କି ବିଚିତ୍ର ଘଟଣା ! କଳସ ବୁଡ ପକାଇବା ମାତ୍ରେ ଲାଗୁଛି କାଳିସୀ, ଅଣାୟତ୍ତ ହେଉଛନ୍ତି ଭକ୍ତ, ବିଶ୍ଵାସ ହେଉନଥିଲେ ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ନିଶ୍ଚିତ ଜାଣିଥିବେ କି କାଳୀସି ଓଡ଼ିଶାରେ ପ୍ରଚଳିତ ଏକ ପୁରାତନ ତନ୍ତ୍ରସାଧନ ପ୍ରଥା । ଏହା ଏକ ପ୍ରକାର ମାତୃଶକ୍ତିର ଧାରକ ଓ ଗ୍ରାମ ଦେବତୀଙ୍କ ଅବତାର ଭାବରେ ଜଣେ ଜୀବନ୍ତ ବ୍ୟକ୍ତିର ଶରୀର ଦେଇ ପ୍ରକଟିତ ହୋଇଥାଏ ବୋଲି ଲୋକ ବିଶ୍ୱାସ । ଜଣେ ବ୍ୟକ୍ତି ଦେହରେ କାଳଶି ସବାର ହେବାକୁ କାଳଶି ଲାଗିବା କୁହା ଯାଇଥାଏ ।  ସାଧାରଣତଃ ମଙ୍ଗଳବାର ବା ଶନିବାର ଦିନ କାଳଶି ଲାଗେ ।

ଏହା ଜଣେ ମହିଳା ଦେହରେ ଲାଗେ । ଲାଗିବା ଦିନ ସକାଳେ ସେ ଗାଧୋଇ ସଫା ଲୁଗା ପିନ୍ଧି ଏକ ପଟୁଆର ସହ ଗ୍ରାମଦେବତୀ ପୀଠ ଆଡ଼କୁ ଯାଇଥାଏ ।  ହାଡ଼ିମାନେ ବାଜା ବଜାନ୍ତି ଓ କାଳଶି କେଶ ଖୋଲି ନାଚିଥାଏ । ଓଡ଼ିଶା ବାହାରେ କେରଳରେ ମଧ୍ୟ ଏହି ପ୍ରଥା ଭେଲିଚାପଡ଼ ନାମରେ ପ୍ରଚଳିତ ।

ସେଠାରେ ବାର୍ଷିକ ଭରଣୀ ଉତ୍ସବରେ କୋଡୁଙ୍ଗାଲୁର ଭଗବତୀ ମନ୍ଦିରରେ ଉଭୟ ପୁରୁଷ ଓ ମହିଳା ଖଣ୍ଡାଧାରୀ କାଳିସୀ ହୋଇ ପଟୁଆରରେ ଯାଇଥାନ୍ତି । କାଳଶି ପ୍ରଥା ଧୀରେ ଧୀରେ ଲୋପପାଇବା ସ୍ଥଳେ କଳାହାଣ୍ଡି ଓ ଅନ୍ୟ କେତେକ ଜାଗାରେ ଅନ୍ଧବିଶ୍ୱାସ ହେତୁ ରୋଗରୁ ମୁକୁଳିବା ପାଇଁ କାଳଶି ପୂଜାପାଇବା ଦେଖାଯାଏ ।

ତେବେ ସେହିପରି ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳୁଛି କି ମାନସିକ ଧାରୀ ଲୋକମାନେ ନିଜ କଳସ ବୁଡ଼ ପକାଇବା ପାଇଁ ପାଣିରେ ବୁଡି ଉଠିବା ସମୟରେ ସେମାନଙ୍କ ଦେହରେ କାଳସି ଲାଗୁଛି ଏବଂ ସେମାନେ ଅନାୟତ ହୋଇ ପଡୁଛନ୍ତି । ତେବେ ଏହି ଘଟଣା ଟି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଧାର ଚାମ ସୁନ୍ଦରପୁର ଗାଁ ର ତେବେ ସେହି ଗାଁ କୁ ଲାଗି ଶୁକଲେଶ୍ଵର ଗାଁ ଯେଉଁଠି ପଞ୍ଚସଖା ଅଚ୍ୟୁତାନନ୍ଦ ଙ୍କ ର ଆଶ୍ରମ ରହିଛି ।

ତେବେ ସେହି ଠାରେ ନାମ ଯଜ୍ଞ ହୁଏ ଏବଂ ମାନସିକ ଧାରୀ କଳସ ଯାତ୍ରା କରନ୍ତି ଏହି କଳସ ଯାତ୍ରା କୁ ଦେଖୁବା ପାଇଁ ବହୁତ ଲୋକ ଆସନ୍ତି । ତେବେ ଏହି ଯାତ୍ରା ରେ ବୁଡ଼ ପକାଇବା ସମୟରେ ଦେହ କୁ ଆସନ୍ତି କାଳସୀ । ତେବେ ଏହାକୁ ଦେଖି କିଛି ଲୋକ ଅନ୍ଧବିଶ୍ୱାସ ବୋଲି ମଧ୍ୟ କହି ପାରନ୍ତି । ତେବେ କିଛି ଲୋକ ଏହାକୁ ଗ୍ରହଣ ମଧ୍ୟ ନ କରି ପାରନ୍ତି । ତେବେ କିନ୍ତୁ ଏହି ପରମ୍ପରା କାହିଁ କେଉଁ କାଳ ରୁ ହୋଇ ଆସୁଛି । ଏବଂ ଏହା ଉପରେ ଲୋକ ମାନଙ୍କ ର ବିଶ୍ୱାସ ମଧ୍ୟ ରହିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *