ଭୂତ ଭୟରେ ଗାଁରେ ନାହାଁନ୍ତି ଲୋକ, ଅଛନ୍ତି ଗୋଟିଏ ପରିବାର, ରାତି ହେଲେ ଛାତିଥରି ଉଠୁଛି, ଏ ନେଇ ସେମାନେ କଣ କହୁଛନ୍ତି ଦେଖନ୍ତୁ ଏହି ଭିଡିଓ

ବନ୍ଧୁଗଣ, ସୂଚନା ଅନୁଯାୟୀ କିଟ କିଟ ଅନ୍ଧାର ଭିତରେ କେବଳ କୁଆଁ କୁଆଁ କାନ୍ଦ ଶୁଭୁଛି । ଚାରିଆଡ ଏବେ ସୁନସାନ ତଥା ଖାଁ ଖାଁ ଲାଗୁଛି । ଗୋଟିଏ ଗାଁ ର ଗୋଟିଏ ସାହି ପୁରା ଖାଲି ହୋଇଯାଇଅଛି । ବର୍ଷ ବର୍ଷ ଧରି ବାହାରି ଯାଇଛନ୍ତି ଲୋକେ । ସେମାନେ ବାହାରେ ହନ୍ତଶନ୍ତ ହେଉଛନ୍ତି ପଛେ ଗାଁ କୁ ଆସୁ ନାହାଁନ୍ତି । କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ସଂପୂର୍ଣ୍ଣ ବିଷୟ ସମ୍ବନ୍ଧରେ ଜାଣିନେବା ।

ଏହି ଘଟଣା ଟି ହେଉଛି ନୟାଗଡ ଜିଲ୍ଲା ରଣାପୁର ଗୁଣ୍ଡୁରାବାରି ଗ୍ରାମ ର । ଏହି ଗ୍ରାମର ପରିଚୟ ହେଉଛି ପୁରୁଷ ଶୂନ୍ୟ ଗ୍ରାମ । ଭୁତ ଭୟରେ ଗ୍ରାମ ଛାଡି ଦେଇଛନ୍ତି ଲୋକେ । ପ୍ରତି ପରିବାରରୁ ଜଣେ, ଦୁଇଜଣ, ଚାରିଜଣ ଙ୍କ ମୃ-ତ୍ୟୁ ହେବା ପରେ, ସତେ ଯେମିତି ସରିଯାଇଛି ସବୁକିଛି । ଏଠାକାର ଲୋକଙ୍କ ମୁଣ୍ଡରେ ଏବଂ ମନରେ କେବଳ ଭୟ ଏବଂ ଭୟ । ବର୍ତ୍ତମାନ କିନ୍ତୁ ଗାଁ କୁ ଫେରିଛନ୍ତି ଗୋଟିଏ ପରିବାର ।

ସେହି ପରିବାର ଲୋକ ଙ୍କ ସହିତ କଥା ହେବାରୁ ଜଣା ପଡିଥିଲା ଯେ ତାଙ୍କ ସହିତ ଗ୍ରାମ କୁ ଫେରିଛନ୍ତି ନୂଆ ବୋହୂ ଏବଂ ୩ ମାସର କଅଁଳା ଶିଶୁ । ସେହି ଗ୍ରାମର ମହିଳା କହିଛନ୍ତି ଯେ ସମସ୍ତେ ଏହି ଗ୍ରାମ ଛାଡି ଚାଲିଯାଇଛନ୍ତି ଭୁତପ୍ରେତ ଭୟରେ । ଆମ୍ଭେ ଏଠାରେ ଏକୁଟିଆ ରହିଅଛି । ଆମ୍ଭେ ବର୍ତ୍ତମାନ ଅନ୍ଧାରରେ ରହୁଛୁ । କେହି ନଥିବାରୁ ଲାଇନ କାଟି ଦେଇଛନ୍ତି ।

ବର୍ତ୍ତମାନ ଅନ୍ଧାରରେ ପୁଅ, ବୋହୂ ଏବଂ ଛୋଟ ଶିଶୁ କୁ ନେଇ ଆମ୍ଭେ ରହୁଛୁ । ଶିଶୁ କୁ ୬ ମାସ ହୋଇଅଛି । ମହିଳା ଜଣଙ୍କ କହିଛନ୍ତି ଯେ ସେ ଗ୍ରାମ ରେ ଥିବା ଲୋକ ଙ୍କ ସ୍ଵାମୀ ମାନେ ମରିଗଲେ, କାରଣ ସେମାନେ ଭୁତ ପ୍ରେତ ଦେଖିଲେ ଏହି ଭୟ ହେତୁ ସେମାନେ ଗ୍ରାମ ଛାଡି ଚାଲିଗଲେ । ମାତ୍ର ଆମ୍ଭେ ଏ ପର୍ଯ୍ୟନ୍ତ କିଛି ଦେଖିନାହୁଁ ।

ଗ୍ରାମବାସୀ ରଞ୍ଜୁ ନାୟକ କହିଛନ୍ତି ଯେ ମୋ ସ୍ଵାମୀ ଙ୍କର କିଡ୍ନି ଖରାପ ହୋଇଥିବାରୁ ସେ ମୋ ପିଲାମାନେ ଛୋଟ ଥିବାବେଳେ ଆରପାରି କୁ ଚାଲିଯାଇଥିଲେ । ଏବଂ ଅନ୍ୟ ଏକ ସାହିର ଜଣେ ମହିଳା ଏବଂ ଜଣେ ପୁରୁଷ ଆସି କହିଲେ ଯେ କେବଳ ଅନ୍ଧବିଶ୍ଵାସ ପାଇଁ ସଂପୂର୍ଣ୍ଣ ଗ୍ରାମ ଆଜି ଛାରଖାର ହୋଇଯାଇଅଛି । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *