କାହିଁକି ମିଶୁନି 2 ମହାସାଗର ? ଜାଣନ୍ତୁ ଗୋଲ୍ଫ ଅଫ୍ ଆଲାସ୍କାର ର ପ୍ରକୃତ ରହସ୍ୟ…

ବନ୍ଧୁଗଣ ୨୦୧୬ ମସିହାରେ ଏକ ଫଟୋ ଓ ତାର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲିଲା । ବୁଦ୍ଧିଜୀବୀ ମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ସେମାନଙ୍କୁ ଲାଗିଲା ଏହା ଭଗବାନଙ୍କର ଚମତ୍କାର ଛଡା ଆଉ କିଛି ବି ନୁହେଁ । ଏହା ଥିଲା ଗଲ୍ଫ ଅଫ ଆଲାସ୍କା । ବନ୍ଧୁଗଣ ଆପଣ ମାନେ ବି ଏହି ଭିଡିଓ ନିଶ୍ଚୟ ଦେଖିଥିବେ ଓ ଅନେକ କିଛି କଳ୍ପନା ବି କରିଥିବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ପଛରେ ଥିବା ଅସଲି ରହସ୍ୟ ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଆପଣ ମାନେ କେବେ ପାଣିରେ ତେଲ ମିଶାଇ ଛନ୍ତି । ଯଦି ଆପଣ ପାଣିରେ ତେଲ ମିଶାଇବେ ତେବେ ତେଲ ଓ ପାଣି ଅଲଗା ଅଲଗା ନଜର ଆସିବେ । ଠିକ ସେମିତି ଆଲାସ୍କାର ଦେଖା ଯାଉଥିବା ପାଣିର ଏହି ବିଚିତ୍ର ସଂଗମ ସେମିତି କିଛି ବର୍ଣ୍ଣନା କରେ ।

ପ୍ରଶାନ୍ତ ମହାସାଗର ଆଉ ଅଣ୍ଟାଲାଟିକ ମହାସାଗର ଏହି ସ୍ଥାନରେ ଭେଟ ହୁଅନ୍ତି କିନ୍ତୁ ପରସ୍ପର ସହ ମିଶି ନଥାନ୍ତି । ଆମେ ଯଦି ପାଣିକୁ ମିଶାଇବା ତା ହେଲେ ମିଶିଯିବ ହେଲେ ଏହି ଦୁଇ ସମୁଦ୍ରର ପାଣି ମିଶୁ ନାହାନ୍ତି କାହିଁକି । ପ୍ରକୃତରେ ଏହା ସମୁଦ୍ରରେ ଥିବା କେମିକାଲ ଓ ମିନିରାଲ କମ୍ପୋଜିସନ ପାଇଁ ହେଉଛି । ଏହା ସହ ଡେନ ସିଟିର ଡିଫରେନ୍ସ ବି ମହତ୍ଵ ରଖୁଛି ଅର୍ଥାତ ଆଣ୍ଟାଲାଟିକର ପାଣି ସିଧା ସଳଖ ଗ୍ଲେସିୟର ତଳେ ବା ପରେ ଆସୁଛି ।

ସେଥିପାଇଁ ଏହି ଦୁଇ ସମୁଦ୍ର ମଧ୍ୟରେ ସ୍ଵଚ୍ଛ ଓ ନୀଳ ରଙ୍ଗର ପାଣି ହେଉଛି ଆଣ୍ଟାଲାଟିକ ପାଣି । କାରଣ ଏହା ଅଧିକ ଥଣ୍ଡା ଆଉ ଅଧିକ ମିନିରାଲ୍ସରେ ପରିପୂର୍ଣ୍ଣ । ତେଣୁ କରି ଏହି ପାଣିର ଘନତ୍ଵ ବେସ ଅଧିକ । ଅନ୍ୟ ପଟରେ ଗାଡ ନୀଳ ରଙ୍ଗର ଦିଶୁ ଥିବା ପ୍ରଶାନ୍ତ ସାଗର ଘନତ୍ଵ ଖୁବ କମ । ହେଲେ ଏହାର ତାପମାତ୍ରା ବହୁତ ଅଧିକ । ସେଥିପାଇଁ ଏହି ଦୁଇ ସ୍ଥାନର ପାଣି ତାପମାତ୍ରା ଓ ଘନତ୍ଵ କାରଣରୁ ପରସ୍ପର ସହ ମିଶି ମଧ୍ୟ ଏକ ହୋଇପାରନ୍ତି ନାହିଁ ।

କେବଳ ସେତିକି ନୁହେଁ ଯେତେବେଳେ ଏହି ଦୁଇ ମହାସାଗରର ପାଣି ଏକ ହେବା ପାଇଁ ଚେଷ୍ଟା କରନ୍ତି ସେତେବେଳେ ଏକ ଫେଣ ସୃଷ୍ଟି ହୁଏ ଯାହା ଏହି ଦୁଇ ସମୁଦ୍ର ମଧ୍ୟରେ ଏକ ସୀମା ତିଆରି କରିଥାଏ । ଏହା ସହିତ ସୂର୍ଯ୍ୟ କିରଣରେ ଲୁଣ ଓ ମଧୁର ଜଳର ବିଭିନ୍ନ ଘନତ୍ଵ ହେତୁ ଉଭୟ ଜଳର ରଙ୍ଗ ପରସ୍ପର ଠାରୁ ଅଲଗା ଦେଖାଯାଏ ସେଥିପାଇଁ ଏହାର ଦୃଶ୍ୟ ସାରା ବିଶ୍ଵକୁ ଆଶ୍ଚର୍ଯ୍ୟ କରେ । ତା ହେଲେ ବନ୍ଧୁଗଣ ଗଲ୍ଫ ଅଫ ଆଲାସ୍କାର ଏହି ଦୃଶ୍ୟ ଆପଣ ମାନଙ୍କୁ କେମିତି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *