କଳିଯୁଗର ଶେଷରେ କଣ ସବୁ ଘଟିବ ଶୁଣିଲେ ଆପଣଙ୍କ ମୁଣ୍ଡ ଖରାପ ହୋଇଯିବ- Malika Bachana

ବେଦ ପୁରାଣ ଅନୁସାରେ ଆମେ ଯେଉଁ ଯୁଗରେ ବଞ୍ଚୁଛେ ସେହି ଯୁଗର ନାମ ହେଉଛି କଳିଯୁଗ। ଆହୁରି ମଧ୍ୟ ବେଦ ପୁରାଣ ରେ କୁହାଯାଇଛି ଯେ ଯେବେ ଅଧର୍ମ ବଢିଯିବ, ସେବେ ଏହି ଯୁଗ ର ଅନ୍ତ ଘଟିବ।ପୁରାଣ ଅନୁସାରେ ଏହି ଯୁଗ ଖ୍ରୀଷ୍ଟପୂର୍ବ ଆଗରୁ ଆରମ୍ଭ ହୋଇସାରିଛି । ଯଦି ଆମେ ବେଦ ଦେଖିବା ଏହା ଅନୁସାରେ କଳିଯୁଗ ସବୁଠାରୁ ଅତ୍ୟାଚାରୀ ଯୁଗ ବୋଲି କୁହାଯାଏ । ବେଦ ଅନୁସାରେ ସୃଷ୍ଟି ର ଆରମ୍ଭ ସତ୍ୟ ଯୁଗରୁ ଆରମ୍ଭ ହୋଇଛି ଏଵଂ ଏହାର ଅନ୍ତ କଳିଯୁଗ ରେ ହେବ ବୋଲି କୁହାଯାଇଛି।

ଏହି ଯୁଗରେ ନାନା ପ୍ରକାର କୁକର୍ମ ବଢିବ ଏବଂ ଚୋରି ,ଡକାୟତି,ଲୋଭ, ମୋହ ,କାମ,କ୍ରୋଧ ଆଦି ମନୁଷ୍ୟକୁ ଅନ୍ଧ କରିଦେବ। ମଣିଷ ବୁଦ୍ଧି ବିବେକ ହରାଇ କୁକର୍ମ ରେ ଲିପ୍ତ ରହିବ।ଯେତେ ସବୁ ଖରାପ ପ୍ରକୃତି ଅଛି ସେହିସବୁ ଲୋକ ମାନଙ୍କ ମୁଖ୍ୟ ପ୍ରକୃତି ହୋଇଯିବ ।

ଏହି ଯୁଗର ଅନ୍ତ ହେବା ସମୟରେ ପରିସ୍ଥିତି ଏଭଳି ହୋଇଯିବ ଯେ ମଣିଷ ର ଆୟୁ କମିଯିବ,ଏହି କଥା ଭଗବାନ ବିଷ୍ଣୁ ନାରଦ ଙ୍କୁ କହିଥିଲେ। ସେହି ସମୟ ବେଳେ କୁ ସମସ୍ତ ଙ୍କ ଆୟୁଷ ମାତ୍ର ୨୦ବର୍ଷ ହୋଇଯିବ।ପୁରୁଷ ଏଵଂ ମହିଳା କିଛି ନମାନି ସବୁବେଳେ ଭୋଗବିଳାସ ରେ ଲିପ୍ତ ରହିବେ।ଲୋକେ ଶାସ୍ତ୍ର ରୁ ଦୂରେଇଯିବେ।ପାପ ମନୁଷ୍ୟ ର ମନରେ ଅଧିକ ବଢିଯିବ।

ଏହି ସମୟରେ ଲୋକ ମାନେ ଭଗବାନ ଙ୍କୁ ବିଶ୍ୱାସ କରିବେ ନାହିଁ,ପରମାତ୍ମା ତଥା ମନୁଷ୍ୟ ଙ୍କ ଭିତରେ ଏକ ଅବିଶ୍ୱନୀୟ ଦୁର ହେବ।ବହୁତ ଛୋଟ ଛୋଟ କାରଣ ରୁ ବି ଜଣେ ଅନ୍ୟ ଜଣ ଙ୍କୁ ହତ୍ୟା କରିବ। ମା ,ବାପା ,ଭାଇଓ ଭଉଣୀ ଭିତରେ ଶ୍ରଦ୍ଧା ଏଵଂ ପ୍ରେମ କିଛି ବି ରହିବ ନାହିଁ। ଶାସ୍ତ୍ର ଅନୁସାରେ ଯେବେ କଳିଯୁଗ ର ଅନ୍ତ ହେବ ସେହି ସମୟ ବେଳକୁ ଶୋଷଣ, ଜୁଆ ,ମଦ ଆଦି ଲୋକ ମାନଙ୍କ ପାଇଁ ଏକ ସାଧାରଣ କଥା ହୋଇଯିବ। କଳିଯୁଗ ଅନ୍ତ ରେ ସବୁ ଲୋକ ରୋଗାଗ୍ରସ୍ତ ଏଵଂ ଅସ୍ୱାସ୍ତ୍ୟ ହେବେ।

୧୦୦ ରୁ ୮୦ ଶତକଡ଼ା ଲୋକ ରୋଗାଗ୍ରସ୍ତ କାରଣ ରୁ ମୃତ୍ୟୁବରଣ କରିବେ । ଭୋଜନ, ପାଣି ତଥା ଅନ୍ୟାନ ପ୍ରାକୃତିକ ସୁବିଧା ପୃଥିବୀ ପୃଷ୍ଠ ରୁ କମିଯିବ, ନଦୀ ଶୁଖିଯିବା ଆକାଶ ପ୍ରଦୁଷଣରେ କଳା ଦେଖାଯିବାକୁ ଲାଗିବ। ଦରିଦ୍ରତା ସବୁଆଡ଼େ ଦେଖାଯିବ ସବୁ ଲୋକ ସବୁ ବେଳେ ଧନ ପଛରେ ଗୋଡେଇବେ।ସେହି ସମୟରେ ଗୋଟେ ସ୍ତ୍ରୀ ୧୫ ବର୍ଷ ପୂର୍ବରୁ ହିଁ ମା ହୋଇଯିବ। କଳିଯୁଗର ଅନ୍ତରେ ଗଛରେ ଆଉ ଫୁଲ ଫଳ ଦେଖାଯିବ ନାହିଁ, ଏଵଂ ଗାଈ ବି ଖୀର ଦବା ବନ୍ଦ କରିଦବ ।

ନୈତିକତା ଲୋକଙ୍କ ଜୀବନରୁ ନଷ୍ଟ ହୋଇଯିବ,ଗୋଟେ ଭାଇ ନିଜର ଭାଇ କୁ ହତ୍ୟା କରିବା ଅପରାଧୀଙ୍କ ସଂଖ୍ୟା ଏତେ ବଢିଯିବ ଯେ ଭଲଲୋକଙ୍କୁ ସମାଜରେ ବଞ୍ଚିବାକୁ କଷ୍ଟକର ହୋଇଯିବ।ଏହି ସମୟରେ ପଶୁ ଓ ମନୁଷ୍ୟ ଭିତରେ କିଛି ଅନ୍ତର ରହିବ ନାହିଁ,ପୃଥିବୀ ପୃଷ୍ଠ ଉତ୍ତପ୍ତ ହୋଇଯିବ। ଯାହା କାରଣ ରୁ ଗୋଟେ ପରେ ଗୋଟେ ଲୋକ ମୃତ୍ୟୁବରଣ କରିବେ। ଯେତେବେଳେ ପାପ ଚରମ ସୀମା ରେ ପହଁଚିବ , ଏଵଂ ପୃଥିବୀ ପାପର ବୋଝ ରେ ଦବିଯିବା, ସେତେବେଳେ ଭଗବାନ ବିଷ୍ଣୁ କଲକୀ ଅବତାର ନେବେ।

ଶ୍ରୀମଦ ଭାଗବତ ଗୀତା ଅନୁସାରେ ଭଗବାନ କଲକୀ ସମ୍ଭଲ ଗାଁ ର ବିଷ୍ଣୁଉଷା ନାମକ ବ୍ରାହ୍ମଣ ତଥା ତାଙ୍କ ପତ୍ନୀଙ୍କ ପୁତ୍ର ରୂପରେ ଜନ୍ମ ନେବେ। ଭଗବାନ କଲକୀ ସେ ସମୟରେ ସବୁ ଅଧର୍ମୀ ମାନଙ୍କର ନାଶ କରିବେ ।ଭଗବାନ କଲକୀ ଅବତାର ନେଇ ମାତ୍ର ତିନି ଦିନ ରେ ସମଗ୍ର ବିଶ୍ଵର ନାଶ କରିବେ।ଏହି ସମୟରେ ମହାପ୍ରଳୟ ଆସିବ, ଏହା ପରେ ସତ୍ୟ ଯୁଗ ଆରମ୍ଭ ହେବ।ବନ୍ଧୁଗଣ ମାଳିକା କଥା ଅନୁସାରେ ଏହି ଭଳି ଭାବରେ କଳିଯୁଗ ର ଅନ୍ତ ଘଟିବ।

କଳିଯୁଗ ଅନ୍ତ ହେବା ପରେ କେବଳ ବହୁତ କମ ଲୋକ ହିଁ ଭଗବାନଙ୍କ ଭକ୍ତ ରହିବେ। ଏହି ଲୋକମାନେ ସବୁ ପାପ ରୁ ଦୂରରେ ଥିବେ। ଧର୍ମପାଳନ ତଥା ଭଗବାନଙ୍କ ଭକ୍ତି ରେ ଲିପ୍ତ ଥିବେ। କେବଳ ଏହିପରି ଲୋକ ମାନେ ପ୍ରଲୟ ର ପ୍ରକୋପ ରୁ ବଞ୍ଚିରହିବେ ଏଵଂ ସତ୍ୟ ଯୁଗରେ ପ୍ରବେଶ କରିବେ। ସେଥିପାଇଁ ଆପଣ ଲୋଭ,ମାୟା,ଟଙ୍କା ଏହିସବୁ ଠାରୁ ଦୁରେଇ ରୁହନ୍ତୁ, ଏଵଂ ଭଗବାନଙ୍କ ଭକ୍ତି ରେ ଲୀନ ହୋଇ ହରି ନାମ ଜପ କରନ୍ତୁ।ଜୀବନର କିଛି ଅଂଶ ଭଗବାନ ଙ୍କ ଠାରେ ସମର୍ପିତ କରାନ୍ତୁ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଆଗକୁ ଶାସ୍ତ୍ର ସମ୍ବନ୍ଧୀୟ ତଥ୍ୟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *