90 ଦଶକରେ ଗ୍ରାହକଙ୍କ ପ୍ରଥମ ପସନ୍ଦ ଥିଲା Hero Honda କିନ୍ତୁ କାହିଁକି ଅଲଗା ହେଲେ Hero ଠୁ Honda !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୯୦ ଦଶକର ସମସ୍ତଙ୍କର ପ୍ରଥମ ପସନ୍ଦଦାର ବାଇକ ହେଉଛି ହିରୋ ହୋଣ୍ଡା ! ତେବେ ହିରୋ ଓ ହୋଣ୍ଡା ୨ ଟି ଅଲଗା ଅଲଗା କମ୍ପାନୀ ବୋଲି ଆଗରୁ ବହୁ ଲୋକ ଜାଣିବାକୁ ମଧ୍ୟ ପାଇନଥିଲେ । ତେବେ ଯେଉଁ ମସିହାରେ ହିରୋ ହୋଣ୍ଡା ୨ ଟି କମ୍ପାନୀ ମଧ୍ୟରେ କୌଣସି କାରଣରୁ ସମସ୍ଯା ସୃଷ୍ଟି ହୋଇ ହିରୋ ଠାରୁ ହୋଣ୍ଡା ଅଲଗା ହୋଇଯାଇଥିଲା । ସେତେବେଳେ ହିଁ ଲୋକମାନେ ହିରୋ ହୋଣ୍ଡା ବାଇକ ବିଷୟ ପଛରେ ରହିଥିବା ରହସ୍ୟ ସମ୍ପର୍କରେ ଅବଗତ ହୋଇଥିଲେ ।

ତେବେ ଏହି ବିଷୟରେ ସବିଶେଷ ସୂଚନା ଏହି ପୋଷ୍ଟ ମାଧ୍ୟମରେ ଜାଣିବାକୁ ପାଇଯିବେ । ତେବେ ହିରୋ ହେଉଛି ଏକ ସାଇକେଲ ନିର୍ମାଣକାରୀ ସଂସ୍ଥା ଥିଲା । ତେବେ ହିରୋ ସାଇକେଲର ଚାହିଦା କେବଳ ଭାରତ କାହିଁକି ଭାରତ ବାହାରେ ମଧ୍ୟ ଦେଖିବାକୁ ମିଳୁଥିଲା । ତେବେ ଯେତେବେଳେ ବିଦେଶୀ କମ୍ପାନୀ ମାନେ ମୋଟର ସାଇକେଲର ନିର୍ମାଣ ବହୁଳ ଭାବରେ କରିବାର ହିରୋ କମ୍ପାନୀର ନିର୍ମାତା ଜାଣିବାକୁ ପାଇଥିଲେ ।

ସେତେବେଳେ ହିରୋ କମ୍ପନୀର ନିର୍ମାତା ବ୍ରିଜ ମୋହନ ଭାରତରେ ମଧ୍ୟ ବାଇକ ନିର୍ମାଣ କରିବାକୁ ମନ ବଳାଇଥିଲେ । ହେଲେ ଇଞ୍ଜିନ ନିର୍ମାଣ କରିବାକୁ ତାଙ୍କ ପାଖରେ କୌଣସି ଟେକନୋଲୋଜି ନଥିଲା । ଯେଉଁ କାରଣରୁ ବ୍ରିଜ ମୋହନ ଜାପାନର ଏକ କମ୍ପାନୀ ଯାହାର ନାମ ହେଉଛି ହୋଣ୍ଡା । ତାଙ୍କ ସହିତ ହାତ ମିଶାଇ ନିଜର ମୋଟର ସାଇକେଲ ଭଳି ବିଜିନେସ ଆରମ୍ଭ କରିବାକୁ ଇଛା ପ୍ରକାଶ କରିଥିଲେ । ତେବେ ହୋଣ୍ଡା କମ୍ପାନୀ ମଧ୍ୟ ଭାରତର ଏହି ହିରୋ କମ୍ପାନୀ ସହ ମିଶି କମ କରିବାକୁ ସହମତି ପ୍ରକାଶ କରିଥିଲେ ।

ତେବେ ହିରୋ ମୋଟର ସାଇକେଲର ବଡି ପ୍ରସ୍ତୁତ କରୁଥିବା ବେଳେ ହୋଣ୍ଡା ଏହାର ଇଞ୍ଜିନ ନିର୍ମାଣ କରୁଥିଲା । ତେବେ ଏହି ପରିପ୍ରେକ୍ଷୀରେ ୧୯୮୪ ମସିହାରେ ହିରୋ ଓ ହୋଣ୍ଡା ୨ କମ୍ପାନୀ ମିଶି ହିରୋହୋଣ୍ଡା ବାଇକ ନିର୍ମାଣ କରିଥିଲେ । ଏହା ଭାରତର ପ୍ରଥମ ବାଇକ ହେବ ସହ ଲୋକ ମାନଙ୍କର ଏହି ବାଇକ ପ୍ରତି ମଧ୍ୟ ବହୁ ଚାହିଦା ଦେଖିବାକୁ ମିଳୁଥିଲା । ତେବେ କିଛି ବର୍ଷ ପରେ ଉଭୟ କମ୍ପାନୀରେ କିଛି ନା କିଛି କାରଣରୁ ତିକ୍ତତା ଆସିବାରେ ଲାଗିଲା ।

ଯେଉଁ କାରଣରୁ ହିରୋହୋଣ୍ଡାରୁ ହିରୋ ଅଧିକ ଲାଭାଂଶ ନେଇ ନିଜ ଗାଡି ପାଇଁ ଇଞ୍ଜିନ ଗଢିବାକୁ ଲାଗିଲା । ଏହାର ଅପର ପକ୍ଷରେ ହିରୋହୋଣ୍ଡାରୁ ହୋଣ୍ଡା ଅଲଗା ହୋଇ ନିଜର ସ୍ଵତନ୍ତ୍ର ହୋଣ୍ଡା କମ୍ପାନୀର ବାଇକ ଓ ସ୍କୁଟି ନିର୍ମାଣ କରିବାକୁ ଲାଗିଲା । ତେବେ ୨୦୧୦ ମସିହାରେ ହିରୋ ଓ ହୋଣ୍ଡା କମ୍ପାନୀ ଦୁହେଁ ଅଲଗା ହୋଇ ଯାଇଥିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କାମେଣ୍ଟ ଓ ଷେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *