କାମାକ୍ଷା ମନ୍ଦିରର (Kamakhya Temple)10 ରହସ୍ୟ ! ଯାହାକୁ ବୈଜ୍ଞାନିକ ମାନେ ବି ଆଜି ଯାଏ ବୁଝି ପାରିଲେନି

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ମାତାଙ୍କର ଏପରି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଏହି ମାତାଙ୍କର ମାସିକ ଧର୍ମ ହୋଇଥାଏ ଓ ତାଙ୍କ ଯୋନିରୁ ରକ୍ତସ୍ରାବ ମଧ୍ୟ ହୋଇଥାଏ । ସେହି ରକ୍ତସ୍ରାବ ହେତୁ ସେଠାକାର ନଦୀ ନାଲି ହୋଇଯାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କାମାକ୍ଷା ମନ୍ଦିରର କିଛି ରହସ୍ୟ ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ମନ୍ଦିର ବିଷୟରେ । ଆସାମର ରାଜଧାନୀ ଦିସପୁର ଠାରୁ 7 କିଲୋମିଟର ଦୂରରେ କାମାକ୍ଷା ମନ୍ଦିର ଅବସ୍ଥିତ । ଏହି ମନ୍ଦିରକୁ 51 ଶକ୍ତି ପୀଠ ମଧ୍ୟରୁ ଗୋଟେ ଶକ୍ତି ପୀଠ ରୂପେ ମାନା ଯାଇଥାଏ । କାମାକ୍ଷା ମନ୍ଦିର ସମସ୍ତ ଶକ୍ତି ପୀଠର ମହା ପୀଠ ଅଟେ । ଏଠାରେ ମା ଦୂର୍ଗା ଓ ମା ଅମ୍ବେଙ୍କର କୌଣସି ମୂର୍ତ୍ତି ନାହିଁ ।

ଏହି ମନ୍ଦିରରେ ଏକ କୁଣ୍ଡ ବନା ହୋଇଛି ଯାହା ସର୍ବଦା ଫୁଲରେ ଲୁଚା ହୋଇଥାଏ । ସେହି କୁଣ୍ଡରୁ ସର୍ବଦା ପ୍ରାକୃତ ଜଳ ବାହାରିଥାଏ । ସଂପୂର୍ଣ୍ଣ ଭାରତରେ ମହିଳାଙ୍କ ମାସିକ ଧର୍ମକୁ ଅଶୁଭ ମାନା ଯାଇଥାଏ । ହେଲେ କାମାକ୍ଷା ମନ୍ଦିରରେ ଏମିତି ମାନ୍ୟତା ନାହିଁ । ପ୍ରତି ବର୍ଷ ଏଠାରେ ଆମ୍ବୁମାଚି ମେଳାରେ ନିକଟରେ ଥିବା ବ୍ରହ୍ମପୁତ୍ର ନଦୀ ତିନି ଦିନ ପାଇଁ ନାଲି ରଙ୍ଗର ହୋଇଯାଏ ।

ପାଣିର ଏହି ନାଲି ରଙ୍ଗ କାମାକ୍ଷା ଦେବୀଙ୍କ ମାସିକ ଧର୍ମ ହେତୁ ହୋଇଥାଏ । ଏହି ତିନି ଦିନ ମନ୍ଦିରକୁ ଅନେକ ଦୂର ଦୁରନ୍ତାରୁ ଭକ୍ତ ମାନେ ଆସିଥାନ୍ତି । ଏହି ମନ୍ଦିରରେ ଦିଆଯାଉଥିବା ପ୍ରସାଦ ମଧ୍ୟ ଅନ୍ୟ ଶକ୍ତି ପୀଠ ଠାରୁ ସଂପୂର୍ଣ୍ଣ ଅଲଗା ଅଟେ । ଏହି ମନ୍ଦିରରେ ପ୍ରସାଦ ରୂପେ ନାଲି ରଙ୍ଗର ଓଦା କପଡା ଦିଆଯାଏ । କୁହାଯାଏ ମାଙ୍କୁ ଯେତେବେଳେ ତିନି ଦିନ ମାସିକ ଧର୍ମ ହୋଇଥାଏ ଧଳା ରଙ୍ଗର କପଡା ମନ୍ଦିର ଭିତରେ ବିଛା ଯାଇଥାଏ ।

ତିନି ଦିନ ପରେ ମନ୍ଦିର କବାଟ ଖୋଲା ଯାଇଥାଏ ସେହି ବସ୍ତ୍ର ମାଙ୍କ ରକ୍ତରେ ଭିଜି ଯାଇଥାଏ । ତେଣୁ ଏହି କପଡାକୁ ପ୍ରସାଦ ରୂପେ ଭକ୍ତ ମାନଙ୍କୁ ଦିଆଯାଇଥାଏ । ଏହି ମନ୍ଦିରରେ କୌଣସି ମୂର୍ତ୍ତି ସ୍ଥାପିତ ହୋଇ ନାହିଁ । ଏହି ମନ୍ଦିର ଭିତରେ ଏକ ଚଟାଣ ଅଛି ଯାହା ଦେବୀଙ୍କ ଯୋନିକୁ ଦର୍ଶାଇ ଥାଏ । ଏକ ପ୍ରାକୃତିକ ଝରଣା ହେତୁ ଏହି ଜାଗା ସବୁବେଳେ ଓଦା ରହିଥାଏ । ଏହି ଯୋନିର ଜଳକୁ ବହୁତ ପ୍ରଭାବଶାଳି ଓ ଶକ୍ତିଶାଳୀ ମାନା ଯାଇଥାଏ ।

କୁହାଯାଏ ଏହି ଜଳର ନିୟମିତ ସେବନରେ ଆପଣ ସମସ୍ତ ରୋଗରୁ ମୁକ୍ତ ରହିବେ । ଏଠାରେ ପଶୁ ମାନଙ୍କର ବଅଳି ଦିଆଯାଏ । ଏଠାରେ ଶଣ୍ଢ ଓ ଛେଳିର ବଳି ଦିଆଯାଇଥାଏ ହେଲେ ଏଠାରେ କୌଣସି ମାଈ ପଶୁର ବଳି ଦିଆ ଯାଇନଥାଏ । ତା ହେଲେ ବନ୍ଧୁଗଣ କାମାକ୍ଷା ମନ୍ଦିରର ଏହି ସବୁ ରହସ୍ୟ ଆପଣଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *