ଏବେ ସାରା ବିଶ୍ଵରେ କାହିଁକି ହେଉଛି ଏହି ଫଟୋର ଚର୍ଚ୍ଚା, PM Modi ଙ୍କ ତିନିଦିନିଆ ବିଦେଶ ଗସ୍ତ ପରେ ଦେଖନ୍ତୁ ଖେଳ କରିଦେଲା ଭାରତ…

ବନ୍ଧୁଗଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜର୍ମାନୀ, ଫ୍ରାନ୍ସ ଓ ଡେନମାର୍କର ତିନି ଦିବସ ଯାତ୍ରା କରିବା ପରେ ଭାରତକୁ ଫେରୁ ଛନ୍ତି । ସେ ଏହି ଯାତ୍ରାରେ ଫ୍ରାନ୍ସର ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନଙ୍କ ସହ ସାକ୍ଷାତ କରିଛନ୍ତି । ଏହି ଏହି ମିଟିଙ୍ଗ ଏକ ଦୋସ୍ତାନା ମାହୋଲରେ ହୋଇଥିଲା । ଫ୍ରାନ୍ସର ପ୍ରେସିଡେନ୍ଟ ଏମାନୁଏଲ ମାକ୍ରୋନ ଏଲିସି ପ୍ୟାଲେସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିଥିଲେ ଆଉ ତାଙ୍କର ସ୍ଵାଗତ କରିଥିଲେ ।

କିଛି ଦିନ ପୂର୍ବରୁ ପୁନର୍ବାର ଜିତି ଥିବା ଫ୍ରାନ୍ସର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଖିବା ମାତ୍ରେ ହଗ୍ କରିଥିଲେ । ଏହି ଦୁଇଜଣଙ୍କ ସାକ୍ଷାତ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଓ ସାରା ଦୁନିଆରେ ଏହା ଚର୍ଚ୍ଚାରେ ଅଛି । ଏହି ଫଟୋ ଦେଖି ଜଣା ପଡୁଛି ଫ୍ରାନ୍ସ ଭାରତକୁ କେତେ ଗୁରୁତ୍ଵ ଦେଉଛି । ଫ୍ରାନ୍ସର ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବହୁତ ବର୍ଷର ବନ୍ଧୁ ଭଳି ସାକ୍ଷାତ କରିଲେ ।

ଉଭୟ ନେତାଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଦେଖିବାକୁ ମିଳିଲା । ଉଭୟ ଦେଶ ମଧ୍ୟରେ ବହୁତ ଗଭୀର ସମ୍ପର୍କ ଓ ବୁଝାବଣା ଅଛି । ଉଭୟ ନେତା ଭାରତ ଓ ଫ୍ରାନ୍ସ ବନ୍ଧୁତାର 70 ବର୍ଷ ପୂରଣ ହେବା ହେତୁ ପରସ୍ପର ସହ ସାକ୍ଷାତ କରିଥିଲେ । ଏହି ସାକ୍ଷାତ ପରେ ଉଭୟ ଦେଶ ମଧ୍ୟରେ ଆହୁରି ଅଧିକ ଗଭୀର ସମ୍ପର୍କ ସ୍ଥାପନ ହୋଇଛି । ଏହି ସାକ୍ଷାତରେ ଉଭୟ ନେତା ଋଷ-ୟୁକ୍ରେନ ମଧ୍ୟରେ ହୋଇଥିବା ଯୁଦ୍ଧକୁ ନେଇ ବହୁତ ଆଲୋଚନା କରିଥିଲେ ।

ସେଠାରେ ମଧ୍ୟ ନରେନ୍ଦ୍ର ମୋଦୀ କହିଥିଲେ, କଥାବାର୍ତ୍ତା କରିବା ଦ୍ଵାରା ସମାଧାନର ରାସ୍ତା ବାହାର କରିହେବ । ନରେନ୍ଦ୍ର ମୋଦୀ ଓ ଏମାନୁଏଲ ମାକ୍ରୋନଙ୍କ ମଧ୍ୟରେ ଏହି ଆଲୋଚନା ଏକ ଘଣ୍ଟା ଧରି ଚାଲିଥିଲା । ଚୀନ ଓ ପାକିସ୍ତାନର ମାମଲାକୁ ନେଇ ମଧ୍ୟ ଉଭୟ ନେତା ଗମ୍ଭୀର ଚର୍ଚ୍ଚା କରିଛନ୍ତି । ଉଭୟ ନେତା ସବୁ କ୍ଷେତ୍ରରେ ସହଯୋଗ ବଢାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ୟାରିସ ପହଞ୍ଚି ଥିଲେ ସେତେବେଳେ ପୁରା ପ୍ୟାରିସରେ ମୋଦୀଙ୍କ ନାରା ଲଗାଯାଉଥିଲା । ଆଉ ଏବେ ନରେନ୍ଦ୍ର ମୋଦୀ ଓ ଏମାନୁଏଲ ମାକ୍ରୋନଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଫଟୋଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *