ଓଡିଆ ହୀରୋଙ୍କୁ ରିଜେକ୍ଟ କରିବା ପଡିଲା ମହଙ୍ଗା ! ସୁଟିଂ ସେଟରେ ହଙ୍ଗାମା… ହଟହଟା ହେଲେ ବଲିଉଡ ଅଭିନେତ୍ରୀ

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସୁଧା ଏକ ବଡ ଖବର ରହିଛି । ସୁଟିଂ ସେଟରେ ସାଇନ କାରାଯାଇଥିବା ହିରୋଙ୍କୁ ଖରାପ ବ୍ୟବହାର ଦେଖା ଯାଇ ତାଙ୍କୁ ସୁଟିଂରୁ ବାହାର କରାଗଲା । ଜଣେ କଳାକାର ତଥା ହିରୋଙ୍କ ପ୍ରତି ଏଭଳି କରାଯିବାର ପ୍ରତିରୋଧ କରିଥିଲେ ହିରୋ ଜଣଙ୍କ ଆଉ ଯେଉଁଥି ପାଇଁ ଆରମ୍ଭ ହୋଇଯାଇଥିଲା ହଙ୍ଗମା ଜଏଦେବ ବାଟିକାରେ ହଙ୍ଗାମା ଏତେ ଥିଲା କି ପୋଲିସ ଆସିବା ପରେ ଯାଇ ଥମିଥିଳା ସବୁକିଛି ।

ତେବେ କଣ ପାଇଁ ଏତେ ବଡ ଏକ ଘଟଣା ଘଟିଲା ସୁଟିଂ ସେଟରେ ଯାହାକି ଆଗରୁ କେବେ ହୋଇନାହିଁ ତାହା ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ଜାଣିବା । ସୂଚନା ଅନୁଯାୟୀ ହିରୋ ହିତେଶଙ୍କୁ 15 ଦିନ ପୂର୍ବରୁ ଏକ ଆଲବମ ସୁଟିଂ ପାଇଁ ସାଇନ କରାଯାଇଥିଲା । ସବୁ କିଛି ରେଡି ମଧ୍ୟ ହୋଇସାରିଥିଲା ଆଉ ଆଜି ଥିଲା ସୁଟିଂ । କିନ୍ତୁ ଆଜି ହୋଇଥାନ୍ତା ସୁଟିଂ ।

ହିରୋ ଯେତେବେଳେ ତାଙ୍କ ସୁଟିଂ ପାଇଁ କେତେ କଣ ପଇସା ଦେବେ ପ୍ରଡ୍ୟୁସର ଏବଂ କଣ ରହିବ ତାଙ୍କ ଡ୍ରେସ ଏହିସବୁ ପଚାରିଥିଲେ । ତାଙ୍କୁ କୁହାଗଲା ପଇସା କଣ କରିବ ମାଗେଣା କାମ କର । ନଚେତ ନିଜେ ପଇସା ଦେଇ କାମ କର ।  ଏହା ବଲିଉଡ ଅଣ୍ଡର କମ୍ପାନୀରେ କାମ ଚାଲିଛି ତମ ଭାଗ୍ୟ ପଇସା କଣ ମାଗୁଛ ।

ତେବେ ଏହି ଆଲବମଟି ବଲିଉଡର ଏକ ପ୍ରଡ଼କସନ ହାଉସ ତରଫରୁ କରାଯାଉଥିଲା । ଏଥିରେ ବଲିଉଡର ହିରୋଇନ ଥିଲେ ଆକାଂକ୍ଷା ସର୍ମା । ତେବେ ଆଜି ଭୋର ସମୟରେ ଭୁବନେଶ୍ଵର ଜୟଦେବ ବାଟିକାରେ ସୁଟିଙ୍ଗ ଥିବା ବେଳେ ଯେତେବେଳେ ହିରୋ ହିତେଶ ଆସି ପହଞ୍ଚି ଥିଲେ ସେତେବେଳକୁ ସୁଟିଂ ଚାଲିଥିଲା ।

ଆଉ ହିତେଶଙ୍କୁ ପ୍ରଡ୍ୟୁସର ଦେଖି କହିଥିଲେ ହୁ ଆର ୟୁ । ତମର ଏଥିରେ ହିରୋ ହୋଇପାରିବନି ଯାଅ ଏଭଳି କଥାବାର୍ତ୍ତା କରି ହିତେଶଙ୍କୁ ଦୁର୍ବ୍ୟବହାର ଦେଖାଇବା ଆରମ୍ଭ କରିଦେଲେ । ତେଣୁ ହିତେଶ ମଧ୍ୟ ହଙ୍ଗାମା କରିବାକୁ ଲାଗିଲେ ଏହାପରେ ସୁଟିଂ ବନ୍ଦ ହୋଇଥିଲା ଆଉ ଖବର ପାଇ ସେଠାରେ ଖଣ୍ଡଗିରି ପୋଲିସ ଆସି ପହଞ୍ଚିଥିଲା ।

ଏହାପରେ ସ୍ଥିତି ଠିକ ହୋଇଥିଲା । ହିତେଶଙ୍କ କହିବା ଅନୁଯାୟୀ ଏଭଳି ଓଡିଆ କଳାକାରଙ୍କୁ ଅସମ୍ମାନିତ କରିବାର ଜବାବ ସେ ମାଗିଥିଲେ ଆଉ ଯେଉଁଥିପାଇଁ ଆଲବମର ଡାଇରେକ୍ଟର ଏବଂ ପ୍ରଡୁସର ତାମସା କରିବା ଆରମ୍ଭ କରିଦେଇଥିଲେ । ଏହା ସମ୍ପର୍କରେ ଆପଣଙ୍କର ମତାମତ କମେଣ୍ଟ ମଧ୍ୟମରରେ ନିହାତି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *