ପୁଣି ବଢିଲା ତୈଳ ଦର, ଦେଖନ୍ତୁ କେତେ ଟଙ୍କା ବଢିଲା Petrol ଓ Diesel ପ୍ରାଇସ…

ବନ୍ଧୁଗଣ ଗତ ବର୍ଷ ତଥା କରୋନାର ଦ୍ଵିତୀୟ ଲହର ଯିବା ପରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଥିଲା । ତୈଳ ଦରକୁ ସରକାର ଅତି ଚତୁରତାର ସହ ଧୀରେ ଧୀରେ ବଢାଇ ୧୦୦ ଟଙ୍କା ଉପରକୁ ନେଇ ଆସିଲେ । ବର୍ତ୍ତମାନ ମଧ୍ୟ ତୈଳ ଦର ୧୦୦ ଟଙ୍କାରୁ ଅଧିକ ଅଛି । ତୈଳ ଦର ବୃଦ୍ଧି ହେତୁ ଜନସାଧାରଣ ମାନଙ୍କ ଉପରେ ଚିନ୍ତା ବଢି ଯାଇଛି । ବିନା ବାହନରେ କାମ ହୋଇପାରିବ ନାହିଁ ସେଥିପାଇଁ ସେମାନେ ଅଧିକ ଟଙ୍କା ଦେଇ ପେଟ୍ରୋଲ ଡିଜେଲ ପକାଇବା ପାଇଁ ବାଧ୍ୟ ହେଉଛନ୍ତି ।

ତେବେ ଏହାରି ମଧ୍ୟରେ ଏକ ବଡ ଖବର ଏବେ ସାମ୍ନାକୁ ଆସୁଛି । ଏହି ଖବରଟି ଆମ ସମସ୍ତଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଏବେ ପୌର ନିର୍ବାଚନର ସମୟ ଚାଲିଛି । ତେବେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଏବେ ବଢିଛି ତୈଳ ଦର ।ମିଡିଆ ରିପୋର୍ଟସ ଅନୁସାରେ ୪ ମାସ ପରେ ବଢିଛି ପେଟ୍ରୋଲ ଓ ଡିଜେଲ ଦର । ଭୁବନେଶ୍ଵରରେ ପେଟ୍ରୋଲ ଲିଟର ପିଛା ୯୬ ପଇସା ବଢିଛି । ପେଟ୍ରୋଲ ଦର ଏବେ ୧୦୨ ଟଙ୍କା ୭୪ ପଇସା ରହିଛି । ଆଉ ଡିଜେଲ ଦର ରହିଛି ୯୨ ଟଙ୍କା ୫୩ ପଇସା ।

ଡିଜେଲ ଦରରେ ୯୧ ପଇସା ବଢିଛି । ଏହି ଖବରଟି ଆପଣ ମାନଙ୍କର ଚିନ୍ତା ବଢାଇ ପାରେ । କେବଳ ଏତିକି ନୁହେଁ ମହଙ୍ଗା ହୋଇଯାଇଛି ଗ୍ୟାସ ସିଲିଣ୍ଡର । ଏଲପିଜି ଗ୍ୟାସ ସିଲିଣ୍ଡର ଦାମ ୫୦ ଟଙ୍କା ବଢିଛି । ୟୁକ୍ରେନ ଉପରେ ଋଷ ଆକ୍ରମଣ ଯୋଗୁଁ ଅସ୍ଵଧିତ ତେଲର ବ୍ୟାରେଲ ପିଛା ଦର ୧୪୦ ଡଲାର ଅତିକ୍ରମ କରିବା ସତ୍ବେ ତେଲ କମ୍ପାନୀ ଗୁଡିକ ଦାମ ବଢାଇ ନଥିଲେ ।

ଉତ୍ତର-ପ୍ରଦେଶ ସମେତ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଯୋଗୁଁ ସରକାରୀ ତେଲ କମ୍ପାନୀ ଗୁଡିକ ପେଟ୍ରୋଲ ଓ ଡିଜେଲ ଦର ବଢାଇ ନଥିଲେ । ଏପରି କି ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ବି ତେଲ ବଢାଇ ନଥିଲେ । ହେଲେ ଠିକ ନିର୍ବାଚନ ଶେଷ ହେବା ପରେ ତୈଳ ଦର ବୃଦ୍ଧି କରିଲେ ସରକାର । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *