Jyotish Shastra- କଳିଯୁଗର ୪ ଟି ସବୁଠୁ ଶକ୍ତିଶାଳୀ ରାଶି, ୨୦୨୦ ରୁ ୨୦୪୦ ପର୍ଯ୍ୟନ୍ତ ରାଜା ଭଳି ବଞ୍ଚିବେ ଜୀବନ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସମସ୍ତଙ୍କର ରାଶି ଅଲଗା ଅଲଗା ହୋଇଥାଏ । ଏହି ରାଶି ମାନଙ୍କ ମଧ୍ୟରେ ରହିଥାଏ ଚାରିଗୋଟି ରାଶି ଅତି ଭାଗ୍ୟଶାଳୀ । ଯେଉଁ ମାନଙ୍କର ଏହି ଚାରିଗୋଟି ରାଶି ହୋଇଥାଏ ସେମାନେ ହୋଇଥାନ୍ତି ଅତି ଭାଗ୍ୟଶାଳୀ ଓ ବହୁତ ଧନୀ , ଏମାନଙ୍କ ସହ ମୁକାବିଲା କରିବା କୌଣସି ଛୋଟିଆ କାମ ନୁହେଁ । ଏହି ଚାରି ଟି ରାଶି ବହୁତ ଭାଗ୍ୟବାନ ହୋଇଥାନ୍ତି , ଏମାନଙ୍କର ଧନ ସମ୍ବନ୍ଧିତ କୌଣସି ଚିନ୍ତା ରହିନଥାଏ । ତେବେ ଆମେ ଏବେ ଏହି ଚାରି ରାଶି ବିଷୟରେ କହିବାକୁ ଯାଉଛୁ ।

ଏହି ଚାରି ରାଶି ଅତ୍ୟନ୍ତ ଭାଗ୍ୟଶାଳୀ ଅଟନ୍ତି । ଏମାନଙ୍କର ଜୀବନ ଅତି ସୁଖମୟ ହୋଇଥାଏ , ସାରା ଦୁନିଆ ଏହି ରାଶି ନିକଟରେ ନତମସ୍ତକ ହୋଇଥାନ୍ତି , କଣ ଆପଣଙ୍କ ରାଶି ଏହି ରାଶି ମାନଙ୍କ ମଧ୍ୟରୁ ଗୋଟିଏ ଅଟେ । ଏହି ରାଶି ଗୁଡିକ ଅତି ପରିଶ୍ରମୀ ହୋଇଥାନ୍ତି , ଓ ନିଜ ଇଛାଶକ୍ତି , ପରିଶ୍ରମରେ ନିଜର ସବୁ ଆଶା ପୂର୍ଣ୍ଣ କରିଥାନ୍ତି ।

ମେଷରାଶି

ଏହି ରାଶିର ସ୍ଵାମୀ ଅଟନ୍ତି ମଙ୍ଗଳ । ବାର ଗୋଟି ରାଶି ମଧ୍ୟରେ ଏହି ରାଶି ଲୋକ ମାନେ ଅତ୍ୟନ୍ତ ଅଭିଳାଷୀ ପରିଶ୍ରମୀ ହୋଇଥାନ୍ତି , ଏମାନେ ଭରପୁର ଊର୍ଜାରେ ପୂର୍ଣ୍ଣ ରହିଥାନ୍ତି । ଏଭଳି ସ୍ଵଭାବର ଲୋକଙ୍କର କେବେ ଅଟକି ରହିବା ଲେଖା ହୋଇନଥାଏ । ଏମାନେ ନିରନ୍ତର ଚାଲିଥାନ୍ତି । ନିଜ କର୍ମ ଉପରେ ଏହି ଲୋକ ମାନେ ବିଶ୍ବାସ ରଖିଥାନ୍ତି ଓ ପରିଶ୍ରମ ବଳରେ ଏମାନଙ୍କୁ ସଫଳତା ମିଳିଥାଏ , ଏହା ସହିତ ଏହି ରାଶିର ଲୋକ କେବେ ଅନ୍ୟ ଉପରେ ଭରସା କରି ଚାଲି ନଥାନ୍ତି , ଯାହା କିଛି କରନ୍ତି ନିଜର ପରିଶ୍ରମ , ଇଚ୍ଛା ଶକ୍ତି ଓ ସାହସ ବଳରେ କରିଥାନ୍ତି ଏବଂ ଏହି ଲୋକମାନେ ମଧ୍ୟ ଅନେକ ଆଗକୁ ଆଗକୁ ବଢିଯାଇଥାନ୍ତି ।

କିଛି ସମୟ ପାଇଁ ଏମାନଙ୍କ ଜୀବନର ସଂଘର୍ଷ ରହିଥିଲେ ବି ମୁଠିରେ କରନ୍ତି ସାରା ଦୁନିଆ । ସବୁ ଧନ ସମ୍ପଦ ସବୁକିଛି ଏମାନକୁ ପ୍ରାପ୍ତ ହୋଇଥାଏ ,ଆଉ ଯଦି କେହି ଏମାନଙ୍କ ସହ ଧୋକା କରିଥାଏ ତେବେ ଏମାନଙ୍କଠୁ ବଡ ଶତ୍ରୁ ଆଉ କେହି ନଥାଏ । ତେବେ ମେଷ ରାଶିଙ୍କ ଲୋକ ମାନଙ୍କ ଠାରୁ ସାବଧାନ ହୋଇ ରୁହନ୍ତୁ , କାହିଁକି ନା ମେଷ ରାଶି ଶକ୍ତି ଶାଳି ରାଶି ମାନଙ୍କ ମଧ୍ୟରେ ଗୋଟିଏ ହୋଇଥାଏ ।

ବିଛା ରାଶି

ବିଛା ରାଶି ଶକ୍ତି ଶାଳି ରାଶି ମାନଙ୍କ ମଧ୍ୟରେ ଗଣାଯାଏ । ଯଦି ଏମାନଙ୍କ ସହ କିଏ ଭଲ ହୋଇଥାଏ ତେବେ ଏମାନେ ସେମାନଙ୍କ ପ୍ରତି ସମର୍ପିତ ହୋଇଯାଇଥାନ୍ତି , ଆଉ ଯଦି କେହି ଏମାନଙ୍କ ସହ ଶତ୍ରୁତା କରିଥାନ୍ତି ତେବେ ଏମାନେ ସେମାନଙ୍କ ପ୍ରତି କଠୋର ହୋଇଯାଇଥାନ୍ତି କାହିଁକି ନା ବିଛା ରାଶିର ସ୍ଵାମୀ ହେଉଛନ୍ତି ମଙ୍ଗଳ , ସେଥି ପାଇଁ ବିଛା ରାଶିର ଲୋକ ଅତି ଶକ୍ତିଶାଳୀ ହୋଇଥାନ୍ତି ଓ ଭରଷା ଯୋଗ୍ୟ ହୋଇଥାନ୍ତି । କିନ୍ତୁ କିଛି ଲୋକ ମଧ୍ୟ ରାଗି ସ୍ଵଭାବର ହୋଇଥାନ୍ତି । ଯଦି ଏମାନଙ୍କ ସହିତ କେହି ଭଲରେ କଥାହୁଏ ତେବେ ଏମାନେ ତା ପ୍ରତି ସମର୍ପିତ ହୋଇଯାନ୍ତି , କିନ୍ତୁ ଯଦି ଏମାନଙ୍କ ପ୍ରତି ଯଦି କେହି ବିରୋଧ ଭାବ ରଖିଥାନ୍ତି ତେବେ ଏମାନେ ଅତ୍ୟନ୍ତ ଆକ୍ରାମକ ହୋଇଯାଇଥାନ୍ତି ।

ମକର ରାଶି

ଶକ୍ତି ଶାଳି ରାଶି ମାନଙ୍କ ମଧ୍ୟରେ ଏହି ରାଶି ଗୋଟିଏ । ଏହି ରାଶି ମାନେ ଅତ୍ୟନ୍ତ ଶକ୍ତିଶାଳୀ ହୋଇଥାନ୍ତି , ଏମାନଙ୍କୁ ନିଜ ଉପରେ କନ୍ଟ୍ରୋଲ ରଖିବା ଭଲବାବେ ଜଣା । ଏମାନେ ପ୍ରତି ବ୍ୟକ୍ତିଙ୍କ ସହ ଭାବି ଚିନ୍ତି ବ୍ୟବହାର କରନ୍ତି । ଯେଉଁ ଲୋକ ଯେଉଁ ଭଳି ବ୍ୟବହାର କରନ୍ତି ତାହା ସହ ସେହିଭଳି ହୋଇଥାନ୍ତି । ନିଜ ଉପରେ ନିଜର ଭାରସାମ୍ୟ ରଖି ଅନ୍ୟ ସହ ବ୍ୟବହାର କରନ୍ତି ଆଉ କେବେ ଅନ୍ୟକୁ ନିଜର ଶକ୍ତିର ପରିଚୟ ଦେଇନଥାନ୍ତି । କାହାରିକୁ ମଧ୍ୟ ଦେଖନ୍ତି ନହିଁ ମୋ ଭିତରେ ଏତେ ଶକ୍ତି ଅଛି ବୋଲି ।

ଏମାନେ ଯାହା ବି କରନ୍ତି ଅତ୍ୟନ୍ତ ନିଷ୍ଟା ଓ ପରିଶ୍ରମରେ କରନ୍ତି । ଏହି ପରିଶ୍ରମର ଫଳ ଡେରିରେ ହେଉପଛେ ଆଶାନୁରୂପ ଶୁଭ ହୋଇଥାଏ । ଏହି ରାଶିର ଲୋକମାନେ ଅନେକ ସମୟରେ ଭାବୁକ ହୋଇପଡନ୍ତି । କିନ୍ତୁ ନିଜ କର୍ମ ତା ସ୍ଥାନରେ ଅଟଳ ରହିଥାଏ । ଏହି ରାଶି ମାନଙ୍କ ସ୍ଵାମୀ ହେଉଛନ୍ତି ଶନି ଦେବ , ଶନିଙ୍କ ପରି ଏମାନଙ୍କ ଜୀବନ ସ୍ଥିର ହୋଇଥାଏ । ଏହି ମକର ରାଶିର ବ୍ୟକ୍ତିମାନେ ନିଜ ଲକ୍ଷକୁ ପ୍ରାପ୍ତ କରିଥାନ୍ତି ।

କୁମ୍ଭରାଶି

ଏହି କୁମ୍ଭ ରାଶିର ଲୋକମାନେ ନିଜ ଭାବନା ଉପରେ ସବୁବେଳେ ନିୟନ୍ତ୍ରଣ ରଖିଥାନ୍ତି । ଏମାନେ ଭାବନାରେ ବହିଯାଇ କୌଣସି ପ୍ରକାର ନିସ୍ପତି ନିଅନ୍ତି ନାହିଁ କିନ୍ତୁ କେତେଥର ଦରକାର ପଡିଲେ ନିଜ ବୁଦ୍ଧି କୁ କାମରେ ଲଗାଇଥାନ୍ତି ଓ ଆଗକୁ ବଢି ଯାଇଥାନ୍ତି । କୁମ୍ଭରାଶିର ବ୍ୟକ୍ତିମାନେ ଆତ୍ମ ବିଶ୍ଵାସରେ ଭରପୁର ରହିଥାନ୍ତି । ଏହି ରାଶିର ଲୋକମାନେ ନିଜକୁ ଭଲବୋଲି ପ୍ରମାଣ କରିବାକୁ ଅତ୍ୟନ୍ତ ପରିଶ୍ରମ କରିଥାନ୍ତି ଏବଂ ଆଗକୁ ବଢି ଚାଲନ୍ତି ।

ଏମାନଙ୍କର ବିଶ୍ଵାସ ଥାଏ ନିଜ ପରିଶ୍ରମ ବଳରେ ଆଗକୁ ବଢିବା ଓ ସବୁକିଛି ପ୍ରାପ୍ତ କରିବା, ଉନ୍ନତି କରିବା ଲାଭ କରିବା ଓ ନିଜ ପରିଶ୍ରମ ବଳରେ ନିଜର ନୂଆ ପରିଚୟ ସ୍ତୃଷ୍ଟି କରିବା । ନିଜର ସମୃଦ୍ଧି ପାଇଁ ନିଜର ସବୁକିଛି ସମର୍ପଣ କରିଦେଇଥାନ୍ତି । ନିଜର ପ୍ରକୃତି, ପରିଶ୍ରମ ବଳରେ ସବୁକିଛି ପ୍ରାପ୍ତ କରିଥାନ୍ତି । କୁମ୍ଭ ରାଶିର ଲୋକ ମାନେ ଅତ୍ୟନ୍ତ ବିଶ୍ଵାସୀ ଓ ପରିଶ୍ରମୀ ହୋଇଥାନ୍ତି , ଏହି ଲୋକଙ୍କ ଏକ ବିଶେଷତା ରହିଥାଏ ଯଦି ଏମାନଙ୍କ ସହ କେହି ଛଳ କପଟ କରିଥାଏ , ତେବେ ଏମାନେ ତାହାର ପ୍ରତିଶୋଧ ନିଶ୍ଚିତ ନେଇଥାନ୍ତି ।

ଏହି ରାଶିର ସ୍ଵାମୀ ଶନି ଦେବ ହୋଇଥାନ୍ତି , ଏହି ରାଶିର ଲୋକମାନେ ପରିଶ୍ରମୀ ସହ ନିର୍ଭୟୀ ବି ହୋଇଥାନ୍ତି । କାହାକୁ ଏମାନେ କେବେ ବି ଡରି ନଥାନ୍ତି , ଅନ୍ୟର ସମ୍ମାନ କରିବା ଏମାନଙ୍କୁ ବହୁତ ଭଲଭାବରେ ଜଣା । ଏମାନଙ୍କ ଭିତରେ ଏକ ଅଦ୍ଭୁତ ପ୍ରତିଭା ଲୁଚି ରହିଥାଏ । ଏହି ରାଶି ସର୍ବଦା ଶକ୍ତି ଶାଳି ରାଶି ହେବା ସହିତ , ନିଜ ଲକ୍ଷ ଆଡକୁ ବଢିଥାନ୍ତି ।

ତେବେ ଏହା ଥିଲା ଦୁନିଆର 4 ଟି ଶକ୍ତିଶାଳୀ ରାଶି ଯାହାଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ଅଶେଷ କୃପାଦୃଷ୍ଟି ରହିଥାଏ । ତେବେ ଆପଣମାଙ୍କୁ ଯଦି ଲେଖାଟି ଭଲ ଲାଗିଥାଏ ତେବେ ଆମକୁ କମେନ୍ଟ କରି ନିଶ୍ଚିତ ଜଣାନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *