ଧଳା କେଶକୁ ମୂଳରୁ ଗୋଟି ଗୋଟି କରି କଳା କରିଥାଏ, କେଶକୁ କଳା, ଘନ ଓ ସୁନ୍ଦର ବନାଏ, Home remedy

ବନ୍ଧୁଗଣ ବର୍ତ୍ତମାନ କିଛି ଭୁଲ ଜୀବନଶୈଳୀ ଯୋଗୁ ଲୋକ ମାନଙ୍କର ଅଳ୍ପ ବର୍ଷ ବୟସରୁ ଚୁଟି ପାଚିବା ଭଳି ସମସ୍ଯା ଦେଖାଯାଉଛି । କଳା ଚୁଟି ସବୁ ଧଳା ହେବାରେ ଲାଗିଛି । ତେବେ ଲୋକ ମାନଙ୍କର ଏହି ଅଳ୍ପ ଅଳ୍ପ ବର୍ଷ ବୟସରୁ ଚୁଟି ଧଳା ହୋଇଯିବା ସମସ୍ଯା ବହୁତ ବଡ ସମସ୍ଯାର ରୂପ ନେଇଛି । ତେବେ ପ୍ରାକୃତିକ ଉପାୟରେ ଆପଣ ନିଜର ଧଳା ହୋଇଯାଇଥିବା ଚୁଟିକୁ ମୂଳରୁ କଳା କିପରି କରିବେ ଚାଲନ୍ତୁ ଜାଣିବା ।

ତେବେ ବନ୍ଧୁଗଣ ଏହି ଉପଚାର ପାଇଁ ଆପଣଙ୍କୁ ପ୍ରଥମେ ମେଥିର ଆବଶ୍ୟକ ପଡିବ । ମେଥି ବନ୍ଧୁଗଣ ଆମ ଚୁଟି ପାଇଁ ବହୁତ ଉପକାରୀ ପଦାର୍ଥ ହୋଇଥାଏ । ମେଥି ଧଳା କେଶ ଗୁଡିକୁ କଳା କରିବାରେ ପ୍ରମୁଖ ଭୂମିକା ନେଇଥାଏ । ପ୍ରଥମେ ମେଥିଦାନାକୁ ନେଇ ଭଲ ଭାବେ ପେଶୀ ଗୁଣ୍ଡ କରି ଦିଅନ୍ତୁ । ଦିତୀୟରେ ଆପଣନୁ ଏକ ପିଆଜର ଦରକାର ପଡିବ । ସେହି ପିଆଜଟିକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରି ତାହାର ରସ ବାହାର କରି ଦିଅନ୍ତୁ ।

ତେବେ ରେମିଡିଟିକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ବାଉଲରେ 4 ରୁ 5 ଚାମଚ ପିଆଜ ରସ ନିଅନ୍ତୁ । ତାପରେ ସେହି ପିଆଜର ରସରେ 1 ଚାମଚ ମେଥି ଗୁଣ୍ଡ ମିଶାଇ ଦିଅନ୍ତୁ । ତାପରେ ସେଥିରେ 3 ରୁ 4 ଚାମଚ ନଡିଆ ତେଲ ମିଶାନ୍ତୁ । ତେବେ ଏହି 3 ଟି ଜିନିଷକୁ ମିଶାଇ ତାହାକୁ ଭଲ ଭାବେ ଗୋଳାଇ ନିଜର ରେମିଡି ପ୍ରସ୍ତୁତ କରନ୍ତୁ । ଯେତେବେଳେ ଏହି ରେମିଡିଟି ପ୍ରସ୍ତୁତ କରିବେ ।

ପ୍ରଥମେ ତାହାକୁ 30 ମିନିଟ ପର୍ଯ୍ୟନ୍ତ ଖରାରେ ରଖନ୍ତୁ । ତାପରେ ତାହାକୁ ନିଜ କେଶରେ ଲଗାନ୍ତୁ । ଏହି ତେଲ ପ୍ରସ୍ତୁତ କରି ସାରି କୌଣସି କାଚ ବୋତଲରେ ଷ୍ଟୋର କରି ରଖିଦିଅନ୍ତୁ । ଯେତେବେଳେ ଏହି ତେଲକୁ ନିଜ ମୁଣ୍ଡରେ ଲଗାଇବେ । ସେତେବେଳେ 1 ଘଣ୍ଟା ପର୍ଯ୍ୟନ୍ତ ଏହାକୁ ମୁଣ୍ଡରେ ରଖିବାକୁ ଦିଅନ୍ତୁ ।

ତାପରେ କୌଣସି ଆୟୁର୍ଭେଦିକ ସାମ୍ପୁ ସହାୟତାରେ ନିଜର କେଶକୁ ଧୋଇ ଦିଅନ୍ତୁ । ସପ୍ତାହକୁ 2 ରୁ 3 ଥର ଏହାର ପ୍ରୟୋଗ କରିପାରିବେ । ଏହି ଉପଚାରର 1 ରୁ 2 ମାସର ବ୍ୟବହାର ପରେ ଆପଣଙ୍କର ଧଳା କେଶ ପ୍ରାକୃତିକ ଭାବେ କଳା ହେବାକୁ ଲାଗିବ ।

ତେବେ ଏହି ଉପଚାରଟି ଆପଣଙ୍କ କେଶକୁ ଘନ, ଲମ୍ବା ଓ ସୁନ୍ଦର ମଧ୍ୟ କରିଥାଏ । ଏହା ସଂପୂର୍ଣ୍ଣ ଭାବେ ଘରୋଇ ପ୍ରକୃତିକ ଉପଚାର ଅଟେ । ବନ୍ଧୁଗଣ ଆପଣଙ୍କୁ ଯଦି ପୋଷ୍ଟଟି ଭାଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *