କିପରି ଓ କେଉଁ ଧାତୁର କଇଁଛ ଘରେ କିମ୍ବା ଦୋକାନରେ କିପରି ରଖିଲେ ଘରେ ହୋଇଥାଏ ଧନର ବର୍ଷା- Vastu Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କଇଁଛ କୁ ଘର ଅଫିସ ଓ ଦୋକାନ ର କେଉଁ ସ୍ଥାନ, କେଉଁ ଦିଗ ଓ କିପରି ରଖିବା ଦ୍ବାରା ଘରେ ସୁଖ ସମୃଦ୍ଧି ଓ ଧନ ପାଇବା ସହିତ ରୋଗ ଓ ଋଣ ରୁ ମୁକ୍ତି ଦେଇଥାଏ ସେହି ସମ୍ବନ୍ଧରେ ଆଜି ଆମେ ଆପଣ ମାନଙ୍କୁ ବିସ୍ତାର ରୂପରେ କହିବୁ। ଧର୍ମଶାସ୍ତ ଓ ବାସ୍ତୁ ଶାସ୍ତ୍ର ରେ ଏହା ମାନ୍ୟତା ଅଛି କି କଇଁଛ କୁ ଘରେ ରଖିବା କିମ୍ବା କଇଁଛ ର ପ୍ରତିମା ଘରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଯେଉଁ ଘରେ କଇଁଛ ରହିଥାଏ ସେହି ଘରେ ସଦା ସର୍ବଦା ମାତା ଲକ୍ଷ୍ମୀ ବିରାଜମାନ ହୋଇଥାନ୍ତି।

କାରଣ ଶ୍ରୀ ବିଷ୍ଣୁ ଙ୍କ ର ଏକ ଅବତାର କଇଁଛ ଅଟେ। ଭଗବାନ ବିଷ୍ଣୁ କଇଁଛ ରୂପ ଧାରଣ କରି ସମୁଦ୍ର ମନ୍ଥନ ସମୟରେ ମନ୍ଦରା ତଳ ପର୍ବତ କୁ ନିଜ ପିଠି ରେ ଧାରଣ କରିଥିଲେ। ଶାସ୍ତ୍ର ରେ ଉଲ୍ଲେଖନୀୟ ରହିଛି ଯେ, ଯେଉଁ ଘରେ କଇଁଛ ରହିଥାଏ ସେହି ଘରେ ଶ୍ରୀବିଷ୍ଣୁ ଙ୍କ ଛଡା ମାତା ଲକ୍ଷ୍ମୀ ଙ୍କ ର ମଧ୍ୟ ବାସ ରହିଥାଏ। କଇଁଛ କିମ୍ବା କଇଁଛ ର ପ୍ରତିମା ହେଉ ତାକୁ ଗୁରୁବାର ଦିନ ଆଣି ତାକୁ ସ୍ଥାପନ କରିବା ଉଚିତ।

କୁହାଯାଏ କଇଁଛ କୁ ଖାଦ୍ୟ ଦେଇ ତାର ଯତ୍ନ ନେବା କଇଁଛ ଟି ଯେତେ ବଢିଥାଏ ସେତେ ଆମ ଦୁଖ ଓ କଷ୍ଟ ଦୂର ହୋଇଥାଏ। କିନ୍ତୁ ସମସ୍ତଙ୍କ ଘରେ କଇଁଛ କୁ ରଖି ତାର ପାଳନ କରିବା ସମ୍ଭବ ନୁହେଁ। ଏହା ପରିବର୍ତ୍ତେ କଇଁଛ ର ପ୍ରତିମା କୁ ଘରେ ଅଫିସରେ ଦୋକାନ ରେ ରଖିଲେ ଧନଲାଭ ହେବା ଏବଂ ସମସ୍ତ କଷ୍ଟ ଦୂର ହୋଇପାରିବ।ଏହି ଥିରୁ ସେତିକି ଫାଇଦା ମିଳିବ ଯେତିକି ଏକ ଅସଲି କଇଁଛ ରଖିବା ଦ୍ଵାରା ମିଳିଥାଏ।

ଆପଣ ମାନେ ପ୍ରାୟ ସ୍ଥାନରେ ଦେଖିଥିବେ ଯେ, ଦୋକାନ ଓ ଅଫିସରେ ଅଥବା ଘର ମାନଙ୍କ ରେ କଇଁଛ ର ପ୍ରତିମା ରଖାଯାଇଥାଏ। ଏହା ଖୁସି ରେ ନୁହେଁ ବରଂ ବାସ୍ତୁ ଅନୁସାରେ ରଖିଥାନ୍ତି। ଏହି କଇଁଛ ବିଭିନ୍ନ ଆକାରର ଓ ବିଭିନ୍ନ ଧାତୁ ର ହୋଇଥାଏ। ଏହା ଠିକ ସେହି ଧାତୁ ଅନୁସାରେ ସେପରି ଫଳ ଦେଇଥାନ୍ତି।

କଇଁଛ ଟି ଯେକୌଣସି ଧାତୁ ର ହୋଇଥାଉ କିନ୍ତୁ ତାକୁ ରଖିବାର ଉତ୍ତର, ପୂର୍ବ ଓ ଉତ୍ତର-ପୂର୍ବ ଦିଗ ଶ୍ରେଷ୍ଠ ହୋଇଥାଏ। ଅଫିସ ହେଉ ଦୋକାନ ହେଉ ଅବା ଘର ହେଉ। କଇଁଛ ର ମୁଖ କୁ ମଧ୍ୟ ଉତ୍ତର, ପୂର୍ବ କିମ୍ବା ଐଶାନ୍ୟ ଦିଗରେ ରଖିବା କିନ୍ତୁ ଯେଉଁ ଦିଗରେ କବାଟ କିମ୍ବା ମୁଖ୍ୟ ଦ୍ୱାର ଥିବ ତେବେ କଇଁଛ ର ମୁଖ କେବେବି ରଖିବେ ନାହିଁ। କଇଁଛ କୁ ରଖୁଥିବା ପାତ୍ର ରୁ ପ୍ରତିଦିନ ପାଣି କାଢି ନୂଆ ପାଣି ରଖିବା ଉଚିତ। ଏବଂ କଇଁଛ ଟି ଯେପରି ଅଧା ବୁଡିକି ରହିବ ସେହିପରି ପାତ୍ର ଟି ରେ ପାଣି ରଖିବା ଉଚିତ।

ଯେଉଁ ପାଣି ରେ ରଖିବେ ଗଙ୍ଗା ଜଳ ମିଶେଇ ରଖିବା ଆବଶ୍ୟକ। କିନ୍ତୁ ଯେଉଁ କଇଁଛ ଟି ଶୟନ କକ୍ଷ ରେ ରଖାଯାଏ ସେଥିରେ ପାଣି ଦେବେ ନାହିଁ। ତାକୁ ଶୁଖିଲା ରଖିବେ ଓ ପ୍ରତିଦିନ ପରିଷ୍କାର ରଖିବେ। ଏହାକୁ ପ୍ରଥମେ ଆଣିବା ପରେ ତାକୁ ଗଙ୍ଗା ଜଳରେ ଭଲ ଭାବରେ ଧୋଇ ତାକୁ ପୂଜା ଅର୍ଚ୍ଚନା କରି ବିଧି ରେ ରଖିବା ଆବଶ୍ୟକ। ବାସ୍ତୁ ଶାସ୍ତ୍ର ଅନୁସାରେ ସମସ୍ତ ପ୍ରକାରର ଧାତୁ ର କଇଁଛ ଅତ୍ୟନ୍ତ ଶୁଭ ହୋଇଥାଏ। ଓ ସମସ୍ତ ପ୍ରକାର ର କଇଁଛ ରେ ନକରାତ୍ମକ ଉର୍ଜା କୁ ନଷ୍ଟ କରି ସକରାତ୍ମକ ଉର୍ଜା କୁ ଜାଗ୍ରତ କରିବା ର କ୍ଷମତା ରହିଛି।

କଇଁଛ ଘରେ ଥିଲେ ମନ ପାଇଁ ଶାନ୍ତି ଓ ଜୀଵନ ପାଇଁ ଧନ ଆଣିଥାଏ। ଏହା ଦ୍ଵାରା ଘରେ ଅନେକ ପ୍ରକାରର ସୁବିଧା ମିଳିଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ କଇଁଛ ରଖିବା ଦ୍ୱାରା ଘରର ସମସ୍ତ ସଦସ୍ୟ ଙ୍କ ର ଆୟୁଷ ବୃଦ୍ଧି ହୋଇଥାଏ। ସେଥିପାଇଁ ଏହା ଘରେ , ଅଫିସ ଓ ଦୋକାନ ରେ ରହିବା ଉଚିତ। ଆଜିକାଲି ଅନେକ ପ୍ରକାରର ରଙ୍ଗ ର ଧାତୁ ର ଓ ଆକାରର କଇଁଛ ମିଳୁଅଛି। ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ ଧାତୁର କଇଁଛ କେଉଁ ଫଳ ଦେଇଥାଏ।

୧- ବନ୍ଧୁଗଣ ସନ୍ତାନ ପ୍ରାପ୍ତି ପାଇଁ ଏପରି କଇଁଛ ରଖିବା ଦରକାର ଯାହା ପିଠି ଉପରେ ଛୁଆ କଇଁଛ ରହିବା ଆବଶ୍ୟକ।ଯେଉଁ ଦମ୍ପତି ସନ୍ତାନ ସୁଖ ରୁ ବଞ୍ଚିତ ଅଛନ୍ତି ସେମାନେ ଏଭଳି କଇଁଛ ନିଜ ଶୟନ କକ୍ଷରେ ରଖିବା ଦ୍ୱାରା ତାଙ୍କୁ ସନ୍ତାନ ସୁଖ ପ୍ରାପ୍ତ ହୋଇଥାଏ।

୨- ଯେଉଁ ମାନଙ୍କ ଘରେ ଧନର ସମସ୍ୟା ଲାଗି ରହିଥାଏ। ସେମାନେ ଧନ ପ୍ରାପ୍ତି ପାଇଁ ଏକ କ୍ରିସ୍ତଲ ଧାତୁ ର କଇଁଛ ଓ କ୍ରିସ୍ତଲ ଧାତୁ ର ପାତ୍ରରେ ଜଳରେ ରଖିବା ଉଚିତ। ଏହାକୁ ଦୋକାନ ଓ ଘରେ ରଖି ପାରିବା।ଏପରି କଇଁଛ ରଖିବା ଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ ଏବଂ ଧନ ଓ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ।

୩- ବ୍ୟବସାୟ ରେ ଯେତେ ଚେଷ୍ଟା କଲା ପରେ ମଧ୍ୟ ଯଦି କ୍ଷତି ହୋଇଥାଏ ତେବେ ବ୍ୟବସାୟ ରେ ଉନ୍ନତି ପାଇଁ ମେଟାଲ ର କଇଁଛ କୁ ମେଟାଲ ର ପାତ୍ର ରେ ଜଳ ରେ ରଖିବା ଆବଶ୍ୟକ। ଏହାକୁ ଅଫିସ କିମ୍ବା ଦୋକାନ ରେ ରଖିବା ଉଚିତ।ଏହାଦ୍ବାରା ଆପଣଙ୍କ ସମସ୍ତ ଧନ ସହ ଜଡ଼ିତ ସମସ୍ୟା ଦୂର ହେବ ଏବଂ ଆପଣ କରଜ ମୁକ୍ତ ହେବେ।

୪- ଯଦି ଆପଣଙ୍କ ଘରେ କୌଣସି ନା କୌଣସି ସର୍ବଦା ରୋଗଗ୍ରସ୍ତ ହେଉଛନ୍ତି ତେବେ ସେହି ରୋଗ ରୁ ମୁକ୍ତି ପାଇବା ପାଇଁ ଏକ ମାଟିର କଇଁଛ ରଖିବା ଆବଶ୍ୟକ। ଏହାକୁ ଘରେ ରଖିବା ଉଚିତ।ଏହାଦ୍ବାରା ରୋଗ ରୁ ମୁକ୍ତି ମିଳିଥାଏ।

୫- ଯଦି ଆପଣ ନୂତନ ବ୍ୟବସାୟ କରିବାକୁ ଯାଉଛନ୍ତି ତେବେ ସେଠାରେ ଏକ ରୂପା ର କଇଁଛ କୁ ପାତ୍ରରେ ଜଳ ଦେଇ ରଖିବା ଆବଶ୍ୟକ।ଏହାଦ୍ବାରା ବ୍ୟବସାୟ ରେ ଉନ୍ନତି ହୋଇଥାଏ।

୬- କୌଣସି ନା କୌଣସି ବ୍ୟକ୍ତି ଚାକିରୀ ପାଇବା ନିମନ୍ତେ ବିଭିନ୍ନ ପରୀକ୍ଷା ଦେଇଥାନ୍ତି। ତେବେ ପରୀକ୍ଷାରେ ଉତ୍ତୀର୍ଣ୍ଣ କିମ୍ବା ସଫଳ ପାଇଁ ପିତ୍ତଳ ର କଇଁଛ ରଖିବା ଉଚିତ।ଏହାଦ୍ବାରା ଆପଣ ନିଶ୍ଚିତ ଭାବରେ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥାନ୍ତି।

୭- ଯଦି ଘରେ ପରିବାର ସଦସ୍ୟ ଙ୍କ ମଧ୍ୟରେ କଳହ ସମସ୍ୟା ଲାଗି ରହୁଛି ତେବେ ଏହାକୁ ଦୂର କରିବା ପାଇଁ ଘରେ ଯୋଡ଼ା କଇଁଛ ରଖିବା ଉଚିତ ଅଟେ। ଏପରି କରିବା ଦ୍ୱାରା ପରିବାର ସଦସ୍ୟ ଙ୍କ ମଧ୍ୟରେ କଳହ ଲାଗିନଥାଏ ଏବଂ ସେମାନଙ୍କ ମଧ୍ୟରେ ସ୍ନେହ, ପ୍ରେମ ଓ ସହାନୁଭୂତି ବୃଦ୍ଧି ପାଇଥାଏ ଏବଂ ସେମାନେ ସୁଖ ଶାନ୍ତି ରେ ଜୀବନ ଅତିବାହିତ କରିଥାନ୍ତି।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *