କେବଳ ଏହି 3 ଟି ଡାଲି ଖାଆନ୍ତୁ, କମଜୋରି, ଥକାପଣ, କ୍ୟାଲସିୟମ ଓ ରକ୍ତ ଅଭାବ Joint pain/knee pain, 100 ବର୍ଷ ପର୍ଯ୍ୟନ୍ତ ହେବାକୁ ଦେବ ନାହିଁ- Health Tips

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଆମର ଆୟୁର୍ବେଦିକ ଗ୍ରନ୍ଥ ଅଷ୍ଟାଙ୍ଗରିଦମ ମାଧ୍ୟମରେ ଏମିତି ତିନୋଟି ଡାଲି ବିଷୟରେ ଜଣାଇବୁ ଯାହାକୁ ଆପଣ ଖାଇବା ଦ୍ବାରା ଆପଣଙ୍କ ର ଅନେକ ପ୍ରକାର ରୋଗ ଭଲ ହୋଇଯାଇଥାଏ । ଆଜି ଆମେ ସେହି ଡାଲି ବିଷୟରେ ଜାଣିବା କାରଣ ତାହାକୁ ଆମେ କେତେ ପରିମାଣରେ ଏବଂ କେମିତି ଖାଇବା ଦରକାର ତାହା ଜାଣିବା ନିହାତି ଆବଶ୍ୟକ । ଅଧିକ ଖାଇବା ଦ୍ବାରା ମଧ୍ୟ ଏହା ଆମ ସ୍ୱାସ୍ଥ୍ୟ ପାଇଁ ଠିକ ହୋଇନଥାଏ ।

କୋଳଥ ଡାଲି । ଏହା ଆମ ଦୁନିଆ ର ସବୁଠାରୁ ଅଧିକ ପୌଷ୍ଟିକର ଏବଂ ପ୍ରୋଟିନ ଥିବା ଡାଲି । ଏହିଥିରେ ପ୍ରଚୁର ପରିମାଣରେ ଭିଟାମିନ ଭରି ରହିଥାଏ । ଏହା ଫାଇଦା ହେଉଛି ଏହା ଆପଣଙ୍କ ଗୋଡ଼ ପାଇଁ ବହୁତ ହିଁ ଭଲ ହୋଇଥାଏ । ତେଣୁ ଯେଉଁ ଲୋକମାନେ ଥଣ୍ଡା ଜାଗାରେ ରହୁଛନ୍ତି କିମ୍ବା ପାହାଡିଆ ଜାଗାକୁ ସକାଳୁ କାମ କରିବାକୁ ଯାଉଛନ୍ତି ସେମାନେ ଏହି ଡାଲି କୁ ନିଶ୍ଚିତ ଭାବରେ ଖାଇବା ଉଚିତ । ଏହା ଶରୀର କୁ ପ୍ରଚୁର ପରିମାଣରେ ଶକ୍ତି ପ୍ରଦାନ କରିଥାଏ । ଏହା ଆଖିର ଆଲୁଅ ପାଇଁ ବହୁତ ଭଲ ହୋଇଥାଏ ।

ଏହା ଚୁଟି ପାଇଁ ମଧ୍ୟ ବହୁତ ଉପକାରୀ ହୋଇଥାଏ । କାରଣ ଏଥିରେ ପ୍ରୋଟିନ ର ମାତ୍ରା ବହୁତ ଅଧିକ ଥାଏ । କ୍ୟାଲସିୟମ ର ଅଭାବ ଏବଂ ରକ୍ତ ର ଅଭାବ ଥିଲେ ଆପଣ ଏହାକୁ ନିଶ୍ଚିତ ଖାଆନ୍ତୁ ଏମିତି ଡାଲି ଆପଣଙ୍କୁ ଆଉ ପୁରା ଦୁନିଆ ରେ ମିଳି ପାରିବ ନାହିଁ । ଏହାକୁ ଆପଣ କଣ କରିବେ ନା ରାତିରେ ଦୁଇ ତିନି ଚାମଚ ଡାଲି ନେଇ ପାଣି ରେ ବତୁରେଇ ଦେବେ ଏବଂ ସକାଳୁ ଏହାକୁ ଚୋବାଇ ଚୋବାଇ ଖାଇବେ । ଏହାଠାରୁ ଅଧିକ ଆପଣ ଖାଇବେ ନାହିଁ ନ ହେଲେ ଏହା ଆପଣଙ୍କ ଶରୀର ପାଇଁ ଖରାପ ହୋଇପାରେ ।

ସବୁଜ ମୁଗ ଡାଲି । ଆପଣମାନଙ୍କ ମଧ୍ୟରୁ ବହୁତ ଲୋକ ଏହାକୁ ଜାଣିଥିବେ । ଯେଉଁମାନେ ଯୋଗ କରନ୍ତି ସକାଳୁ ଏହାକୁ ଖାଇଥାନ୍ତି । କିନ୍ତୁ ଏହାର ଉପକାର ବିଷୟରେ କେହି ଜାଣି ନ ଥାନ୍ତି । ଯଦି ଆପଣଙ୍କୁ ପ୍ରୋଟିନ ର ଆବଶ୍ୟକତା ରହିଛି ତେବେ ଆପଣ ଏହାକୁ ପାଣିରେ ଭିଜାଇ ତାକୁ ଅଙ୍କୁରିତ କରି ଖାଆନ୍ତୁ ।

ଏହାକୁ ଆପଣ ରୋଷେଇ କରି ଖାଇବା ଦ୍ବାରା ତାର ପ୍ରୋଟିନ ର ମାତ୍ରା କମି ଯାଇଥାଏ । ଆପଣ ଏହାକୁ ଯଦି ପ୍ରାକୃତିକ ଭାବରେ ଖାଇବେ ତେବେ ଆପଣଙ୍କ ର ଅନେକ ପ୍ରକାର ଫାଇଦା ହୋଇଥାଏ । ଏହା ଆପଣଙ୍କ ଆଣ୍ଠୁଗଣ୍ଠି ଦରଜ , ରକ୍ତ ସମସ୍ୟା ଆଦି ବିଭିନ୍ନ ପ୍ରକାର ରୋଗ କୁ ଭଲ କରିଥାଏ । ଆପଣ ଏହାକୁ ସୁପ କରି ମଧ୍ୟ ପିଇ ପାରିବେ ।

ବୁଟ ଯାହାକୁ ଆମେ କଳା ବୁଟ ଡାଲି ବୋଲି କହିଥାଉ । ଏହା ଆମର ଶରୀର ପାଇଁ ବହୁତ ହିଁ ଭଲ ହୋଇଥାଏ । ଯଦି ଆପଣଙ୍କ ର ଥଣ୍ଡା , କାଶ , ଆଦି ହେଉଥାଏ ତେବେ ଆପଣ ଏହାକୁ ସିଝାଇ ଖାଇବା ଦ୍ବାରା ଆପଣଙ୍କୁ ଆରାମ ମିଳିଥାଏ ।

ଏହାଛଡା ଏହା ଆମ ଶରୀର କୁ ବହୁତ ଶକ୍ତି ମଧ୍ୟ ପ୍ରଦାନ କରିଥାଏ । ଆପଣ ଏହାକୁ ସିଝାଇ କିମ୍ବା ଭିଜାଇ ଖାଅଇପାରିବେ । ଏହା ଖାଇବା ଦ୍ବାରା ଆମର ଅନେକ ପ୍ରକାର ରୋଗ ଭଲ ହୋଇଯାଇଥାଏ । ଏହା ରକ୍ତ ସମସ୍ୟା , ଆଣ୍ଠୁଗଣ୍ଠି ଦରଜ ଆଦି ସବୁକୁ ନିୟନ୍ତ୍ରଣ କରିଥାଏ । ତେଣୁ ଆପଣ ଏହି ସବୁ କୁ ସଠିକ ମାତ୍ରା ରେ ଏବଂ ସଠିକ ସମୟରେ ଖାଇବା ଉଚିତ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *