ପାକିସ୍ତାନରେ Fuel Price ମାତ୍ର 63 ଟଙ୍କା ଥିଲାବେଳେ ଭାରତରେ 115 କାହିଁକି ? କଣ ପାଇଁ ବଢୁଛି Fuel Price, ଏହା ସହିତ ଜାଣନ୍ତୁ ଅନ୍ୟ ପଡୋଶୀ ଦେଶରେ କେତେ ରହିଛି Fuel Price ? 

ବନ୍ଧୁଗଣ ଏବେ ପେଟ୍ରୋଲ ଦର ଲୋକ ମାନଙ୍କ ଚିନ୍ତା ବଢାଇବାରେ ଲାଗିଛି । ହୁ ହୁ କରି ବଢି ଚାଲିଛି ଏବେ ପେଟ୍ରୋଲ ଦର । ସକାଳ ହେଲା ମାନେ ନୂଆ ଦର ଲାଗୁଛନ୍ତି ପେଟ୍ରୋଲ କମ୍ପାନୀ । ଆଉ ଏହାରି ମଧ୍ୟରେ ଅନ୍ୟ ଦେଶ ଗୁଡିକରେ କେତେ ରହିଛି ତୈଳ ଦର ତାକୁ ନେଇ ସୋସିଆଲ ମିଡିଆରେ ବେସ ଚର୍ଚ୍ଚା ଚାଲିଛି । କୁହାଯାଉଛି କି ଭାରତର ପଡୋଶୀ ଦେଶରେ ଆମ ଠାରୁ ଢେର କମ ରହିଛି ପେଟ୍ରୋଲ ଓ ଡିଜେଲ ଦର ।

କେବଳ ଏତିକି ନୁହେଁ ପଡୋଶୀ ପାକିସ୍ତାନ ଦେଶରେ ମଧ୍ୟ ଆମ ଠାରୁ ବହୁତ କମ ରହିଛି ପେଟ୍ରୋଲ ଦର । ଗୋଟିଏ ପଟେ ଅଶୋଧିତ ତୈଳ ପୂର୍ବ ଅପେକ୍ଷା କମ ରହିଥିବା ବେଳେ ଗତ ୧୪ ଦିନ ରେ ପ୍ରାୟ ୧୦ ଥର ବଢିଲାଣି ତୈଳ ଦର । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କେଉଁ ଦେଶରେ କେତେ ରହିଛି ତୈଳ ଦର । ଭାରତରେ ପେଟ୍ରୋଲ ଦର ଏବେ ୧୧୫ ଟଙ୍କା ରହିଥିବା ବେଳେ ଡିଜେଲ ଦର ପାଖାପାଖି ୧୦୦ ଟଙ୍କା ରହିଛି ।

ସେହି ପରି ପାକିସ୍ତାନରେ ବର୍ତ୍ତମାନ ସମୟରେ ପେଟ୍ରୋଲ ଦର ୬୩ ଟଙ୍କା ରହିଛି । ଏମିତି କି ଘୋର ଆର୍ଥିକ ସଙ୍କଟ ଭିତରେ ମଧ୍ୟ ଶ୍ରୀଲଙ୍କାରେ ପେଟ୍ରୋଲ ଦର ୭୬ ଟଙ୍କା ରହିଛି । ବାଂଲାଦେଶରେ ୭୯ ଟଙ୍କା ରହିଥିବା ବେଳେ ଭୁଟାନରେ ୮୬ ଟଙ୍କା ରହିଛି ପେଟ୍ରୋଲ ଦର । ନେପାଳରେ ୯୭ ଟଙ୍କା ରହିଛି ପେଟ୍ରୋଲ ଦର । ତେବେ କାହିଁକି ବାରମ୍ବାର ଭାରତରେ ତୈଳ ଦର ବଢୁଛି ସେ ନେଇ  କେନ୍ଦ୍ରମନ୍ତ୍ରୀ ହର୍ଦିକ ସିଂହ ନିଜ ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି ଭାରତରେ ତୈଳ ଦର ବଢିବା ପାଇଁ କେବଳ ଆନ୍ତର୍ଜାତୀୟ ବଜାର ହିଁ ଦାୟୀ । ସେ ଯାହା ବି ହେଉ ଯଦି ଏମିତି ଭାବରେ ତୈଳ ଦର ବୃଦ୍ଧି ପାଇବ ତେବେ ମାତ୍ର ୧୦ ଦିନ ମଧ୍ୟରେ ୧୩୦ ଟଙ୍କାରେ ପହଞ୍ଚି ଯିବ ତୈଳ ଦର । ବନ୍ଧୁଗଣ କରୋନା ମହାମାରୀର ଦ୍ଵିତୀୟ ଲହର ପରଠାରୁ ଭାରତରେ ତୈଳ ଦର ବୃଦ୍ଧି ପାଇଥିଲା । ଧୀରେ ଧୀରେ ଏହା ୧୦୦ ଟଙ୍କାରେ ପହଞ୍ଚି ଥିଲା ଆଉ ଏବେ ୧୧୫ ଟଙ୍କା ହୋଇସାରିଛି ।

ସାଧାରଣ ଲୋକଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ତୈଳ ଦର । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *