ସବୁଦିନ ପାଇଁ Varsha ହେଲେ ଆଉଟ ଆଉ ସ୍ଵପ୍ନା ଇନ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଅନୁଭବ ଙ୍କ ସିନେମାରେ ବର୍ତ୍ତମାନ ସବୁଦିନ ପାଇଁ କୁଆଡେ ବର୍ଷା ଆଉଟ ହୋଇଯାଇଛନ୍ତି । ବର୍ତ୍ତମାନ ନୂଆ ନୂଆ କରି ଏଣ୍ଟ୍ରି ମାରିଛନ୍ତି ସ୍ଵପ୍ନା । ସ୍ଵପ୍ନା ଙ୍କୁ ନେଇ ତିଆରି ହେଉଛି ନୂଆ ସିନେମା “ଲଭ ଇନ ଲଣ୍ଡନ” । ବର୍ତ୍ତମାନ ଶୁଣିବାକୁ ମିଳିଛି ଯେ ବର୍ଷା ଙ୍କ ସହିତ ଆଉ ଅନୁଭବଙ୍କ ସିନେମା ଆସିବ ନାହିଁ । ଏହାକୁ ନେଇ ଚିନ୍ତାରେ ମଧ୍ୟ ପଡିଥିଲେ ଅଭିନେତା ଅନୁଭବ ମହାନ୍ତି । ଏଥିପାଇଁ ସେ ଅନେକ ଗୁଡିଏ ଏକ୍ସପେରିମେଣ୍ଟ ମଧ୍ୟ କରିଛନ୍ତି ।

ଯେଉଁଭଳି ବିଜୁବାବୁ ସିନେମାରେ ସୁପ୍ରିୟା, ପ୍ରେମ କୁମାର ରେ ଶିବାନୀ, ଅଭୟରେ ଏଲିନା, ଆଉ ଜଗା ହାତରେ ପଘା ରେ ଝିଲିକ କୁ ନେଇ ଏକ୍ସପେରିମେଣ୍ଟ କରିଛନ୍ତି ଅନୁଭବ ମହାନ୍ତି । ବର୍ତ୍ତମାନ ସ୍ଵପ୍ନା ଙ୍କ ସହିତ ସୁ-ଟି-ଙ୍ଗ ଚାଲିଛି ଅନୁଭବ ଙ୍କର ଲଭ ଇନ ଲଣ୍ଡନରେ । ଏମାନଙ୍କ ମଧ୍ୟରୁ ଯେଉଁ ଚଳଚିତ୍ର ଅଧିକ ହିଟ ହେବ ସେ ପର୍ମାନେଣ୍ଟ ଭାବରେ ଅନୁଭବ ଙ୍କ ସହିତ ଫିଲ୍ମ କରିବେ ବୋଲି ଚର୍ଚ୍ଚା ହେଉଛି ।

ବେସ କିଛି ଦିନର ବ୍ୟବଧାନ ପରେ ଅଭିନେତା ଅନୁଭବ ମହାନ୍ତି ନୂଆ ରୂପରେ ଆସୁଛନ୍ତି ଦର୍ଶକ ଙ୍କ ଆଗକୁ । କାରଣ ଏହି କିଛି ଦିନ ହେବ ତାଙ୍କର ଆଉ ସିନେମା କିଛି ଆସୁନଥିଲା ଏହାକୁ ନେଇ ତାଙ୍କୁ ଭଲ ପାଉଥିବା ଅଥବା ତାଙ୍କ ପ୍ରଶଂସକ ମାନେ ବେସ ମର୍ମାହାତ ହୋଇଥିଲେ । ବର୍ତ୍ତମାନ ଯେତେବେଳେ ଶୁଣିବାକୁ ମିଳୁଛି ଅନୁଭବ ମହାନ୍ତି ଙ୍କ ନୂଆ ଏକ ଚଳଚିତ୍ର ଲଭ ଇନ ଲଣ୍ଡନ, ଲଣ୍ଡନରେ ସୁଟିଙ୍ଗ ହେଉଛି ।

କିଛି ନୂଆ ରୂପ ତଥା ନୂଆ ଢଙ୍ଗରେ ଲଭ ଇନ ଲଣ୍ଡନ ଦର୍ଶକ ଙ୍କ ପାଖକୁ ଆସିବାକୁ ଯାଉଅଛି, ଠିକ ଏତିକି ବେଳେ ଭାଇ ଫେରିଲେଣି ବୋଲି ସୋ-ସି-ଆ-ଲ ମି-ଡି-ଆରେ ଅନେକ ଲୋକେ ଲେଖିଲେଣି । ବର୍ତ୍ତମାନ ଲଣ୍ଡନ ରେ ଏହାର ସୁ-ଟି-ଙ୍ଗ ଚାଲିଥିବା ବେଳେ ସୁ-ଟି-ଙ୍ଗ ସେଟ ର କିଛି କିଛି ଝଲକ ମଧ୍ୟ ସୋ-ସି-ଆ-ଲ ମି-ଡି-ଆରେ ଅ-ପ-ଲୋ-ଡ କରୁଛନ୍ତି ସିନେମାର କ୍ରିଉ ମେମ୍ବର ମାନେ ।

ଏଥିରେ ମଡେଲ ତଥା ଅଭିନେତ୍ରୀ ସ୍ଵପ୍ନା ପ୍ରିୟଦର୍ଶନୀ ବର୍ତ୍ତମାନ ଅନୁଭବ ଙ୍କ ନାୟିକା ସାଜିଛନ୍ତି ଏବଂ ଏହାର ନିର୍ଦ୍ଧେଶନା ଦେଉଛନ୍ତି ତାପସ ସର୍ଘରିଆ । ତେବେ ଏହି ଦୁଇ ଫିଲ୍ମୀ ତାରକା ଙ୍କ ଯୋଡି ବର୍ତ୍ତମାନ କିଭଳି ଭାବରେ ସଫଳ ହେଉଛି ତାହା ଏହି ସିନେମା ରିଲିଜ ହେବାପରେ ହିଁ ଜଣାପଡିବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *