ସାଙ୍ଗମାନେ ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଜୀବନରେ ଟଙ୍କା ପଇସା ଯେତିକି ଜରୁରୀ ଭଲ ସ୍ୱାସ୍ଥ୍ୟ ତା ଠାରୁ ଅଧିକ ଜରୁରୀ ଅଟେ, ଆଉ ଗୋଟିଏ ଭଲ ସ୍ୱାସ୍ଥ୍ୟ ପାଇଁ ହସିବା କେତେ ଜରୁରୀ ଆପଣମାନେ ତ ଜାଣିଥିବେ । କିନ୍ତୁ ଆଜି କାଲିର ଦୁନିଆରେ ଲୋକ ପଇସା ଅଧିକ କମାଇବା ଚକରରେ ନିଜକୁ ସମୟ ଦେଇ ପାରୁ ନାହାଁନ୍ତି ଓ ତାଙ୍କ ଜୀବନରୁ ଯେମିତି ହସ ଖୁସି ଗାଯାବ ହିଁ ହେଇ ଯାଇଛି ଓ ସେମାନେ ମାନସିକ ଚିନ୍ତାରେ ରହିଥାନ୍ତି । ତେଣୁ ଆଜି ଆମେ ଆପଣଙ୍କ ପାଇଁ ଆଜି ଏମିତି କିଛି ଜୋକ୍ସ ଆଣିଛୁ ଯାହାକୁ ପଢିଲେ ଆପଣ ଖୁବ ହସିବେ ।
Jokes-1
ବାନ୍ତା- ପ୍ଲାଷ୍ଟିକ ସର୍ଜରୀ ରେ କେତେ ଟଙ୍କା ଖର୍ଚ୍ଚ ହେବ ?
ଡାକ୍ତର- 50 ହଜାର
ବାନ୍ତା- ଯଦି ପ୍ଲାଷ୍ଟିକ ମୁଁ ଦେଇ ଦେବି ତ ?
ଡାକ୍ତର(ରାଗି ଯାଇ)- ସାଲା ତରଳେଇ ଚିପକେଇ ବି ଦବୁ
Jokes-2
ଦୁଇଟି ଝିଅ ନିଜ ଭିତରେ କଥା ହେଉଥିଲେ
ପ୍ରଥମ ଝିଅ- ଆଜି ପର ଠାରୁ କୌଣସି ପୁଅ ଉପରେ ବିଶ୍ଵାସ କରିବିନି
ସବୁ ମିଛୁଆ ଧୋକେବାଜ ଓ କମିନା
ଦ୍ଵିତୀୟ ଝିଅ- କାହିଁକି କଣ ହେଲା ? ତୋ ବୟଫ୍ରେଣ୍ଡ ତତେ କିଛି କହିଲା କି ?
ପ୍ରଥମ ଝିଅ- ନାଁ ନେ ନା…ସେ ମିଛୁଆ ଧୋକେବାଜ ର
ମୁଁ ଆଜି ପର ଠାରୁ ତା’ ମୁହଁ ବି ଦେଖିବିନି !
ଦ୍ଵିତୀୟ ଝିଅ ଆଶ୍ଚର୍ଯ୍ୟ ହେଇ କହିଲା – କାହିଁକି, ଏମିତି କଣ ହେଲା କି ?
କଣ ତୁ ତାକୁ ଆଉ କଉ ଝିଅ ସହିତ ଧରିଲୁ ?
ପ୍ରଥମ ଝିଅ- ଆରେ ନା, ସେ ମତେ ମୋର ଆଉ ଗୋଟିଏ ବୟ ଫ୍ରେଣ୍ଡ ସହିତ ଦେଖି ନେଲା,
ଯେତେବେଳେ କି ସେ ମତେ କାଲୀ କହିଥିଲା କି ସେ କିଛି ଦିନ ପାଇଁ ସହର ବାହାରକୁ ଯାଉଛି ….!!!
Jokes-3
ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଜବରଦସ୍ତ ଲଢେଇ ହେଲା
ଏତେ ଭୟଙ୍କର ଝଗଡା ହେଲା କି ସ୍ଵାମୀ ମରିବା ଧମକ ବି ଦେଲା
ଓ ଟୁଲ ଉପରେ ଚଢି ପଙ୍ଖାରେ ଦଉଡି ଦବାକୁ ଚେଷ୍ଟା କଲା
ସ୍ତ୍ରୀ(ଏକଦମ ରିଲାକ୍ସ ହେଇ)- ଯାହା କରିବାକୁ ଚାହୁଁଥିଲ କଣ ହେଇଗଲା,
ଟିକେ ଜଲ୍ଦି କର, ଡେରି କର ନାହିଁ, ମୋର ଟୁଲ ଟା ଦରକାର ….!!!
Jokes-4
ପୁଅ- ଯଦି ମୁଁ ତୁମକୁ ମୋ ସିଟ ଦେବି
ତ କଣ ତୁମେ ଭାବିବ ନାହିଁ କି ମୁଁ ତୁମକୁ
Impress କରୁଛି ବୋଲି
ଝିଅ- ନା, ବିଲକୁଲ ନୁହେଁ…
ପୁଅ- ତେବେ ଥାଉ…
ସିଟ ଦେଇ କି ଫାଇଦା …!!!
Jokes-5
ପପୁ ଚିନ୍ତାରେ ବସିଥିଲା….
ସେତିକିବେଳେ ଗପୁ ପଚାରିଲା- କଣ ହେଲା ଭାଇ ?
ପପୁ- ୟାର, ଜଣା ନାହିଁ ସେମାନେ କେମିତି ଲୋକ ଅଟନ୍ତି,
ଯାହାଙ୍କ ସ୍ଵପ୍ନରେ ରାଜକୁମାରୀ ବା ସୁନ୍ଦରୀ ମାନେ ଆସନ୍ତି
ମୋ ସ୍ଵପ୍ନରେ ତ ମୁଁ କେବେ ମରିଯାଏ
ତ କେତେବେଳେ ଘାଇରେ ଗଳି ପଡେ
ତ ଆଉ କେତେବେଳେ ମତେ ଭୁତ ଉଠେଇ ନେଇଯାଏ ….!!!
Jokes-6
କାଲି ମୁଁ ହୋଟେଲ କୁ ଖାଇବାକୁ ଗଲି ତ ଦେଖିଲି କି ସବୁ ସିଟ ରେ କପଲ ବସିଥିଲେ !
ବସିବା ପାଇଁ ଜାଗା ହିଁ ନଥିଲା !
ମୁଁ ପକେଟ ରୁ ଫୋନ କାଢିଲି ଓ ଜୋରରେ କହିଲି,
“ତୋ ଗର୍ଲଫ୍ରେଣ୍ଡ ଏଠି ଆଉ ଜଣଙ୍କ ସହ ବସିଛି, ତୁ ଜଲ୍ଦି ଆସ ସାଙ୍ଗ !”
ଦେଖୁ ଦେଖୁ 7 ଜଣ ଝିଅ ଗାୟବ ହେଇଗଲେ
ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ