‘ରାଣୀପଣ୍ଡା କାମ କଲେ ସିନା ପଇସା ଆଣି ସୁକାନ୍ତଙ୍କ ପରିବାରକୁ ଆଣି ପଇସା ଦେବ, ସେ ଗରିବ ଲୋକଙ୍କ ପାଇଁ ମସିହା, ସେ କେବେ ବି…’

ବନ୍ଧୁଗଣ, ସୂଚନା ଅନୁଯାୟୀ ଜଣେ ୟୁ ଟ୍ୟୁବର ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଙ୍କୁ ନେଇ କିଛି ଏଭଳି ମନ୍ତବ୍ୟ ଦେଇଛନ୍ତି । ତେବେ ଆସନ୍ତୁ ସେ କ’ଣ କହିଛନ୍ତି ସେ ସମ୍ପର୍କରେ ସଂପୂର୍ଣ୍ଣ ବିବରଣୀ ଜାଣିନେବା । ସେ କହିଛନ୍ତି ଯେ ରାଣୀ ପଣ୍ଡା କିଛି ଗରିବ ଲୋକଙ୍କର ମସିହା ମଧ୍ୟ ସାଜିଛନ୍ତି ବୋଲି ସାରା ଓଡିଶା ଲୋକେ କହିଛନ୍ତି । କୌଣସି ଜାଗାରେ ଯଦି ଗୋଟିଏ ଗରିବ ବାପା ଖାଇବାକୁ ପାଇ ନାହାଁନ୍ତି ତେବେ ସେ ସେହି ଜାଗାରେ ଯାଇ ଜଣେ ଝିଅ ହୋଇ ଛିଡା ହୋଇଛନ୍ତି ।

ଯଦି ଝିଅ ବିବାହ ନ ହୋଇ ପାରିଛି ସେ ଜାଗାରେ ରାଣୀ ଜଣେ ଭଉଣୀ ହୋଇ ଛିଡା ହୋଇଛନ୍ତି । ଏହାଠାରୁ ଆଉ ବଡ କଥା କିଛି ନାହିଁ । କରୋନା କାଳ ସମୟରେ ଲୋକମାନେ ନାହିଁ ନଥିବା ଅଭାବ ର ସମ୍ମୁଖୀନ ହୋଇଥିଲେ, ରାଣୀ ପଣ୍ଡା ରାତି ରାତି ଅଭାବ ଅନାଟନ ରେ ନିଜେ ରହି ମଧ୍ୟ ଯେତିକି ଧନ ସମ୍ପତ୍ତି ରଖିଥିଲେ ସେ ସହାୟ କରିଥିଲେ । ମାତ୍ର ସେ ଚାହିଁଥିଲେ ନିଜେ ଆରାମ ରେ ରହିଥାନ୍ତେ ।

ନିଜ କଥା କୁ ଅଣଦେଖା କରି ସେ ଓଡିଶାବାସୀ ଙ୍କୁ ସାହାର୍ଯ୍ୟ କରିଛନ୍ତି ତଥା ସହଯୋଗ କରିଛନ୍ତି । ଭୁଲ ମଣିଷ ଜୀବନରେ ହୁଏ, ଆଜି ସେହି ଜାଗାରେ ରାଣୀପଣ୍ଡା ନଥିଲେ ମଧ୍ୟ ଅନ୍ୟ କେହି ଥିଲେ ସେହି ଦୁର୍ଘଟଣା ନିଶ୍ଚିତ ଘଟିଥାନ୍ତା । ଲକ୍ଷ ଲକ୍ଷ ଦୁର୍ଘଟଣାରେ ଏହିଭଳି ଜୀବନ ଚାଲିଯାଉଛି । ମାତ୍ର ଏଠାରେ ଏହି ଘଟଣା କୁ ଧରି ବସିଛନ୍ତି ଏଥି ନିମନ୍ତେ କାରଣ ସେ ହେଉଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା ।

ଯଦି ରାଣୀ ପଣ୍ଡା ଆକ୍ସିଡେଣ୍ଟ କରି ସେହି ଜାଗାରୁ ପଳାଇ ଯାଇଥାନ୍ତେ ତେବେ କଣ ଆପଣ ମାନେ ଜାଣି ପାରିଥାନ୍ତେ ଯେ କିଏ ଆକ୍ସିଡେଣ୍ଟ କରୁଛି ବୋଲି ? ଯେତେବେଳେ ସେହି ଦୁର୍ଘଟଣା ହେଲା ରାଣୀପଣ୍ଡା ସେଠାରେ କାର ରୁ ବାହାରି ଆସି ଆଗ ଛିଡା ହୋଇ ନିଜ ଫୋନ ଦେଖୁଥିଲେ ଯେ ସେ କାହାକୁ ଆଗ ଫୋନ କରିବେ ?

ମାତ୍ର କିଛି ଲୋକ କହିଲେ ଯେ ସେ ଫ୍ଲାସ ଲାଇଟ ଲଗାଇ ଫଟୋ ଉଠାଉଛନ୍ତି, ଏଗୁଡାକ ଆଦୌ ମିଛ କଥା ଅଟେ । ରାଣୀ ପଣ୍ଡା ଙ୍କ ପାଖରେ ଗୋଟିଏ ମଣିଷତ୍ଵ ଅଛି ତଥା ଏକ ବିବେକ ରହିଅଛି, ଏଣୁ ସେ ଛିଡା ହେଲେ ଏବଂ ସେ ଏ କଥା ମଧ୍ୟ କହିଲେ ଯେ ସାରା ଜୀବନ ସୁକାନ୍ତ ଙ୍କ ପରିବାରକୁ ପୋଷିବେ ବୋଲି । ଏହା ଠାରୁ ମହାନ କଥା ଆଉ କିଛି ହୋଇପାରିବ ନାହିଁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ କୁ ନେଇ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *