ଦୁନିଆରେ କେମିତି ବ୍ୟାପିଲା ଚୀନର ଖାସ ଅଞ୍ଚଳରେ ସୀମିତ ଥିବା କରୋନା ଭାଇରସ, ବ୍ରିଟେନ ଓ ଫ୍ରାନ୍ସ ଉଠାଇଲେ ଏମିତି ସବୁ ପ୍ରଶ୍ନ

ସଂଯୁକ୍ତ ରାଷ୍ଟ୍ର ପରିଷଦର ଦୁଇ ଜଣ ସ୍ଥାୟୀ ସଦସ୍ୟ ଦେଶ ବ୍ରିଟେନ ଓ ଫ୍ରାନ୍ସ ପୁରା ଦୁନିଆକୁ ମହାମାରୀ ଭୂତାଣୁର ବ୍ୟାପିବାକୁ ନେଇ ପ୍ରଶ୍ନ କରିଛନ୍ତି । ଏହି ଦୁଇ ଦେଶ ଜାଣିବାକୁ ଚାହୁଁଛନ୍ତି କି ଚୀନର କିଛି ଅଞ୍ଚଳରେ ସମିତି ରହିଥିବା ମହାମାରୀ ଭୂତାଣୁ ପୁରା ଦୁନିଆରେ କେମିତି ବ୍ୟାପିଲା? କହିବାକୁ ଗଲେ ଫ୍ରାନ୍ସର ରାଷ୍ଟ୍ରପତି ଇମ୍ମୈନୁଅଲ ମୈକ୍ରୋଂ ଓ ବ୍ରିଟେନର ପ୍ରଧାନମନ୍ତ୍ରୀ ବରିସ ଜନସନର କାର୍ଯ୍ୟଭାର ଦାୟିତ୍ଵରେ ଥିବା ବିଦେଶ ମନ୍ତ୍ରୀ ଡମିନିକ ରାବ ଚୀନକୁ ଏହି ପ୍ରଶ୍ନ କରିଛନ୍ତି । ଏହା ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ମହାମାରୀକୁ ଚାଇନା ଭୂତାଣୁ ସମ୍ବୋଧନ କହି ପ୍ରଶ୍ନ କରିଥିଲେ । ଏହା ପରେ ଚୀନ ତାଙ୍କର ବହୁତ ବିରୋଧ ବି କରିଥିଲା ।

ଗଭୀର ଯାଞ୍ଚର ମାଙ୍ଗ କରିବେ ବ୍ରିଟେନ

G7 ଦେଶମାନଙ୍କ ସହିତ ଟେଲିଫୋନରେ କଥାବାର୍ତ୍ତା କରିବା ପରେ ବ୍ରିଟେନର ଫରେନ ସେକ୍ରଟରୀ ଡମିନିକ ରାବ କହିଲେ କି ମହାମାରୀ ମହାମାରୀର ପ୍ରଭାବ ବ୍ରିଟେନ ଓ ଚୀନର ସମ୍ପର୍କ ଉପରେ ବି ପଡିପାରେ । ସେ କହିଲେ କି ଆମେ ଏହା ଜାଣିବାକୁ ଚାହୁଁଛୁ କି ଚୀନ ତରଫରୁ ଭୂତାଣୁକୁ ବ୍ୟାପିବାକୁ ରୋକିବା ପାଇଁ କାହିକି ଚେଷ୍ଟା କରାଗଲା ନାହିଁ । ଏହା ସହିତ ଏହି ମହାମାରୀର ବ୍ୟାପିବାକୁ ନେଇ ବ୍ରିଟେନ ଗଭୀର ଯାଞ୍ଚର ମାଙ୍ଗ କରୁଛି ।

ଏହା ପରେ ଯେତେବେଳେ ପରେ ବ୍ରିଟେନର ଫରେନ ସେକ୍ରଟରୀ ଡମିନିକ ରାବଙ୍କୁ ପ୍ରଶ୍ନ କରାଗଲା କି ମହାମାରୀ କାରଣରୁ ବ୍ରିଟେନ ସହ ଚୀନର ସମ୍ପର୍କ ଉପରେ କଣ ପ୍ରଭାବ ପଡିବ? ତେବେ ଏହାର ଜବାବରେ ସେ କହିଲେ କି ଆମେ ଶାନ୍ତିପୂର୍ଣ ରୂପରେ ସମସ୍ତ ମାମଲାର ଯାଞ୍ଚ କରିବୁ । କିନ୍ତୁ ଏଥିରେ କୌଣସି ସନ୍ଦେହ ନାହିଁ କି ଏହି ମହାମାରୀ ପରେ ବିଜନେସ ସାମାନ୍ୟ ରୂପରେ ଚାଲିବ ନାହିଁ ।

ଆମ ସମସ୍ତଙ୍କୁ ଚୀନକୁ ଏହି ପ୍ରଶ୍ନ କରିବା ଉଚିତ କି ମହାମାରୀ ଭୂତାଣୁ କେମିତି ବ୍ୟାପିଲା ଓ ଏହାକୁ ସମୟ ପୂର୍ବରୁ କାହିଁକି ରୋକା ଗଲା ନାହିଁ ? ରାବ ଆଗକୁ କହିଲେ କି WHO ଓ ଅନ୍ୟ ଅନ୍ତରାଷ୍ଟ୍ରୀୟ ସଂଗଠନ ଜରିଆରେ ଜାଣିବାକୁ ଚେଷ୍ଟା କରାଯିବ କି ଏହି ମହାମାରି କେମିତି ବ୍ୟାପିଲା ଓ ଏହାକୁ ରୋକିବା ପାଇଁ କେଉଁ ସବୁ ପଦକ୍ଷେପ ନେବା ଉଚିତ । ଅନ୍ୟ ପଟେ ବ୍ରିଟେନର କନ୍ଜର୍ୱେଟିବ ପାର୍ଟୀ ଟୋରୀର ପୂର୍ବ ନେତା ୱିଲିୟମ ହେଗ ବି ଚୀନ ସହିତ ସମ୍ବନ୍ଧ ଉପରେ ବିଚାର କରିବା ଉପରେ ମାଙ୍ଗ କରିଛନ୍ତି ।

ସେ କହିଲେ କି ଚୀନ ଉପରେ ଆମର ନିର୍ଭରତା ନ ବଢୁ ସେଥିପାଇଁ ୫ଜି ଟେଲିକମ ନେଟୱର୍କ୍ସରେ ବ୍ରିଟେନକୁ ଚୀନର କମ୍ପାନୀ ହୁୱାୱେର ଉପସ୍ଥିତି ଭଳି ମୁଦ୍ଦା ଉପରେ କଡା ପଦକ୍ଷେପ ନେବା ଉଚିତ । ଫ୍ରାନ୍ସର ରାଷ୍ଟ୍ରପତି ଇମୈନୁଏଲ ମୈକ୍ରୋଂ ଚୀନରେ ମହାମାରୀ ଭୂତାଣୁକୁ ରୋକିବା ପାଇଁ ନେଇଥିବା ପଦେକ୍ଷେପ ଉପରେ ବି ପ୍ରଶ୍ନ କରି କହିଛନ୍ତି କି ଚୀନ ଏହି ସଙ୍କଟକୁ ସଠିକ ରୂପରେ ସାମ୍ନା କରିଛି ଏହା ମାନିବା ମୂର୍ଖତା ଅଟେ । କିଛି ଘଟଣା ଏମିତି ବି ହୋଇଛି ଯାହା ବିଷୟରେ କାହାକୁ ବି ଜଣା ନାହିଁ ।

ଡୋନାଲ୍ଡ ଟ୍ରମ୍ଫ ଲଗାଇଲେ ଆରୋପ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ମହାମାରୀକୁ ଚାଇନା ଭୂତାଣୁ କହି ଚୀନକୁ ପ୍ରଶ୍ନ କରିଥିଲେ । ସେ ସିଧା ଆରୋପ ଲଗାଇଥିଲେ କି ଚୀନ ମହାମାରୀରେ ହୋଇଥିବା ମୃତ୍ୟୁ ସଂଖ୍ୟାକୁ ଲୁଚାଇଛି । ଡୋନାଲ୍ଡ ଟ୍ରମ୍ଫ ଆଗକୁ କହିଲେ କି ମହାମାରୀ ଭୂତାଣୁ ୱୁହାନ ଲ୍ୟାବ ଠାରୁ ପୁରା ଦୁନିଆରେ ବ୍ୟାପିଛି ।

ୱୁହାନରେ ମରିଥିବା ଲୋକମାନଙ୍କ ସଂଖ୍ୟାରେ ଚେଞ୍ଜେସ

ଚୀନର ହୁବେଈ ପ୍ରାନ୍ତର ରାଜଧାନୀ ୱୁହାନ ସହରର ଶୁକ୍ରବାର ଦିନ ନିଜର ମହାମାରୀ ଭୂତାଣୁ ସଂକ୍ରମିତ ମାମଲାରେ ମୃତ୍ୟୁ ସଂଖ୍ୟା ସଂଶୋଧିତ କରିଛି । ଯେଉଁଠି ଗତ ବର୍ଷ ଡିସେମ୍ବରରେ ମହାମାରୀ ଭୂତାଣୁ ଉତ୍ପତ୍ତି ହୋଇଥିଲା । ସମାଚାର ଏଜେଂସୀ ସିନ୍ହୁଆ ଅନୁସାର, ୧୬ ଏପ୍ରିଲ ପର୍ଯ୍ୟନ୍ତ ୱୁହାନରେ କରୋନର ମାମଲାରେ ସଂଶୋଧିତ ସଂଖ୍ୟା ୩୨୫ ବଢି ୫୦,୩୩୩ ହୋଇ ଯାଇଛି ଓ ମୃତ୍ୟୁ ସଂଖ୍ୟା ୧୨୯୦ ବଢି ୩୮୬୯ ହୋଇ ଯାଇଛି ।

କହିବାକୁ ଗଲେ ମହାମାରୀରେ ପୁରା ଦୁନିଆରେ ସଂକ୍ରମିତଙ୍କ ସଂଖ୍ୟା ୨୨ ଲକ୍ଷରୁ ବି ଅଧିକ ଅଟେ ଓ ମୃତ୍ୟୁ ସଂଖ୍ୟା ୧୫୦୦୦୦ରୁ ବି ଅଧିକ ଅଟେ । ଏକ ରିପୋର୍ଟ ଅନୁସାରେ ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୭,୧୦୨୭୨ ଓ ମୃତ୍ୟୁ ସଂଖ୍ୟା ୩୭୧୭୫ ଅଟେ । ଅନ୍ୟ ପଟେ ସ୍ପେନରେ ୨୦୦୪୩, ଇଟାଲୀରେ ୨୨୭୪୫ ଫ୍ରାନ୍ସରେ ୧୮୬୮୧ ଲୋକମାନଙ୍କ ମୃତ୍ୟୁ ହୋଇଛି । ଦେଶ ବିଦେଶରେ ଘଟୁଥିବା ଦୈନନ୍ଦିନ ଖବର ସହିତ ନିଜକୁ ଅପଡେଟ ରଖିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *