବିଷୟରେ କହିଲେ । ଏହା ପରେ ଝିଅ ଜଣକ କହିଲା କି ଆପଣ ଚିନ୍ତା କରନ୍ତୁ ନାହିଁ ମୁଁ ଆପଣଙ୍କର ଏହି କଥାକୁ ପ୍ରମାଣିତ କରି ଦେବି । ଏହା ପରେ ଯୁବତୀ ଜଣକ ସକାଳୁ ସକାଳୁ ଉଠି ସାଧୁ ପାଇଁ ବିଭିନ୍ନ ପ୍ରକାରର ସ୍ଵାଦିଷ୍ଟ ଭୋଜନ ପ୍ରସ୍ତୁତ କରିଲା ଓ ସନ୍ଧ୍ୟା ସମୟରେ ସ୍ନାନ କରି ସେହି ସମସ୍ତ ଭୋଜନକୁ ଧରି ସାଧୁର ଆଶ୍ରମକୁ ଗଲା ।

କହିବାକୁ ଗଲେ ସେହି ସମୟରେ ବର୍ଷା ଋତୁ ଥିଲା । ସେଥିପାଇଁ ଆକାଶରେ ଅଳ୍ପ ବାଦଲ ଘେରି ଥିଲା । ବିଜୁଳି ବି ଚମକୁ ଥିଲା । ସେଥିପାଇଁ ସେହି ସମୟରେ ଅଳ୍ପ ବର୍ଷା ହେଉଥିଲା ଯେଉଁ କାରଣରୁ ଯୁବତୀ ଜଣକ ଆଶ୍ରମ ପର୍ଯ୍ୟନ୍ତ ପହଞ୍ଚିବା ଭିତରେ ବର୍ଷା ପାଣିରେ ଅଳ୍ପ ଓଦା ହୋଇ ଯାଇଥିଲା । ଏହା ପରେ ସୁନ୍ଦରୀ ଯୁବତୀକୁ ଦେଖି ସାଧୁ ମନରେ ଅଳ୍ପ ଖରାପ ଚିନ୍ତାଧାରା ଆସିଲା । ଏହା ପରେ ସାଧୁ ଜଣକ ନିବେଦନ କରିବା ପରେ ଯୁବତୀ ଜଣକ ମାନିଗଲା ।

ତେବେ ସାଧୁ ଜଣକ ଆଶ୍ରମର ଏକ ଘର ଭିତରକୁ ନେଇଗଲା । କିନ୍ତୁ ଯୁବତୀ ଜଣକ ଏହା ମଧ୍ୟରେ କହିଲା କି ମୋତେ ଲାଗୁଛି ଯଦି କେହି ଚାଲି ଆସିବେ ଆଶ୍ରମକୁ । ସେଥିପାଇଁ ଆପଣ ବାହାରର କବାଟ ଦେଇ ଆସନ୍ତୁ । ତେବେ ସାଧୁ ବି ଦୌଡି ଯାଇ ବାହାର କବାଟ ଦେଇ ଆସିଲା । କିନ୍ତୁ ଏହା ମଧ୍ୟରେ ଯୁବତୀ ଜଣକ ସେହି ଘରର କବାଟକୁ ବନ୍ଦ କରିଦେଲା । ଏହା ପରେ ଯେତେବେଳେ ସାଧୁ ଜଣକ ସେହି ଘରର କବାଟକୁ ବନ୍ଦ ଦେଖିଲେ ତେବେ ସେ ସେହି ଯୁବତୀକୁ କବାଟ ଖୋଲିବା ପାଇଁ ଅନୁରୋଧ କରିଲେ ।

କିନ୍ତୁ ଯୁବତୀ ଜଣକ କବାଟକୁ ଖୋଲିଲା ନାହିଁ । ଏହା ପରେ ସାଧୁ ଜଣକ ବ୍ୟାକୁଳତା ହୋଇ ସେହି ଘରର ଛାତ ଉପରକୁ ଯାଇ ଛାତରେ ଏକ କଣା କରିବାକୁ ଲାଗିଲା ଓ ଛାତରେ ଅଳ୍ପ କଣା ଦେଖି ସାଧୁ ସେହି କଣା ଦେଇ ଘର ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲା କି ଛୋଟ କଣା ହୋଇଥିବାରୁ ସାଧୁର ଶରୀରର ସେହି କଣା ମଧ୍ୟରେ ଫସି ଗଲା । ତେବେ ସେହି ସମୟରେ ଯୁବତୀ ଜଣକ ଉପଯୁକ୍ତ ସମୟ ଦେଖି ଘରର କବାଟ ଖୋଲି ନିଜ ଗ୍ରାମ ଆଡକୁ ଦୌଡିବାକୁ ଲାଗିଲା ।

ଏହା ପରେ ସେ ନିଜ ପିତାକୁ କହିଲା କି ଆପଣ ସମସ୍ତ ଗ୍ରାମବାସୀଙ୍କୁ ନେଇ ସାଧୁଙ୍କ ଆଶ୍ରମ ଆଡକୁ ଚାଳନ୍ତୁ ଓ ସାଧୁଙ୍କୁ ପ୍ରଶ୍ନ କରିବେ କି କାମଦେବଙ୍କ ମଧ୍ୟରେ କେତେ ବଳ ଥାଏ । ପଣ୍ଡିତ ବି ନିଜ ଝିଅ କଥା ଶୁଣି ସେହିଭଳି କରିଲେ ଓ ଗ୍ରାମବାସୀଙ୍କୁ ଏକାଠି କରି ଆଶ୍ରମ ଆଡକୁ ଚାଲିଲେ । ଆଶ୍ରମକୁ ପହଞ୍ଚି ସମସ୍ତ ଗ୍ରାମବାସୀମାନେ ଏକତ୍ରିତ ହୋଇ ପଚାରିଲେ କି କାମଦେବଙ୍କ ମଧ୍ୟରେ କେତେ ବଳ ଥାଏ । ଏହା ପରେ ସାଧୁ ଜଣକ ଲଜ୍ୟାରେ ପଣ୍ଡିତ ସହ ନଜର ମିଶାଇ ପାରିଲା ନାହିଁ । ସାଧୁ ଜଣକ କହିଲା କି ମୋତେ କ୍ଷମା କରନ୍ତୁ ପଣ୍ଡିତ, ସତରେ କାମଦେବଙ୍କ ମଧ୍ୟରେ ୧୦୦୦୦ ହାତୀଙ୍କ ବଳ ନୁହେଁ, ଅଥବା ଅସଂଖ୍ୟା ହାତୀର ବଳ ହୋଇଥାଏ ।

Leave a Reply

Your email address will not be published. Required fields are marked *