କାହିଁକି ବାରମ୍ବାର ଓଡିଶା ଆଡେ ମୁହାଁଉଛି ବାତ୍ୟା ? ଦେଖନ୍ତୁ ଏ ନେଇ କଣ କହୁଛନ୍ତି ପାଣିପାଗ ବିଶେଷଜ୍ଞ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆସୁଥିବା ବାତ୍ୟା ‘ଜାୱାଦ’ ବିଷୟରେ ନିଶ୍ଚୟ ଜାଣିଥିବେ । ପୁଣି ଓଡିଶାକୁ ବାତ୍ୟା ଭୟ ଆସନ୍ତା ଶନିବାର ଛୁଇଁବ ସ୍ଥଳ ଭାଗ । ପୁଣି ଓଡିଶାକୁ ମାଡି ଆସୁଛି ବାତ୍ୟା ଏବେ ଚିନ୍ତାରେ ଉପକୂଳ ବାସୀ । ଏବେ ଚିନ୍ତାରେ ପଡିଗଲେଣି ସମୁଦ୍ର କୂଳିଆ ଲୋକମାନେ । ଶନିବାର ଯେତେ ଶୀଘ୍ର ପାଖେଇ ଆସୁଛି ସେତେ ଅଧିକ ଲୋକ ମାନଙ୍କର ଭୟ ବଢିବାରେ ଲାଗିଛି କାରଣ ଏଥର ଅକ୍ଟୋବର କି ନଭେମ୍ବର ନୁହେଁ ବାତ୍ୟା ଆସୁଛି ଡିସେମ୍ବର ମାସରେ ।

ତେବେ ବର୍ତ୍ତମାନ ବାତ୍ୟା ଖବର ପାଇବା ପରେ ଆତଙ୍କିତ ଅବସ୍ଥାରେ ସମୁଦ୍ର ଉପକୂଳିଆ ଲୋକେ । ବାତ୍ୟା ଆସିଲେ ସମୁଦ୍ର କୂଳିଆ ତଥା ଉପକୂଳିଆ ଲୋକ ମାନଙ୍କର ଅଣ୍ଟା ଭାଙ୍ଗି ଦିଏ । ବନ୍ଧୁଗଣ କାହିଁକି ବାରମ୍ବାର ଓଡିଶା ମୁହାଁଉଛି ଏହି ବାତ୍ୟା ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବଙ୍ଗପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେବା ପରେ ଆଇଏମଟି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେବା ପରେ ଏବେ ଉପକୂଳିଆ ଲୋକ ଚିନ୍ତାରେ ପଡିଗଲେଣି ।

କାଳ କ୍ରମେ ପଶ୍ଚିମ ଉତ୍ତର-ପଶ୍ଚିମରେ ଗତି କରି ଆସନ୍ତା ଡିସେମ୍ବର ୨ ତାରିଖରେ ଡିପ୍ରେସନରେ ପରିଣତ ହେବ ଏହି ବାତ୍ୟା ଏବଂ ଆସନ୍ତା ୪ ତାରିଖରେ ସକାଳେ ବାତ୍ୟାରେ ପରିଣତ ହୋଇ ଉପକୂଳରେ ପହଞ୍ଚିବ । ୩ ତାରିଖ ରାତିରୁ ଓଡିଶା ଉପକୂଳରେ ବାତ୍ୟା ଆରମ୍ଭ ହୋଇଯିବ । ତେବେ ଏବେ ଚିନ୍ତାରେ ଅଛନ୍ତି ଉପକୂଳ ଓ ଦକ୍ଷିଣ ଓଡିଶାର ଲୋକେ ।

୨୦୧୯ରେ ଫନି, ୨୦୨୦ରେ ଅମ୍ଫାନ ଓ ଏହି ବର୍ଷ ମେ ମାସରେ ଆସିଥିଲା ସାମୁଦ୍ରିକ ଝଡ ‘ୟଶ’ । ଲଗାତାର ୩ ବର୍ଷ ହେବ ଓଡିଶା ସାମୁଦ୍ରିକ ଝଡର ସାମ୍ନା କରୁଛି । କେବଳ ଓଡିଶା ନୁହେଁ ଭାରତରେ ପ୍ରତ୍ୟକ ବର୍ଷ ବାତ୍ୟା ଆସୁଛି । କାହିଁକି ବଙ୍ଗପ ସାଗରରେ ସୃଷ୍ଟି ହେଉଛି ବାତ୍ୟା ଓ ପ୍ରତିଥର ଓଡିଶାର ଅଣ୍ଟା ଭାଙ୍ଗି ଦେଉଛି ବାତ୍ୟା । ବାତ୍ୟା ମାଡରେ ଜୀବିକା ହରାଇ ବସୁଛନ୍ତି ଲକ୍ଷାଧିକ ଲୋକ ।


ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ବାରମ୍ବାର ବାତ୍ୟା ଆସିବାର କାରଣ କଣ ରହିଛି ତାକୁ ନେଇ ଏବେ ଆଲୋଚନା ଚାଲିଛି । କୁହାଯାଉଛି ଜଳବାଯୁ କ୍ଷେତ୍ରରେ ହେଉଥିବା ଆକସ୍ମିକ ପରିବର୍ତ୍ତନ ଏହାର ପ୍ରମୁଖ କାରଣ ଅଟେ । ହେଲେ ବିଶେଷଜ୍ଞ ମାନଙ୍କ କହିବା ଅନୁସାରେ, ବଙ୍ଗପ ସାଗରରେ କୌଣସି ପରିବର୍ତ୍ତନ ହୋଇ ନାହିଁ ସତ କିନ୍ତୁ ଆରବ ସାଗରରେ ସାମୁଦ୍ରିକ ଝଡର ସଂଖ୍ୟା ବଢିଛି ।

Leave a Reply

Your email address will not be published. Required fields are marked *