ତମ୍ବା ବାସନରେ ପାଣି ପିଇବା ଦ୍ଵାରା କଣ ସବୁ ମିଳିଥାଏ ଲାଭ, ଆସନ୍ତୁ ଜାଣିବା

ଏହି ଦୁନିଆରେ ସମସ୍ତେ ନିଜକୁ ସୁସ୍ଥ ଓ ଫିଟ ରଖିବା ପାଇଁ ଚାହାନ୍ତି ଏଥିପାଇଁ ବିଭିନ୍ନ ଲୋକମାନେ ବିଭିନ୍ନ ପ୍ରକାରର ଉପାୟ ବି କରିଥାନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ସମସ୍ତେ କୌଣସି ନା କୌଣସି ରୋଗରେ ପୀଡିତ ଅଛନ୍ତି ଓ ନିଜର ଏହି ରୋଗକୁ ଭଲ କରିବା ପାଇଁ ଔଷଧର ସେବନ କିମ୍ବା ଅନ୍ୟାନ୍ୟ ଉପାୟ ବି କରିଥାନ୍ତି । କିନ୍ତୁ କହିବାକୁ ଗଲେ ଭଲ ସ୍ୱାସ୍ଥ୍ୟ ପାଇଁ ସର୍ବଦା ମନୁଷ୍ୟକୁ ନିଜର ଖାଦ୍ୟପାନ ଉପରେ ଧ୍ୟାନ ରଖିବା ଉଚିତ ।

ଏହି ଆଧାରରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ତମ୍ବା ପାତ୍ରରେ ପାଣି ରଖି କିଛି ସମୟ ପରେ ପିଇବା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ । କହିବାକୁ ଗଲେ ତମ୍ବା ପାତ୍ରରେ ରଖିଥିବା ପାଣି କିଛି ସମୟ ପରେ ଅମୃତ ସମାନ ହୋଇଯାଏ । ଆପଣ ସମସ୍ତଙ୍କୁ କହିଦେଛୁ କି ତମ୍ବା ପାତ୍ରରେ ରଖିଥିବା ପାଣିର ସେବନ କରି ଆପଣ ଲମ୍ବା ସମୟ ପର୍ଯ୍ୟନ୍ତ ନିଜକୁ ସୁସ୍ଥ ରଖି ପାରିବେ ।

ତମ୍ବା ପାତ୍ରରେ ରଖିଥିବା ପାଣିର ଲାଭ

·    ରାତିରେ ଶୋଇବା ସମୟରେ ସବୁଦିନ ତମ୍ବା ପାତ୍ରରେ ପାଣି ଭର୍ତି କରି ରଖି ଦିଅନ୍ତୁ । ଏହା ପରେ ପୁଣି ଥରେ ସକାଳୁ ଉଠି ସେହି ପାଣିର ସେବନ କରନ୍ତୁ ଓ ଏହି ପାଣିର ସେବନ ଦ୍ଵାରା ପାଚନ କ୍ରିୟା ମଜବୁତ ହୋଇଥାଏ ।

·    ଯଦି ଆପଣ ଏସିଡିଟୀ ଓ ଗ୍ୟାସ ଭଳି ସମସ୍ୟାରେ ପୀଡିତ ଅଛନ୍ତି ତେବେ ଏହି ପାଣି ପିଇବା ଦ୍ଵାରା ଆପଣଙ୍କୁ ବହୁତ ଆରାମ ମିଳିବ ।

·    ଥାଇରଡର ଯଦି ସମସ୍ୟା ଅଛି ତେବେ ଏହି ପାଣିର ସେବନ ସବୁଠୁ ଉଚିତ ଅଟେ । କହିବାକୁ ଗଲେ ତମ୍ବାରେ ଭରପୁର ମାତ୍ରାରେ କପର ଥାଏ ଯାହା ଥାୟରୋକ୍ସିନ ହାର୍ମୋନକୁ ନିୟନ୍ତ୍ରଣ ରଖିଥାଏ । ଏହି କାରଣରୁ ତମ୍ବା ପାତ୍ରରେ ସକାଳ ସମୟରେ ପାଣି ପିଇବା ଦ୍ଵାରା ବହୁତ ଲାଭ ମିଳିଥାଏ ।

·    ତମ୍ବାରେ ବହୁତ ମାତ୍ରାରେ ଏଂଟୀ-ବୈକ୍ଟୀରିୟଲ ଗୁଣ ଥାଏ । ଯାହା ପାଣିରେ ଥିବା ଖରାପ ଜୀବାଣୁକୁ ମାରିଦିଏ ଓ ଡାୟରିଆ, ଝାଡା ଓ ଜଣ୍ଡିସ ଭଳି ରୋଗକୁ ରୋକିବାରେ ସାହାର୍ଯ୍ୟ କରିଥାଏ । ତେବେ ବନ୍ଧୁଗଣ ଆପଣଙ୍କୁ ତମ୍ବା ପାତ୍ର ସମ୍ବନ୍ଧରେ ଏହି ସ୍ୱାସ୍ଥ୍ୟ ଜନିତ ବିଷୟବସ୍ତୁଟି କେମିତି ଲାଗିଲା ଆମକୁ କମେଣ୍ଟରେ ଜଣାନ୍ତୁ । ଭଲଲାଗିଥିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଦରକାରୀ ସ୍ୱାସ୍ଥ୍ୟ ଟିପ୍ସ ବିଷୟରେ ଅଧିକ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *