କାଲି ଶ୍ରୀ ପଞ୍ଚମୀ (୧୬ ଫେବୃଆରୀ), ଘରେ ଏଠାରେ ରଖିଦିଅନ୍ତୁ ଗୋଟିଏ ମୟୁରପର, ଚାରିଆଡୁ ମିଳିବ 99% ସଫଳତା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ମାଘ ମାସର ଶୁକ୍ଳ ପକ୍ଷର ପଞ୍ଚମୀ ତିଥିକୁ ଶ୍ରୀ ପଞ୍ଚମୀ ବା ବସନ୍ତ ପଞ୍ଚମୀ ବୋଲି କୁହାଯାଏ । ଏହି ଦିନକୁ ସାଂସ୍କୃତିକ ଦୃଷ୍ଟିକୋଣ ରୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବୋଲି ମାନ୍ୟତା ଦିଆ ଯାଇଛି । ପୁରାଣ ଅନୁସାରେ ବ୍ରମହ ଦେବତା ନିଜ ମୁଖ ରୁ ଦେବୀ ସରସ୍ୱତୀ ଙ୍କୁ ଆହ୍ୱାନ ଦେଇଥିଲେ ଏବଂ ବ୍ରମହା ଙ୍କ ଆହ୍ୱାନ ରେ ଦେବୀ ସରସ୍ୱତୀ ପ୍ରକଟ ହୋଇଥିଲେ । ଏହି କାରଣରୁ ଯୁଗ ଯୁଗ ଧରି ଏହି ଦିନରେ ମାତା ସରସ୍ୱତୀ ଙ୍କୁ ଆରାଧନା କରା ଯାଉଛି ।

ଏହି ଦିନ ବିଦ୍ୟାର୍ଥୀ ମାନଙ୍କ ପାଇଁ ଅତ୍ୟନ୍ତ ମଙ୍ଗଳମୟ ହୋଇଥାଏ । ନୂଆ ପାଠ ପଢ଼ୁଥିବା ବିଦ୍ୟାର୍ଥୀ ଏହି ଦିନରେ ହିଁ ନିଜର ପାଠପଢ଼ା ଆରମ୍ଭ କରିଥାଏ । ଏହି ବର୍ଷ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ୧୬ ଫେବୃଆରୀ ଦିନ ୩:୩୬ ମିନିଟ ରୁ ଆରମ୍ଭ ହୋଇ ୧୭ ଫେବୃଆରୀ ଦିନ ୫:୪୦ ରେ ସମାପ୍ତ ହେଉଛି ।

ଏହି ବର୍ଷ ବସନ୍ତ ପଞ୍ଚମୀ ବା ଶ୍ରୀ ପଞ୍ଚମୀ ମଙ୍ଗଳବାର ଦିନ ପଡୁଥିବା ଯୋଗୁଁ ମଙ୍ଗଳମୟ ସାଧିତ ହେବ । ବସନ୍ତ ପଞ୍ଚମୀ ବା ଶ୍ରୀ ପଞ୍ଚମୀ ଅତ୍ୟନ୍ତ ଶୁଭମୟ ଦିନ ହୋଇଥାଏ । ଏହି ଦିନ ସମସ୍ତ ଶୁଭ କାର୍ଯ୍ୟ ର ଆରମ୍ଭ କରାଯାଇଥାଏ । ବିବାହ, ନିର୍ବନ୍ଧ, ନୂଆ ବ୍ୟାପାର, ଗୃହ ପ୍ରବେଶ ଭଳି ଶୁଭ କାର୍ଯ୍ୟ ଏହି ଦିନ ଆରମ୍ଭ ହୋଇଥାଏ । ଏହି ଦିନ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ କୌଣସି ପାଞ୍ଜିକୁ ମଧ୍ୟ ଦେଖିବାକୁ ଆବଶ୍ୟକତା ପଡ଼ିବ ନାହିଁ ।

ବସନ୍ତ ପଞ୍ଚମୀ ବସନ୍ତ ଋତୁ ରେ ପଡ଼ିଥାଏ । ଏହି ଦିନ ଦେବୀ ସରସ୍ୱତୀ ଙ୍କ ଆରାଧନା କରିବା ଦ୍ୱାରା ବିଦ୍ୟାର୍ଥୀ ମାନେ ଶିକ୍ଷା କ୍ଷେତ୍ରରେ ଅଗ୍ରସର ହୋଇଥାନ୍ତି, ବାଣୀରେ ମଧୁରତା ଆଣିବା ନିମନ୍ତେ ଦେବୀ ସରସ୍ୱତୀ ଙ୍କ ଆରାଧନା ନିଶ୍ଚିତ ଭାବରେ କରିବା ଉଚିତ । ଏହି ଦିନ ଦେବୀ ସରସ୍ୱତୀ ଙ୍କ ଆରାଧନା କରିବା ଦ୍ୱାରା ଘରେ ଥିବା ସମସ୍ତ ଅସୁବିଧା ର ସମାପ୍ତି ଘଟିଥାଏ ଏବଂ ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ । ଦେବୀ ସରସ୍ୱତୀ ଙ୍କୁ ଆରାଧନା କରିଲେ ମନ୍ଦ ବୁଦ୍ଧି ମଧ୍ୟ ବିଦ୍ୟମାନ ସାବ୍ୟସ୍ତ ହୋଇଥାଏ । ତେଣୁ ଏହି ଶୁଭ ଦିନରେ ଦେବୀ ସରସ୍ୱତୀ ଙ୍କ ପୂଜା ଆରାଧନା ନିଶ୍ଚିତ ଭାବରେ କରନ୍ତୁ ।

ଦେବୀ ସରସ୍ୱତୀ ଙ୍କ ପୂଜାର୍ଚ୍ଚନା ରେ ମୟୁର ପରକୁ ଅବଶ୍ୟ ମିଶାନ୍ତୁ । ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ମୟୁର ପର କୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରା ଯାଇଥାଏ । ମୟୁର ପରରେ ସମସ୍ତ ଦେବୀ ଦେବତା ଓ ନବଗ୍ରହ ମାନେ ମଧ୍ୟ ବାସ କରିଥାନ୍ତି । ମୟୁର ପର ଜୀବନରେ ଥିବା ଦୁର୍ଭାଗ୍ୟ କୁ ଦୁର କରିଥାଏ । ବସନ୍ତ ପଞ୍ଚମୀ ଦିନ ରେ ମୟୁର ପର ର ବିଶେଷ ମହତ୍ତ୍ୱ ରହିଛି । କାରଣ ଏହି ଦିନ ସର୍ବ ପ୍ରଥମେ ଶ୍ରୀକୃଷ୍ଣ ମୟୁର ପରରେ ଦେବୀ ସରସ୍ୱତୀ ଙ୍କୁ ପୂଜାର୍ଚ୍ଚନା କରିଥିଲେ । ସେହି ଦିନ ଠାରୁ ବସନ୍ତ ପଞ୍ଚମୀ ବା ଶ୍ରୀ ପଞ୍ଚମୀ ରେ ମୟୁର ପର ର ଅତ୍ୟନ୍ତ ମହତ୍ତ୍ୱ ରହିଛି ।

ବସନ୍ତ ପଞ୍ଚମୀ ଦିନ ଆପଣ ପ୍ରାତଃ କାଳରୁ ନିଜର ନିତ୍ୟକର୍ମ ସାରି ସ୍ନାନ କରି ଶୁଦ୍ଧ ହେବା ପରେ ନିଜର ପୂଜା ଘରେ ପ୍ରବେଶ କରନ୍ତୁ । ଆପଣଙ୍କ ପୂଜା ଘରେ ଥିବା ଦେବୀ ସରସ୍ୱତୀ ଙ୍କ ମୂର୍ତ୍ତି କୁ ସ୍ନାନ କରାଇ ଧଳା ବସ୍ତ୍ର ପିନ୍ଧାଇ ଦେବେ । ଏହାପରେ ଦେବୀ ସରସ୍ୱତୀ ଙ୍କ ମୂର୍ତ୍ତି ନିକଟରେ ଦୁଇଟି ସୁଗନ୍ଧିତ ପୁଷ୍ପ ଅର୍ପଣ କରିବେ । ଏହା ସହିତ ଧଳା ବା ହଳଦିଆ ପୁଷ୍ପ ମଧ୍ୟ ଅର୍ପଣ କରିବେ । ଦେବୀ ସରସ୍ୱତୀ ଙ୍କ ନିକଟରେ ହଳଦିଆ ଭୋଗ ଅର୍ପଣ କରନ୍ତୁ । ଦେବୀ ସରସ୍ୱତୀ ଙ୍କୁ ହଳଦୀ ଅର୍ପଣ କରନ୍ତୁ । ଏହି ଦିନ ଓଁ ସରସ୍ୱତୀ ନମଃ ମନ୍ତ୍ର କୁ ଏକ ମାଳା ଜପ କରନ୍ତୁ ।


ଦେବୀ ସରସ୍ୱତୀ ଙ୍କୁ ପୂଜା କରିବା ସମୟରେ ମୟୁର ପରକୁ ମଧ୍ୟ ପୂଜାରେ ସାମିଲ କରନ୍ତୁ । ଏହି ମୟୁର ପରକୁ ନିଜ ପୁସ୍ତକ ବା ଘରର ଶୁଦ୍ଧ ଓ ଶୁଭ ସ୍ଥାନରେ ରଖି ଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ । ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ ଏବଂ ଏହା ସହିତ ବିଦ୍ୟାର୍ଥୀ ମାନେ ନିଜ ପୁସ୍ତକ ରେ ମୟୁର ପର ରଖିବା ଦ୍ଵାରା ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *