Vastu Tips – ଦୁର୍ଗା ପୂଜା ଶେଷ ହେବା ପୂର୍ବରୁ ଘରକୁ ନେଇ ଆସନ୍ତୁ ଏହି ୫ଟି ଜିନିଷ ମଧ୍ୟରୁ କୌଣସି ୧ ଟି ଜିନିଷ ପୁରା ବର୍ଷ ହେବ ଧନର ବର୍ଷା

ଦୁର୍ଗାପୂଜ ଶେଷ ହେବ ପୂର୍ବରୁ ଘରକୁ ନେଇଆସନ୍ତୁ ଏହି ପାଞ୍ଚଟି ଜିନିଷରୁ ଗୋଟିଏ ଜିନିଷ । ବର୍ଷସାରା ହେବନି ଧନର ଅଭାବ । ଏହି ନବରାତ୍ରି ଚାଲୁଥିବା ସମୟରେ ଚାରିଆଡେ ମା ଦୂର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ଚାଲିଥାଏ ବିଭିନ୍ନ ଉପାୟ , ଏହା ସହିତ ମା ଦୂର୍ଗାଙ୍କୁ ପ୍ରସନ୍ନ କରିବାପାଇଁ କରିବାକୁ ପଡିଥାଏ କିଛି ଖାସ ଉପାୟ । ଯଦି ସେହି ଖାସ ଉପାୟ ଗୁଡିକ ଆପଣ କରିନିଅନ୍ତି ଦୁର୍ଗାପୂଜା ଶେଷ ହେବା ପୂର୍ବରୁ ତେବେ ଆପଣଙ୍କ ଉପରେ ହୋଇଥାଏ ମା ଦୂର୍ଗାଙ୍କର ଅପାର କରୁଣା ଆଊ ଆପଣଙ୍କର ଧନ ଧନ୍ୟରେ ପୂରଣ ହୋଇଥାଏ ଜୀବନ ।

ଏହି ଉପାୟ ଗୁଡିକ କରିବାକୁ ହେଲେ ଏହି ପାଞ୍ଚଟି ଜିନିଷରୁ କୌଣସି ଗୋଟିଏ ଜିନିଷ ଆଣିବାକୁ ପଡିବ ଆପଣଙ୍କ ଘରକୁ ଓ ମା ଦୂର୍ଗାଙ୍କୁ ସ୍ମରଣ କରି ଏହି ସବୁ ଉପାୟ ଗୁଡିକୁ ପବିତ୍ର ମନରେ କରିବାକୁ । ତେବେ ଆସନ୍ତୁ ଏହି ଲେଖା ମାଧ୍ୟମରେ ଜାଣିବା ସେହି ଉପାୟ ବିଷୟରେ ।

ପ୍ରଥମରେ ରୂପାର ପଇସା , ଯଦି ଆପଣ ଦରିଦ୍ରତା ଦୂର କରିବାକୁ ଚାହୁଁଛନ୍ତି ତେବେ ନବରାତ୍ରି ଶେଷ ହେବା ପୂର୍ବରୁ ଘରକୁ ଆଣନ୍ତୁ ରୂପାର ପଇସା । ଏହି ପଇସାକୁ ଆଣି କୌଣସି ବି ଦିନ ଭଲ ଭାବରେ ପୂଜା କରି ନିଜ ଆଲମିରାରେ ରଖିଦିଅନ୍ତୁ , ତେବେ ଏହା ଦ୍ଵାରା କେବେ ବି ହେବ ନାହିଁ ଧନର ଅଭାବ ଓ ଘରକୁ ବିଭିନ୍ନ ଦିଗରୁ ଧନର ଆଗମନ ହୋଇଥାଏ ।

ଦୁଇ ନମ୍ବରରେ କଉଡି । ଯଦି ଆପଣଙ୍କୁ ଧନ ସମ୍ବନ୍ଧିତ ଅସୁବିଧା ହେଉଛି ତେବେ ଏହି ଦୁର୍ଗାପୂଜା ଚାଲିଥିବା ସମୟରେ ଗୋଡିଏ ହଳଦିଆ କିମ୍ବା ଧଳା କଉଡି ଆଣନ୍ତୁ ନିଜ ଘରକୁ । ଏହାକୁ ଭଲଭାବେ ଧୋଇ ଲକ୍ଷ୍ମୀଙ୍କ ପାଖରେ ପୂଜା କରି ଗୋଟିଏ ଲାଲ କପଡାରେ ବାନ୍ଧି ନିଜର ଆଲମୀରା ବ ପଇସା ରଖିବା ସ୍ଥାନରେ ରଖିଦିଅନ୍ତୁ ଦେଖିବେ ବର୍ଷ ସାରା ଧନର ଅସୁବିଧା ରହିବ ନାହିଁ ।

ଯଦି ଆପଣ ମା ଲକ୍ଷ୍ମୀଙ୍କ କୃପା ପାଇବାକୁ ଇଚ୍ଛା କରୁଥାନ୍ତି ତେବେ ଏହି ଦୁର୍ଗାପୂଜା ସମୟରେ ଘରକୁ ମା ପଦ୍ମ ଫୁଲ ଉପରେ ବସିଥିବା ଫଟୋ ଆଣନ୍ତୁ ଓ ଏହାକୁ ସବୁଦିନ ପୂଜା କରନ୍ତୁ । ଏହା ଦ୍ଵାରା ମା ଲକ୍ଷ୍ମୀ ଘରେ ବାସ କରନ୍ତି ।

ଚାରି ନମ୍ବରରେ ଏହି ନବରାତ୍ରି ଚାଲିଥିବା ସମୟରେ ଘରକୁ ଆଣନ୍ତୁ ଦକ୍ଷିଣାବର୍ତ୍ତୀ ଶଙ୍ଖ , ଏହା ଦ୍ଵାରା ଘରେ ହୋଇଥାଏ ମା ଲକ୍ଷ୍ମୀ ଓ କୁବେରଙ୍କ କୃପା , ଘରେ ଧନର ବର୍ଷା । ଦକ୍ଷିଣାବର୍ତ୍ତୀ ଶଙ୍ଖକୁ କେବେ ଖାଲି ରଖିବା ଉଚିତ ନୁହେଁ , ଏହାକୁ ସବୁବେଳେ ହଳଦିଆ ଚାଉଳରେ ପୂର୍ଣ୍ଣ ରଖନ୍ତୁ ତେବେ ଆପଣଙ୍କ ଘରେ କେବେ ବି ହେବ ନାହିଁ ଧନର ଅଭାବ ।

ଶେଷରେ ରହିଛି ଶ୍ରୀ ଯନ୍ତ୍ର , ଏହି ଦୁର୍ଗାପୂଜ ସମୟରେ ଘରକୁ ଆଣନ୍ତୁ ଶ୍ରୀ ଯନ୍ତ୍ର , ଏହାକୁ ଆଣି ଲାଲ କପଡା ଉପରେ ରଖି ପୂଜା କରନ୍ତୁ । ପୂଜା କରି ସାରି ଏହାକୁ ନିଜ ପଇସା ରହିବା ସ୍ଥାନରେ ରଖିଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ଉପରେ ମା ଲକ୍ଷ୍ମୀ ତଥା କୁବେର ମହାରାଜଙ୍କ କୃପା ରହିବ ।

ତେବେ ଆପଣମାନେ ଉପରେ କୁହାଯାଇଥିବା ୫ ଟି ଉପାୟ ମଧ୍ୟରୁ ଗୋଟିଏ ଉପାୟ ଭକ୍ତି ମନରେ କରନ୍ତୁ ଦେଖିବେ ଆପଣଙ୍କ ଘରେ ରହିବନି ଧନର ଅଭାବ । ଯଦି ଆମ ଲେଖାଟି ପସନ୍ଦ ହେଲା ନିଶ୍ଚିତ କମେନ୍ଟ କରନ୍ତୁ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *