କଳା ସୁତା ପିନ୍ଧିବାର ଆଶ୍ଚର୍ଯ୍ୟଜନକ ଫାଇଦା ! ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କଳା ରଙ୍ଗ ନକରାତ୍ମକ ଉର୍ଜା କୁ ନଷ୍ଟ କରିବାରେ ସହାୟକ ହୋଇଥାଏ । ତେଣୁ ଯେବେବି କୌଣସି ଘରେ ଛୁଆ ଜନ୍ମ ହୋଇଥାଏ ସେହି ଛୁଆ କୁ କଳା ଟୀକା ଲଗାଇ ଦିଆଯାଇଥାଏ । ଏହା ସହିତ କିଛି ବ୍ୟକ୍ତି ଏଭଳି ମଧ୍ୟ ଅଛନ୍ତି ଯେଉଁମାନେ ଖରାପ ନଜର ରୁ ବଂଚିବା ପାଇଁ ନିଜ ହାତ କିମ୍ବା ପାଦରେ କଳା ସୂତା ର ପରିଧାନ କରିଥାନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଏହି କଳା ସୂତା ପିନ୍ଧିବା ଦ୍ଵାରା କଣ ସବୁ ଫାଇଦା ପ୍ରାପ୍ତ ହୋଇଥାଏ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ଯଦି ଆପଣଙ୍କ ଘରେ ସର୍ବଦା କଳି, ଝଗଡ଼ା ଓ କ୍ଳେଶ ଲାଗି ରହିଥାଏ ତେବେ ଏଥିରୁ ମୁକ୍ତି ପାଇବା ନିମନ୍ତେ ଆପଣ ଶନି ମନ୍ଦିର କୁ ଯାଆନ୍ତୁ ଏବଂ ସେଠାରେ ଏକ ମିଟର ର କଳା ରଙ୍ଗର ସୁତା କୁ ନିଅନ୍ତୁ ଏବଂ ୧୦୮ ଟି ଗଣ୍ଠି କରନ୍ତୁ । ପ୍ରତ୍ୟେକ ଗଣ୍ଠି କରିବା ବେଳେ ଓଂ ସାନିଶ୍ଚରାୟ ନମଃ ମନ୍ତ୍ର ଜପ କରନ୍ତୁ । ଏହାପରେ ସେହି କଳା ରଙ୍ଗ ର ସୂତା କୁ ନେଇ ଆପଣ ନିଜ ଘର ମୁଖ୍ୟ ଦ୍ୱାର ରେ ବାନ୍ଧି ଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଘରେ କେବେବି କଳହ ସୃଷ୍ଟି ହେବ ନାହିଁ ଏବଂ ସୁଖ ସମୃଦ୍ଧି ପ୍ରତିଷ୍ଠା ହେବ ।

୨. ବନ୍ଧୁଗଣ ଦ୍ବିତୀୟତଃ, ଯଦି ଆପଣଙ୍କ ଘରେ କୌଣସି ବ୍ୟକ୍ତି ଅନେକ ଦିନ ଧରି ରୋଗ ରେ ପୀଡ଼ିତ ଅଛନ୍ତି ଏବଂ ସୁସ୍ଥ ହେଉ ନାହାନ୍ତି ତେବେ ଆପଣ ଏକ କଳା ରଙ୍ଗର ସୁତା ନେଇ ସିନ୍ଦୁର ଲଗାଇ ମନ୍ଦିର ରେ ରଖି ଦିଅନ୍ତୁ ଏବଂ ଏହା ପରଦିନ ସକାଳୁ ସ୍ୱଚ୍ଛ ହୋଇ ସେଇ ସୂତା କୁ ଆଣି ଉକ୍ତ ସଦସ୍ୟ ଙ୍କ ପାଦ ରେ ପିନ୍ଧାଇ ଦିଅନ୍ତୁ । ଏହାଦ୍ବାରା ସେ ସୁସ୍ଥ ରହିବେ ଏବଂ ତାଙ୍କ ମଧ୍ୟରେ କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରି ପାରିବ ନାହିଁ ।

୩. ବନ୍ଧୁଗଣ ତୃତୀୟତଃ, ଗର୍ଭବତୀ ମହିଳା ଙ୍କୁ ଶୀଘ୍ର ନଜର ଲାଗି ଯାଇଥାଏ । ତେବେ ଏହାର ପ୍ରତିକାର ନିମନ୍ତେ ଆପଣ ଏକ କଳା ରଙ୍ଗ ର ସୁତା ନିଅନ୍ତୁ ଏବଂ ସେହି ସୁତା କୁ ଗର୍ଭବତୀ ମହିଳା ଙ୍କ ଚାରି ପାଖରେ ବୁଲାଇ କୌଣସି ନଦୀ ରେ ପକାଇ ଦିଅନ୍ତୁ । ଏହାଦ୍ବାରା ମାଆ ଏବଂ ହେବାକୁ ଥିବା ଛୁଆ ଉଭୟ ସୁରକ୍ଷିତ ରହିବେ ।

Leave a Reply

Your email address will not be published. Required fields are marked *