Breaking News: କାଲି ଗଡିବନି ଗାଡି ! ଚିନ୍ତାରେ ଲୋକେ….ଜାଣନ୍ତୁ ପୁରା ଖବର

ନମସ୍କାର ବନ୍ଧୁଗଣ । ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ ଡାକରା । କେଉଁ ଗାଡି ଚାଲିବ କେଉଁଟା ବନ୍ଦ ରହିବ ? ସଂଘ କହିଲା ହଳଦିଆ ନମ୍ବର ପ୍ଳେଟ ଥିବା ଗାଡି ଚାଲିବନି ଚିନ୍ତାରେ ଯାତ୍ରୀ । ତେବେ ସ୍ଵାଭାବିକ ଭାବରେ ଚାଲିବ ଘରୋଇ ବସ । ଘରୋଇ ବସ ମାଲିକ ସଂଘ କହିଲା ଡ୍ରାଇଭରଙ୍କୁ ଦେଉଛି ଅଧିକ ସୁବିଧା । ବିଭିନ୍ନ ଦାବି ନେଇ ଷ୍ଟିୟଋଂ ଛାଡ ଡାକରା ଦେଇଛି ଓଡିଶା ଡ୍ରାଇଭର ସଂହାର ମିଳିତ ମଞ୍ଚ ।

10 ଦଫା ଦାବି ନେଇ ଏହି ବନ୍ଦ ଡାକରା ଦେଇଛି ସଂଘ । ଓଡିଆ ମୋଟର ଚାଳକ ସଂଘ, ପରିବହନ ସଂଘ, ଡ୍ରାଇଭର ମହାସଙ୍ଘ ଏହି ବନ୍ଦ ଡାକରା ଦେଇଛନ୍ତି । ହଳଦିଆ ନମ୍ବର ପ୍ଳେଟ ଥିବା ସବୁ ଗାଡି ବନ୍ଦ କରିବାକୁ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟର ସବୁ ବ୍ଲକ ଓ ସଦର ମୋହକମାରେ ଆନ୍ଦୋଳନ କରିବ ମିଳିତ ମଞ୍ଚ । ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନକୁ ଓଲହାଇବାକୁ ସଂଘ କହିଛି ।

ତେବେ ଏହାକୁ ନେଇ ଦ୍ଵନ୍ଦରେ ପଡିଛନ୍ତି ଯାତ୍ରୀ । କେଉଁ ଗାଡି ଚାଲି ଆଉ କେଉଁଟା ଚାଲିବ ନାହି ତାହା ସ୍ପଷ୍ଟ ନ ହେବାରୁ ଅଡୁଆ ସୃଷ୍ଟି ହୋଇଛି । ସେପଟେ ଡ୍ରାଇଭର ଙ୍କ ଆନ୍ଦୋଳନ ସତ୍ବେ ସ୍ଵାଭାବିକ ଚାଲିବ ଘରୋଇ ବସ । ଏ ନେଇ ସୂଚନା ଦେଇଛି ଅଲ ଓଡିଶା ଘରୋଇ ମାଲିକ ସଂଘ । ଡ୍ରାଇଭର ମହା ସଂଘ ଆନ୍ଦୋଳନ ବେଳେ କୌଣସି ପ୍ରକାରର ଅପ୍ରିତିକାର ସ୍ଥିତି ପାଇଁ ପୋଲି ଡିଜି ଓ ଏଡିଯି କୁ ଭେଟିଛି ସଂଘ ।

ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ବସ ମାଲିକ ସଂଘ କୁ ପୋଲିସ ଡିଜି ପ୍ରତିଶ୍ରୁତି ଦେବା ପରେ ବସ ଚଳାଚଳ କରିବାକୁ କହିଛି ସଂଘ । ଆମ ପାଖରେ ଯେଉଁ କର୍ମଚାରୀ ଅଛନ୍ତି ସେମାନେ ଡ୍ରାଇଭର ସଂଘରେ ସାମିଲ ନାହାନ୍ତି । ଡ୍ରାଇଭର ସଂଘ ରେ ଯେଉଁ ଦାବି କରିଛି ତାହା ଠାରୁ ଅଧିକ ସୁବିଧା ଆମେ ଆମ କର୍ମଚାରୀ ଙ୍କୁ ଯୋଗାଇ ଦେଉଛୁ ବୋଲି କହିଛି ସଂଘ ।

ଡ୍ରାଇଭର ସଂଘ ପୂର୍ବରୁ କରିଥିବା ଧର୍ମଘଟ ରେ ବସ କୁ ସାମିଲ କରି ନ ଥିଲା । ଦାବି ପୂରଣ ନ ହେଲେ ଅତିଷ୍ଠ କାଳ ଯାଏଁ ଷ୍ଟିୟରିଂ ଛାଡ ଆନ୍ଦୋଳନ କରାଯିବ ବୋଲି ପୂର୍ବରୁ ଡ୍ରାଇଭର ଏକଟା ମଞ୍ଚ ପକ୍ଷ ରୁ ଘୋଷଣା କରା ଯାଇଥିଲା । ତେବେ ଯାତ୍ରୀ ଙ୍କ ସୁବିଧା ପାଇଁ ସରକାର କିଛି ବିକଳ୍ପ ବ୍ୟବସ୍ଥା କରିବା ସହ ଏଥିରେ ସ୍ପଷ୍ଟତା ଆଣିବା ଉଚିତ ।

ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *